Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପରିବାର ପାଇଁ ଦେବଦୂତ ସାଜିଲେ ୱେଟର, ଅଳ୍ପକେ ବଞ୍ଚାଇଲେ ୧୧ ଜଣଙ୍କ ଜୀବନ

National

ପରିବାର ପାଇଁ ଦେବଦୂତ ସାଜିଲେ ୱେଟର, ଅଳ୍ପକେ ବଞ୍ଚାଇଲେ ୧୧ ଜଣଙ୍କ ଜୀବନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପରିବାର ପାଇଁ ଦେବଦୂତ ସାଜିଲେ ୱେଟର, ଅଳ୍ପକେ ବଞ୍ଚାଇଲେ ୧୧ ଜଣଙ୍କ ଜୀବନ

ହାତରେ ଥିଲା ଆଉ ମାତ୍ର ୧୫ ମିନିଟ୍ । ହେଲେ ଏମିତି କିଛି ଘଟିଲା ଯେଉଁଥିପାଇଁ ବଞ୍ଚିଗଲେ ପରିବାରର ୧୧ ସଦସ୍ୟ । ଆଉ ତାଙ୍କୁ ବଞ୍ଚାଇବାକୁ ସତେ ଯେମିତି ଦେବଦୂତ ସାଜିଥିଲେ ରେଷ୍ଟୁରାଣ୍ଟର କର୍ମଚାରୀ ।
ପହେଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ବିଗତ ୩ ଦିନ ହେବ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ବ୍ୟଥିତ କରିଛି । ସେଦିନର ସେହି ଛାତିଥରା ଦୃଶ୍ୟ ଗୋଟେ ମୁହୁର୍ତ୍ତ ପାଇଁ ମନରୁ ଲିଭି ହେଉନି । ଅନେକ ପରିବାର ନିଜ ପ୍ରିୟ ସଦସ୍ୟଙ୍କୁ ହରାଇ ଧୈର୍ଯ୍ୟହରା ହୋଇ ପଡିଛନ୍ତି ।

ଅନେକ ପରିବାରର ଦୁଃଖଭରା କାହାଣୀ ତ ଆମେ ଦେଖି ସାରିଲେଣି, କିନ୍ତୁ ଏମିତି ଏକ ପରିବାର ବି ଅଛନ୍ତି, ଯିଏ ମାତ୍ର ୧୫ ମିନିଟ୍ ବିଳମ୍ବ ଯୋଗୁଁ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି । କେରଳର କୋଚିର ଏକ ପରିବାରର ୧୧ ଜଣ ସଦସ୍ୟ ଆସିଥିଲେ କାଶ୍ମୀରର ବୁଲିବା ପାଇଁ । ପ୍ରଥମେ ସେମାନେ ଶ୍ରୀନଗରରେ ପହଞ୍ଚିଥିଲେ । ପରେ ସେଠାରେ ପହେଲଗାମରେ ରହି ସେଠାରୁ ହିଁ ବୁଲାବୁଲି କରିବାକୁ ସ୍ଥିର କରିଥିଲେ । ପରିବାରରେ ସ୍ବାମୀ ସ୍ତ୍ରୀ, ତାଙ୍କର ପୁଅ ବୋହୁ ନାତି ନାତୁଣୀ ମିଶି ସମୁଦାୟ ୧୧ ଜଣ ସଦସ୍ୟ ଥିଲେ ।

ସମସ୍ତେ ପହେଲଗାମ୍‌ର ସେହି ଘାଟି ସ୍ଥାନକୁ ବୁଲି ଯିବା ପୂର୍ବରୁ ମଧ୍ୟାହ୍ନ ଭୋଜନ କରିବାକୁ ସ୍ଥିର କରିଥିଲେ । ଯେଉଁଠାରେ ମଧ୍ୟାହ୍ନ ଭୋଜନ କରିବାକୁ ସ୍ଥିର କରିଥିଲେ, ସେହି ସ୍ଥାନ ପହେଲଗାମ୍‌ର ସେହି ଯମଘାଟି ଠାରୁ ଦେଢ କିଲୋମିଟର ଥିଲା । ଏବଂ ସେହି ଗୁଳିକାଣ୍ଡ ଘଟିବାର ଏକ ଘଣ୍ଟା ପୂର୍ବରୁ ହିଁ ସେମାନେ ସେଠାରେ ଖାଇବା ପାଇଁ ଏକ ରେଷ୍ଟୁରାଣ୍ଟ ଯାଇଥିଲେ । ସେଠାରେ ରୋଗାନ୍ ଜୁସ୍ ପାଇଁ ଅର୍ଡର ଦେଇଥିଲେ । ହେଲେ ଖାଇବା ବେଳେ ସ୍ଵାଦ ଭଲ ନଥିବାରେ ସେମାନେ ଖାଇବା ଆଉ ନଖାଇ ବିଲ୍‌ କରି ଉଠିଯିବାକୁ ସ୍ଥିର କରିଥିଲେ । ହେଲେ ରେଷ୍ଟୁରାଣ୍ଟ ମାଲିକ ତାଙ୍କୁ ଆଉ ଥରେ ଭଲରେ ତିଆରି କରି ଦେବାକୁ ଅଟକାଇଥିଲେ । ଏବଂ ଖାଇକି ଯିବାକୁ ଅନୁରୋଧ ମଧ୍ୟ କରିଥିଲେ । ଯେଉଁଥିପାଇଁ ପରିବାର ଲୋକଙ୍କର ୧୫ ମିନିଟ୍ ବିଳମ୍ବ ହୋଇଥିଲେ । ଆଉ ଥରେ ଖାଇବା ପରେ ସେମାନେ ବାହାରି ଯେତେବେଳେ ଅଧ କିଲୋମିଟର ଯାଇଛନ୍ତି, ସେତେବେଳେ ଅନେକ ପର୍ଯ୍ୟଟକ ପହେଲଗାମ୍‌ର ସେହି ଘାଟିରୁ ତଳକୁ ଖସୁଥିଲେ । ଏବଂ ଏହି ପରିବାରକୁ ଉପରକୁ ଯିବାକୁ ମନା କରିଥିଲେ । ଆଉ ଜଣେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଧ୍ୟ ତଳକୁ ଖସୁଥିବାର ଦେଖିଥିଲେ ଏହି ପରିବାର । ଯେଉଁଥିପାଇଁ ସେମାନେ ସେଠାରେ ଫେରି ନିଜ ହୋଟେଲ ରୁମକୁ ଚାଲି ଆସିଥିଲେ । ଏବଂ ପରେ ୨ ଦିନ ଭିତରେ ସେମାନେ କେରଳ ଚାଲି ଯାଇଥିଲେ ।

ଏହି ଘଟଣାରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ପାଇଁ ତାଙ୍କର ବିଳମ୍ବ ହେଇଥିବାରୁ ଏବଂ ସେଠାରେ ନପହଞ୍ଚି ବଞ୍ଚି ଯାଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ଏବଂ ତାଙ୍କୁ ଭଗବାନ ବୋଲି ମଧ୍ୟ କହିଥିଲେ । ସେଥିପାଇଁ କୁହାଯାଏ କେବେ କେବେ ବିଳମ୍ବ ହେବା ମଧ୍ୟ ଖୁବ ଭଲ । ସେହି ୧୫ ମିନିଟ୍‌ର ବିଳମ୍ବ ହିଁ ପୁରା ପରିବାରର ଜୀବନ ରକ୍ଷା କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pahalgam attack, restaurant waiter saves 11 lives of a family | Argus News