ପହଲଗାମ ଆକ୍ରମଣର ପ୍ରତିଶୋଧ...ଅପରେସନ ସିନ୍ଦୁର

ପହଲଗାମ ଆକ୍ରମଣର ପ୍ରତିଶୋଧ...ଅପରେସନ ସିନ୍ଦୁର ...ପ୍ରଥମେ ମିଲିଟାରୀ ଷ୍ଟ୍ରାଇକ ନେଇ ସଂକେତ ଆସିଥିଲା ଆର୍ମିର ଏକ୍ସ ପୋଷ୍ଟରୁ ...
ମଙ୍ଗଳବାର ରାତି 1.28...ଆର୍ମିର ଏକ୍ସ ପୋଷ୍ଟ...ଲେଖାଥିଲା READY TO ATTACK, TRAINED TO VICTORY...
ମଙ୍ଗଳବାର ରାତି 1.44... ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀର ଉପରେ ଭାରତ ପକ୍ଷରୁ ମିସାଇଲ ଆଟାକ...ସରକାରଙ୍କ ପକ୍ଷରୁ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ ନେଇ ଆସିଲା ବଡ଼ ଖବର । ଆତଙ୍କବାଦୀଙ୍କ ଠିକଣାରେ ଆଟାକ୍ ନେଇ ସ୍ପଷ୍ଟ କଲେ ସରକାର...ଇଏ ହେଉଛି ପିଆଇବିର ସେହି ପ୍ରେସ ରିଲିଜ...
ମଙ୍ଗଳବାର ରାତି 1.51... ଆର୍ମି କରିଥିବା ଇଏ ହେଉଛି ସେହି ଏକ୍ସ ପୋଷ୍ଟ...ଯେଉଁଥିରେ ଲେଖାଥିଲା Justice is served, Jai hind...ଏହି ଏକ୍ସ ପୋଷ୍ଟ ଆସିବାର କିଛି ସମୟ ଭିତରେ ଭିଡିଓ ପୋଷ୍ଟ କରିଥିଲା ଆର୍ମି ...
ସୂଚନା ମିଳିଥିଲା, ପାକିସ୍ତାନ ଓ ପିଓକରେ ଥିବା ଆତଙ୍କବାଦୀ ଓ ତାଙ୍କ ଠିକଣା ଉପରେ ହୋଇଥିଲା ହମଲା
ମୋଟ 9ଟି ସ୍ଥାନରେ ବଡ଼ ହମଲା ନେଇ ଖବର ସ୍ପଷ୍ଟ ହେଲା । ଏଇ ସ୍ଥାନ ମଧ୍ୟରେ ଥିଲା ଲକ୍ସର-ଇ-ତୋଇବାର ହେଡକ୍ବାର୍ଟର ମୁରୀଦକେ, ଜୈସ୍ ଏ ମହମ୍ମଦର ହେଡୱାର୍ଟର ବାହାୱଲପୁର । ଏହା ଛଡା ଗୁଲପୁର, ଭିମ୍ବର, ଚକାମ୍ବୁ, କୋଟଲି, ସିଆଲକୋଟରେ ବି ହୋଇଛି ଏୟାର ଷ୍ଟ୍ରାଇକ୍ । ଏନେଇ ଚିତ୍ର ସ୍ପଷ୍ଟ ହେଲା
ରାଫେଲ୍ ପାକିସ୍ତାନରେ ପଶି ତାଣ୍ଡବ ରଚିଥିଲା । ସ୍କାଲପ କ୍ରୁସ୍ ମିଶାଇଲ୍ ହାମର ବମ୍ବ ଧରି ପାକିସ୍ତାନର ବିଭିନ୍ନ ସ୍ଥାନରେ ଷ୍ଟ୍ରାଇକ୍ କରିଥିଲା ରାଫେଲ୍।
📱 Get Argus News App
✨ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରସେନ୍ ସିନ୍ଦୁରକୁ ରାତିସାରା ମନିଟରିଂ କରୁଥିଲେ ।
ମଙ୍ଗଳବାର ରାତି 2.46 - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସ ପୋଷ୍ଟରେ ଲେଖିଲେ...ଭାରତ ମାତା କି ଜୟ
ମିଲିଟାରି ଷ୍ଟ୍ରାଇକ ସଂପର୍କରେ ଆମେରିକା, ଋଷ, ୟୁକେ, ସାଉଦି ଆରବକୁ ଅବଗତ କଲା ଭାରତ
ମଙ୍ଗଳବାର ରାତି 3.10 - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତର ମିଲିଟାରୀ ଷ୍ଟ୍ରାଇକ ନେଇ ମତ ରଖିଲେ...
ମଙ୍ଗଳବାର ରାତି 3.15 - ଅପରେସନ ପରେ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାର ଅଧିକାରୀଙ୍କ ସହିତ କଥା ହୋଇଥିଲେ...
ପାକିସ୍ତାନ ଭାରତର ଏୟାର ଷ୍ଟ୍ରାଇକକୁ ଗ୍ରହଣ କଲା। ତାଙ୍କ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ କହିଲେ ଭାରତର ଏହା ଯୁଦ୍ଧ ଭଳି କାମ।
ଇସ୍ରାଏଲ ଷ୍ଟାଇଲରେ ଆକ୍ରମଣ କରିଥିଲା ଭାରତ... ହମାସଙ୍କୁ ନିପାତ କରିବା ପାଇଁ ଆକ୍ରମଣର ଯେଉଁ ତରିକା ଆପଣେଇଥିଲା ଏସ୍ରାଏଲ, ଠିକ ସେହି ଢଙ୍ଗରେ ଆଟାକ କରିଥିଲା ଭାରତ ।