Pahalgam Attack; କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୈସରନ ଭ୍ୟାଲି

ପହଲଗମ୍ ରେ ଆତଙ୍କବାଦୀ ଆକ୍ରମଣ ପୁରା ଦେଶକୁ ସ୍ତବ୍ଧ କରିଦେଇଥିବାବେଳେ ଏବେ ସାମନାକୁ ଆସୁଛି ବୈସରନ ଭ୍ୟାଲିର ସୁନ୍ଦର ସୁନ୍ଦର ଚିତ୍ର । ଯେଉଁମାନେ ପୂର୍ବରୁ ଏହି ସ୍ଥାନକୁ ବୁଲିବାକୁ ଯାଇଥିଲେ, ଫଟୋ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ବିଶ୍ୱାସ ମଧ୍ୟ କରି ପାରୁନାହାନ୍ତି ଯେ ଏତେ ସୁନ୍ଦର ପର୍ଯ୍ୟଟନ ସ୍ଥଳରେ ଏମିତି ହୃଦୟ ବିଦାରକ ଘଟଣା ଘଟିଯାଇଛି । ଯେଉଁଠି ସେମାନେ ସୁନ୍ଦର ସ୍ମୃତି ସାଉଁଟି ଫେରିଥିଲେ..ସେଠି କାହାର ସିନ୍ଦୁର ଲିଭିଯାଇଛି ତ କିଏ ଅନାଥ ହୋଇଯାଇଛି । ଆଉ କାହାର ସୁଖ ଛଡେଇ ନେଇଛି କାଶ୍ମୀର ।
#baisaranvalley. Kashmir. Had been there 2 years before with family. Can’t imagine today this tragic incidence has happened at the same place. My heart goes out to the victims, their families and all those tourist civilians who lost their life🙏 pic.twitter.com/MabmrYmG5F
— Rakesh Banerjee (@RakeshB41201077) April 22, 2025
ପହଲଗାମ । ନିଜର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଏହାର ଜଙ୍ଗଲ, ସ୍ୱଚ୍ଛ ଜଳ, ହ୍ରଦ ଏବଂ ବିଶାଳ ତୃଣଭୂମି ପାଇଁ ପ୍ରସିଦ୍ଧ । ପାଇନ ଗଛକୁ ବରଫରେ ଆଚ୍ଛାଦିତ ପାହାଡ ଏହାର ସୁନ୍ଦରତାକୁ ଆହୁରି ବଢାଇଦିଏ । କେବଳ ଚାଲି ଚାଲି କିମ୍ବା ଘୋଡା ପିଠିରେ ବସି ଏହି ସ୍ଥାନକୁ ଯିବାକୁ ହୁଏ । କିଏ ହନିମୁନ୍ କରିବାକୁ ଯାଏ ତ କିଏ ପରିବାର ସହ ବୁଲିବାକୁ ଯାଏ । ଏଠାରେ ସାଧାରଣତଃ ଆତଙ୍କବାଦୀ ଘଟଣା ନଗଣ୍ୟ । ଏବଂ ପର୍ଯ୍ୟଟକଙ୍କ ଦୃଷ୍ଟିରୁ ଏହାକୁ ସୁରକ୍ଷିତ ବୋଲି ବିବେଚନା କରାଯାଏ ।
ଶ୍ରୀନଗର ଆନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରାୟ 90 କିଲୋମିଟର ଦୂର ପହଲଗାମର ବୈସରନ ଭ୍ୟାଲ୍ଲୀ । ଯାହା ଦକ୍ଷିଣ କାଶ୍ମୀରର ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ଲୋକପ୍ରିୟ ପାହାଡ଼ୀ ସ୍ଥାନ । ଯାହାର ଚାରିପଟେ ଅଛି ନଦୀ ଓ ଘଞ୍ଚ ଜଙ୍ଗଲ । ଏଠାରେ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ଅମରନାଥ ଗୁମ୍ଫା ମଧ୍ୟ ରହିଛି । ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଯେଉଁଠାରେ ଆରୁ ବନ୍ୟପ୍ରାଣୀ ଅଭୟାରଣ୍ୟ, ମନୋରମ ବେତାବ ଉପତ୍ୟକା, ତୁଲିଆନ୍ ହ୍ରଦ ଭଳି ଅନେକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ରହିଛି । ବୈସାରନ ଉପତ୍ୟକା ଏଠାରେ ଆଉ ଏକ ଜଣାଶୁଣା ସ୍ଥାନ ଯାହା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
📱 Get Argus News App
✨ପହଲଗାମରୁ 5 କିଲୋମିଟର ଦୂରରେ ରହିଛି ବୈସାରନ ଉପତ୍ୟକା ଏକ ଚରାଭୂମି ଯାହା ଏକ ଲୋକପ୍ରିୟ ଟ୍ରେକିଂ ସ୍ଥାନ । ଦୀର୍ଘ, ଅନ୍ଧକାର ଚରାଭୂମି ଏବଂ ଚାରିପାଖରେ ଘନ ପାଇନ୍ ଜଙ୍ଗଲ ହେତୁ ଏହାକୁ ମିନି ସ୍ୱିଜରଲ୍ୟାଣ୍ଡ୍ ବୋଲି କୁହାଯାଏ । ଅନେକ ଟ୍ରେକର୍ ଏଠାରେ କ୍ୟାମ୍ପ ମଧ୍ୟ କରନ୍ତି।
ଗତ ବର୍ଷଗୁଡ଼ିକ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରରେ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏହି କେନ୍ଦ୍ରଶାସିତ ଅଞ୍ଚଳ ସଡ଼କ ପଥ, ରେଳପଥ ଏବଂ ବିମାନ ପରିବହନ ମାଧ୍ୟମରେ ସମଗ୍ର ଦେଶ ସହିତ ସଂଯୋଗ ହୋଇଛି । ଧାରା ୩୭୦ ଉଚ୍ଛେଦ ପୂର୍ବରୁ କାଶ୍ମୀରକୁ ନେଇ ଲୋକଙ୍କ ମନରେ ଭୟ ଥିଲା । ହେଲେ ଧାରା 370 ହଟିବା ପରେ ହଟିବା ପରେ କାଶ୍ମୀର ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି ।
ସେହିପରି କାଶ୍ମୀରରୁ କନ୍ୟାକୁମାରୀ ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ ଏବେ କଶ୍ମୀର ସହ କନ୍ୟାକୁମାରୀକୁ ଯୋଡ଼ିବାରେ ସକ୍ଷମ ହୋଇଛି । ନିକଟରେ ଚେନାବ ରେଳବ୍ରିଜ ଉଦାଘଟଣ ହେବା ପରେ ଏବେ ଆହୁରି ସହଜ ହୋଇଛି କାଶ୍ମୀରର ବୁଲିବା । ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଏବେ କାଶ୍ମୀର ପାଲଟିଛି ।
ଶ୍ରୀନଗରର ଲାଲଚୌକ, ଯେଉଁଠାରେ ବିଚ୍ଛିନ୍ନତାବାଦୀମାନେ ଥରେ ଦେଶ ବିରୋଧୀ ରାଲି କରୁଥିଲେ, ଏବେ ସେଠାରେ ରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ଏପରି ପରିସ୍ଥିତିରେ, ପାକିସ୍ତାନ ଦ୍ୱାରା ସମର୍ଥିତ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରି ସେମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏବଂ ତାହା ମଧ୍ୟ ପର୍ଯ୍ୟଟନ ଋତୁ ଆରମ୍ଭରେ । କେବଳ ଏତିକି ନୁହେଁ, ଆଗାମୀ ମାସଗୁଡ଼ିକରେ ପବିତ୍ର ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏବଂ ଏହା ପୂର୍ବରୁ ଦେଶର ଶତ୍ରୁମାନଙ୍କ ପାଇଁ ପରିବେଶକୁ ନଷ୍ଟ କରିବା ଠାରୁ ଭଲ ସମୟ ଆଉ କ’ଣ ହୋଇପାରେ ବୋଲି ଭାବି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ନିଜ ଭିରୁତାର ପ୍ରମାଣ ଦେଇଛନ୍ତି ଏହି ଆତଙ୍କୀ ।