Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅପରେସନ ମହାଦେବରେ ନିପାତ ହେଲେ ପହଲଗାମ୍ ପାପୀ: ଅମିତ ଶାହ

Rashmita Mishra
Browse all articles by Rashmita Mishra
·11 months ago·2 min read
ଅପରେସନ ମହାଦେବରେ ନିପାତ ହେଲେ ପହଲଗାମ୍ ପାପୀ: ଅମିତ ଶାହ

Key Points

ଅପରେସନ ମହାଦେବରେ ନିପାତ ହେଲେ ପହଲଗାମ୍ ପାପୀ
ଲସ୍କର କମାଣ୍ଡର ସୁଲେମାନ୍ ସହ ଆଫଗାନୀ, ଜିବରନ୍ ନିହତ
ସେନା, ସିଆରପିଏଫ୍ ଓ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନ୍
୧୦୫୫ ଜଣ ଲୋକଙ୍କୁ ୩୦୦୦ଘଣ୍ଟା ଜେରା କରିଥିଲା NIA
ପାକିସ୍ତାନୀ ଭୋଟର ପରିଚୟ ପତ୍ର ଓ ଚକୋଲେଟ୍ ଜବତ

ପହଲଗାମ୍ ନରସଂହାର କରିଥିବା ତିନି ଆତଙ୍କୀଙ୍କୁ ସଫା କରାଯାଇଥିବା ପାର୍ଲାମେଣ୍ଟରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନିପାତ ହୋଇଛନ୍ତି ବୈସରନ ଭ୍ୟାଲିରେ ନିରୀହ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରିଥିବା ଆତଙ୍କୀ। ଲସ୍କର କମାଣ୍ଡର ସୁଲେମାନ୍ ଓ ଦୁଇଜଣ ଏ ଲିଷ୍ଟ ଆତଙ୍କୀ ଆଫଗାନୀ ଓ ଜିବରନ । ଆତଙ୍କୀଙ୍କୁ ସହାୟତା ଯେଗାଇଥିବା ଦୁଇଜଣ ଲୋକ ସେମାନଙ୍କ ଚେହେରା ଚିହ୍ନଟ କରିବା ପରେ ପହଲଗାମ୍ ପାପୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ଅମିତ ଶାହ । ସେନା, ସିଆରପିଏଫ୍ ଓ ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କରାଯାଇଥିବା ମିଳିତ ଅପରେସନର ସଫଳତା ପାଇ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପରେ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖିଥିଲେ ସୁରକ୍ଷା କର୍ମୀ । ମେ ୨୨ରେ ଶ୍ରୀନଗର ନିକଟ ଦାଚିଗାଓଁ ଠାରେ ଆତଙ୍କୀଥିବା ଗୁଇନ୍ଦା ସୂଚନା ମିଳିଥିଲା ।

ଏହାପରେ ଆରମ୍ଭ ହୋଇଥିଲା ଅପରସେନ୍ ମହାଦେବ । ଆତଙ୍କୀ ବ୍ୟବହାର କରୁଥିବା ଯୋଗାଯୋଗ ବ୍ୟବସ୍ଥାକୁ ଟ୍ରାପ୍ କରାଯାଇଥିଲା । ଏନଆଇଏ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇଥିବା ଲୋକଙ୍କୁ ଗିରଫ କରାଯାଇଥିଲା । ୧୦୫୫ ଜଣଙ୍କୁ ପ୍ରାୟ ୩ହଜାର ଘଣ୍ଟାର ପଚରାଉଚରା କରିଥିଲା ଏନଆଇଏ । ଅପରେସନ ମହାଦେବ ପରେ ଦାଚିଗାଓଁ ଅଂଚଳରୁ ଜବତ ହୋଇଛି ଅତ୍ୟାଧୁନିକ M9 ଓ ଦୁଇ AK-47 ରାଇଫଲ୍ । ଫୁଟିଥିବା ଗୁଳି ସହ ରାଇଫଲଗୁଡିକୁ ସୋମବାର ବିଳମ୍ବିତ ରାତିରେ ଚଣ୍ଡିଗଡସ୍ଥିତ ସେଣ୍ଟ୍ରାଲ ଫରେନସିକ୍ ଲାବରୋଟାରିକୁ ସ୍ବତନ୍ତ୍ର ବିମାନରେ ପଠାଯାଇଥିଲା । ଏଥିସହ ପହଲଗାମ୍ ଆତଙ୍କୀ ଆକ୍ରମଣସ୍ଥଳରୁ ଜବତ ହୋଇଥିବା ଗୁଳିକୁ ମେଳ କରାଯାଇଥିଲ। ଦୁଇଟି ଯାକ ଗୁଳି ମେଳ ସମ୍ପର୍କରେ ଆଜି ଭୋର ୪ଟାରେ ରିପୋର୍ଟ ମିଳିଥିଲା । ଛଅ ଜଣିଆ ବିଶେଷଜ୍ଞ ଟିମର ଚୂଡାନ୍ତ ରିପୋର୍ଟ ସହ ଭିଡିଓ କଲ୍ ଦ୍ବାରା ସ୍ପଷ୍ଟ ହୋଇଥିଲେ ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଅମାନବୀୟ କାଣ୍ଡ ଘଟାଇଥିବା ଆତଙ୍କବାଦୀଙ୍କୁ ନିପାତ କରି ସେନା ଦେଶବାସୀଙ୍କ ବିଶ୍ବାସ ଜିଣିବାରେ ସକ୍ଷମ ହୋଇଛି ବୋଲି କହିଛନ୍ତି ପହଲଗାମ ମୃତକଙ୍କ ପରିବାର । ଆତଙ୍କବାଦୀଙ୍କ ନିପାତରେ ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ଆତ୍ମାକୁ ଶାନ୍ତି ମିଳିଥିବ ବୋଲି କହିଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ । ସେହିପରି ଆତଙ୍କବାଦୀଙ୍କ ଗୁଳିମାଡ଼ରେ ମୃ୍ତ୍ୟୁ ହୋଇଥିବା ୟୁପି କାନପୁରର ଶୁଭମ ଦ୍ବିବେଦୀଙ୍କ ବାପା, ପୁଣେର ମୃତକ ସନ୍ତୋଷ ଜଗଦଲେଙ୍କ ଝିଅ ଆଶାଭରୀ, ଅପରେସନ ମହାଦେବର ସଫଳତା ପାଇଁ କେନ୍ଦ୍ର ସରକାର ଓ ସେନାକୁ ଧନ୍ୟବାଦ ଦେଇଛନ୍ତି । ଆତଙ୍କୀ ଗୁଳିରେ ଏକମାତ୍ର କାଶ୍ମରୀ ଭାବେ ନିହତ ହୋଇଥିବା ଆଦିଲ ହୁସେନଙ୍କ ଭଉଣୀ କହିଛନ୍ତି ତାଙ୍କ ଭାଇକୁ ନ୍ୟାୟ ମିଳିଛି ।

ଏପ୍ରିଲ ୨୨ରେ ପହଲଗାମରେ ନୀରିହ ଲୋକଙ୍କୁ ଧର୍ମ ପଚାରି ଆତଙ୍କୀମାନେ ୨୬ଜଣଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ଏହାପରେ ସେମାନଙ୍କୁ ନିପାତ ପାଇଁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅପରେସନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pahalgam-is-a-sin-if-operation-mahadev-fails-amit-shah | Argus News