Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକାଠି ଚାଲିଗଲେ ଦୁଇସାଙ୍ଗ : ପ୍ରଥମ ଥର ବୁଲି ଆସିଲେ,ଆତଙ୍କୀ ଗୁଳିରେ ଚାଲିଗଲା ଜୀବନ...

National

ଏକାଠି ଚାଲିଗଲେ ଦୁଇସାଙ୍ଗ : ପ୍ରଥମ ଥର ବୁଲି ଆସିଲେ,ଆତଙ୍କୀ ଗୁଳିରେ ଚାଲିଗଲା ଜୀବନ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଏକାଠି ଚାଲିଗଲେ ଦୁଇସାଙ୍ଗ : ପ୍ରଥମ ଥର ବୁଲି ଆସିଲେ,ଆତଙ୍କୀ ଗୁଳିରେ ଚାଲିଗଲା ଜୀବନ...

ୟେ ଦୋସତି ହମ୍ ନେହିଁ ତୋଡେଙ୍ଗେ
ତୋଡେଙ୍ଗେ ଦମ୍ ଅଗର୍‌, ତେରା ସାଥ୍ ନା ଛୋଡେଙ୍ଗେ

ଏକାଠି ବ୍ୟବସାୟ କରୁଥିଲେ, ଏକାଠି ବଞ୍ଚୁଥିଲେ ଆଉ ଏକାଠି ଚାଲିଗଲେ ମଧ୍ୟ । ସାଙ୍ଗ ହୋଇ ପ୍ରଥମ ଥର ପହଲଗାମ୍‌କୁ ଆସିଥିଲେ ଛୁଟି କାଟିବାକୁ । ବ୍ୟବସାୟ, ଚାକିରିର ବ୍ୟସ୍ତତା ଭିତରେ ଟିକେ ସମୟ କାଢି ପ୍ରକୃତିକୁ ଉପଭୋଗ କରିବା ପାଇଁ, ଟିକେ ସାଙ୍ଗସହ ପିଲାଦିନର ସେହି ସ୍ମୃତିକୁ ତାଜା କରିବା ପାଇଁ ଅନେକ ଦିନ ପରେ ସମୟ କାଢିଥିଲେ । ହେଲେ ଜାଣିନଥିଲେ ତାଙ୍କର ସେହି ପ୍ରଥମ ଥର କାଶ୍ମୀର ଭ୍ରମଣ କରିବା ଟା ପ୍ରଥମ ଏବଂ ଶେଷ ପାଲଟିଯିବ । ଜାଣିନଥିଲେ ଅନେକ ଦିନ ପରେ ଏହି ଭ୍ରମଣ ତାଙ୍କୁ ପରିବାର ଠାରୁ ଅନେକ ଦୂରେଇ ଦେବ । ପହଲଗାମରେ ସେଇ ଛାତିଥରା ଘଟଣାରେ ଅନେକ ହୃଦୟକୁ ଆନ୍ଦୋଳିତ କରିଛି । ଅନେକଙ୍କ ଛାତିରେ କୋହ ଭରିଛି, ରକ୍ତ ଗରମ କରିଛି, ଆଉ ମନ ବିଚଳିତ କରିଛି । କେଉଁଠି ନବ ବିବାହିତା ବିଧବା ପାଲଟିଛି ତ , କେଉଁଠି ପୁଅ ତା ବାପାକୁ ହରାଇ ନିର୍ବାକ ହୋଇ ପଡିଛି । ଏ ଭିତରେ ଆଉ ଏକ ଖବର ଆସେ ଦୁଇ ସାଙ୍ଗଙ୍କର ।

ପୁଣେର ଜଣେ ସଫଳ ବ୍ୟବସାୟୀ କୌସ୍ତୁଭ ଗନ୍‌ବୋଟ୍ । ସବୁବେଳେ ନିଜ ଫରାସାନା ଫ୍ୟାକ୍ଟ୍ରିର ବିଜନେସକୁ ନେଇ ଖୁବ ବ୍ୟସ୍ତ ରୁହନ୍ତି । ପରିବାର ଲୋକେ ତାଙ୍କୁ ଅନେକ ଥର କୁହନ୍ତି, ଟିକେ ସମୟ କାଢି ନୂଆ ସ୍ଥାନ ବୁଲାବୁଲି କରିବା ପାଇଁ । କିନ୍ତୁ ଏତେ ବ୍ୟସ୍ତତା ଭିତରେ ସମୟ କାଢି ପାରନ୍ତିନି । ଖୁବ କମ ସେ ବାହାର ସ୍ଥାନ ଭ୍ରମଣ କରନ୍ତି ବୋଲି ତାଙ୍କ ସାଙ୍ଗ ଏବଂ ପଡୋଶୀମାନେ କୁହନ୍ତି । ଅନେକ ଦିନ ପରେ ତାଙ୍କର ଜିଗରୀ ଦୋସ୍ତ ସନ୍ତୋଷ ଜଗଦାଲେଙ୍କ ସହ ବାହାରକୁ ଯାଇଁ ସମୟ ବିତେଇବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ଏକାଠି ବୁଲିବା ପାଇଁ ରାଜି ମଧ୍ୟ ହୋଇଥିଲେ ।

କୌସ୍ତୁଭ ଏବଂ ଜଗଦାଲେ ଉଭୟ ନିଜର ସ୍ତ୍ରୀ ପିଲାଙ୍କ ସହ ବାହାରିଥିଲେ କାଶ୍ମୀରର ସେହି ଯମପୁର ପହଲଗାମ୍‌କୁ । ସେଠାରେ ଉଭ୍ୟ ନିଜ ପରିବାର ସହ ସମୟ କାଟୁଥିବା ବେଳେ ମାଡି ଆସିଥିଲେ ଆତଙ୍କବାଦୀ । ଆଉ ସ୍ତ୍ରୀ ପିଲାଙ୍କ ସାମ୍ନାରେ ଚାଲି ଯାଇଥିଲା ଦୁଇ ସାଙ୍ଗଙ୍କ ଜୀବନ ।

ପୂର୍ବରୁ ଏକ ଅଟୋ ଆକ୍ସିଡେଣ୍ଟରେ ଅଧା ଜଳି ଯାଇଥିଲେ କୌସ୍ତୁଭ । ପରେ ଭଲ ହେଲା ପରେ ସେ ଏହାକୁ ନିଜର ପୁନଃଜନ୍ମ ବୋଲି କହିଥିଲେ । କୌସ୍ତୁଭ କିଛିଦିନ ତଳେ ଜେଜେବାପା ହେବାର ସୌଭାଗ୍ୟ ପାଇଥିଲେ । କିନ୍ତୁ ଖୁସିକୁ ଉପଭୋଗ କରିବାର ସମୟ ପାଇନଥିଲେ କୌସ୍ତୁଭ ।

ପହଲଗାମ୍‌ ସେଦିନ ଉଜାଡି ଦେଲା ଅନେକ ପରିବାର । କିଛି ଖୁସି ମୁହୁର୍ତ୍ତକୁ ସୃତି କରି ସାଇତି ରଖିବାକୁ ଆସିଥିବା ପରିବାର ଛାତିରେ ଦେଇଦେଲା ଜାବନଭରି ଦୁଃଖ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pahalgam terror attack, 2 close friends died of kerala | Argus News