Videos
|
National

ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ, ରାଗିଲେ ମୋଦି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ, ରାଗିଲେ ମୋଦି

ପୁଣି କାଶ୍ମୀରରେ ଆତଙ୍କୀ ହମ୍‌ଲା । ପହଲଗାମ ଆତଙ୍କୀ ଆକ୍ରମଣରେ ୨୦ ପର୍ଯ୍ୟଟକଙ୍କ ମୃତ୍ୟୁ । ଆଗକୁ ଏହି ସଂଖ୍ୟା ବଢ଼ିବା ନେଇ ଆଶଙ୍କା । ଆତଙ୍କୀଙ୍କ ଯୋଜନାବଦ୍ଧ ଆକ୍ରମଣରେ ରକ୍ତରଂଜିତ ହେଲା ପହେଲଗାମ । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ଥିବା ସୂଚନା । ବାଲେଶ୍ୱର ସରଗାଁ ପଞ୍ଚାୟତର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି ।


ପତ୍ନୀ ଓ ପୁଅ ସହ ବୁଲି ଯାଇଥିଲା ବେଳେ ଗୁଳିମାଡ଼ ହୋଇଛି । ସ୍ବାମୀଙ୍କ ମୁଣ୍ଡରେ ଗୁଳି ବାଜିଛି ବୋଲି କହୁଛନ୍ତି ପତ୍ନୀ । ବର୍ତ୍ତମାନ ସ୍ବାମୀ କେଉଁଠି ଅଛନ୍ତି ସେ ଜାଣି ପାରୁନାହାନ୍ତି ବୋଲି ମଧ୍ୟ କହିଛନ୍ତି । ହେଲ୍ପଲାଇନ୍‌ ନଂ ଯୋଗେ ଯୋଗାଯୋଗରୁ ସ୍ପଷ୍ଟ ହେଲା ମୃତ୍ୟୁ । ଅନନ୍ତନାଗ ପୋଲିସ ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି । ହେଲ୍ପଲାଇନ୍‌ ନଂ- ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Anantnag Police( اننت ناگ پولیس) (@AnantnagPolice) April 22, 2025


ଏହି ଆକ୍ରମଣ ପରେ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ପହଲଗାମରେ ପର୍ଯ୍ୟଟକମାନେ ଟ୍ରେକିଂ କରୁଥିବା ବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ସାଉଦୀ ଆରବରେ ଥିବା ପିଏମ ମୋଦି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରି ଉଚିତ ପଦକ୍ଷେପ ନେବାକୁ କହିଛନ୍ତି ।



ଘଟଣାକୁ ଗୁରୁତ୍ୱର ସହ ନେଇ ଗୃହମନ୍ତ୍ରୀ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି । ଖୁବଶୀଘ୍ର ଅମିତ ଶାହ ଜାମ୍ମୁ କଶ୍ମୀରରେ ପହଞ୍ଚି ସ୍ଥିତି ସମୀକ୍ଷା କରିବେ । ଗ୍ରୀଷ୍ମ ଛୁଟିକୁ ଦୃଷ୍ଟିରେ ରଖି ପହଲଗାମ ଅଞ୍ଚଳରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଏଭଳି ଘଟଣା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ।

ଏହି ଗୁଳିକାଣ୍ଡ ପାଇଁ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟେନ୍ସ ଫ୍ରଣ୍ଟ ତଥା ଟିଆରଏପ୍ ନିଜକୁ ଦାୟୀ କରିଛି ।

ଅନ୍ୟପଟେ ଘଟଣାକୁ ନେଇ ଦୃଢ ନିନ୍ଦା କରିବା ସହ ନୀରିହ ଜନତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।




ଏହି ଆତଙ୍କୀ ହମ୍‌ଲା ନେଇ ଭୀଷଣ ରାଗିଲେ ପ୍ରଧାନମନ୍ତ୍ରୀ ମୋଦି। କହିଲେ କାହାକୁ ଛାଡ଼ିବୁନି । ଜଣେ ବି ଆତଙ୍କବାଦୀ ତ୍ରାହି ପାଇବେନି, ଦୃଢ଼ ଜବାବ ଦିଆଯିବ । ଆତଙ୍କବାଦୀଙ୍କ ଏଜେଣ୍ଡା ସଫଳ ହେବ ନାହିଁ । ଏହାସହ ସେମାନଙ୍କ ମନ୍ଦ ଉଦେଶ୍ୟକୁ ସଫଳ କରିବାକୁ ଦିଆଯିବନି। ଆତଙ୍କବାଦୀଙ୍କୁ ଦମନ କରାଯିବ ଆଉ ତ୍ରାହି ପାଇବେନି ।

ସେପଟେ ଆତଙ୍କୀ ହମ୍‌ଲାକୁ ଦୃଢ଼ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଦୈପଦୀ ମୁର୍ମୁ । ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ସେମାନଙ୍କ ଅମାନବୀୟ କାର୍ଯ୍ୟ ନିନ୍ଦନୀୟ, ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ।