Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପହଲଗାମ ହମଲା ଆଗରୁ ରେକି କରିଥିଲେ ଆତଙ୍କବାଦୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପହଲଗାମ ହମଲା ଆଗରୁ ରେକି କରିଥିଲେ ଆତଙ୍କବାଦୀ

ହମାସ୍ ଆତଙ୍କୀ ଢାଞ୍ଚାରେ ପହଲଗାମରେ ହୋଇଥିଲା ଆକ୍ରମଣ । ପହଲଗାମ ହମଲା ଆଗରୁ ରେକି କରିଥିଲେ ଆତଙ୍କବାଦୀ । ହମଲାର ୨ ଦିନ ଆଗରୁ ପହଲଗାମରେ ଡେରା ପକାଇଥିଲେ । ବୈସରନ୍‌ ଘାଟି ସହ ୩ଟି ସ୍ଥାନ ବି ଆତଙ୍କୀଙ୍କ ଟାର୍ଗେଟରେ ଥିଲା । ସବୁ ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ । ପହଲଗାମରେ ଆତଙ୍କୀ ନରସଂହାର କରିଥିଲେ ମଧ୍ୟ ପାର୍କରେ କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଆତଙ୍କୀ ବର୍ବରତା ପାଇଁ ଯୋଜନା ପଣ୍ଡ ହୋଇ ଯାଇଥଲା । ଆତଙ୍କୀ ବର୍ବରତା ପୂର୍ବରୁ ପହଲଗାମରେ ରେକି କରିଥିଲେ ଆତଙ୍କବାଦୀ ।


ଆତଙ୍କୀ ମାନେ ଅଲଟ୍ରା ଷ୍ଟେଟ୍ କମ୍ୟୁନିକେସନ ସିଷ୍ଟମ ବ୍ୟବହାର କରୁଥିଲେ । ଏଥିରେ ବିନା କୌଣସି ସିମ୍ କାର୍ଡରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଆତଙ୍କୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯୋଗାଯୋଗ ପାଇଁ ଯନ୍ତ୍ରାଂଶ ବ୍ୟବହାର କରୁଥିଲେ । ଏଥିରୁ ଆତଙ୍କୀମାନେ ବିଦେଶୀ ଲିଙ୍କ୍ ଥିବା ସ୍ପଷ୍ଟ ପ୍ରମାଣ ମିଳିଛି । ହମାସ୍ ଆତଙ୍କୀ ଢାଞ୍ଚାରେ ପହଲଗାମରେ ହୋଇଥିଲା ଆକ୍ରମଣ । ହମାସ୍ ଆତଙ୍କୀମାନେ ଆକ୍ରମଣ ବେଳେ ଯେପରି ବଡି କ୍ୟାମେରା ଲଗାଇଥାନ୍ତି ପହଲଗାମ୍ ଆତଙ୍କୀମାନେ ସେପରି ହେଲମେଟ୍ ପିନ୍ଧିଥିଲେ । ସେପଟେ ଇସ୍ରାଏଲ ଢାଞ୍ଚାରେ ଆତଙ୍କୀକୁ କଡା ଜବାବ ଦେବାକୁ ଭାରତ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pahalgam-terror-attack-hamas-like-tactics-used-by-pakistan-based-terrorists | Argus News