ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା: ମୋଦିଙ୍କୁ ଚିଠି ଲେଖି ସ୍ବତନ୍ତ୍ର ଅଧିବେଶନ ପାଇଁ ଅନୁରୋଧ କଲେ ରାହୁଲ ଗାନ୍ଧୀ
·1 year ago

ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ । ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପହଲଗାମ ଆତଙ୍କୀ ଆକ୍ରମଣ ଓ ଭାରତର ଆଗାମୀ ରଣନୀତି ପ୍ରସଙ୍ଗରେ ସଂସଦରେ ସ୍ବତନ୍ତ୍ର ଅଧିବେଶନ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ । ତେବେ ସ୍ବତନ୍ତ୍ର ଅଧିବେଶନ ଜରିଆରେ ବିଭିନ୍ନ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ସାଂସଦମାନେ ଏକଜୁଟ ହୋଇ ଏକତା ଓ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇପାରିବେ ବୋଲି ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ଭାରତୀୟ ଆତଙ୍କବାଦ ବିରୋଧରେ ଏକଜୁଟ୍ ଅଛୁ ବୋଲି ଦେଖାଇବା ଦରକାର କହି ପ୍ରଧାନମନ୍ତ୍ରୀଙ୍କୁ ଉଭୟ ଗୃହରେ ସ୍ବତନ୍ତ୍ର ଅଧିବେଶନ ପାଇଁ ଅନୁରୋଧ କରିଛନ୍ତି ରାହୁଲ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: