Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପହଲଗାମ ଆତଙ୍କୀ ହମଲା: ବଡ଼ ଜବାବ ପାଇଁ ଭାରତର ବଡ଼ ପ୍ରସ୍ତୁତି

Rashmita Mishra
Browse all articles by Rashmita Mishra
·1 year ago·2 min read
ପହଲଗାମ ଆତଙ୍କୀ ହମଲା: ବଡ଼ ଜବାବ ପାଇଁ ଭାରତର ବଡ଼ ପ୍ରସ୍ତୁତି

Key Points

ପହଲଗାମ ଆତଙ୍କୀ ହମଲାର ବଡ଼ ଜବାବ ପାଇଁ ଭାରତର ବଡ଼ ପ୍ରସ୍ତୁତି
PMOରେ ପ୍ରଧାନମନ୍ତ୍ରୀଙ୍କ ସହ NSA ଅଜିତ୍ ଡୋଭାଲଙ୍କ ମିଟିଂ
ଭାରତକୁ କୁଟନୈତିକ ସ୍ତରରେ ଆଉ ଏକ ବଡ଼ ସଫଳତା
ଆତଙ୍କବାଦ ବିରୋଧୀ ଲଢେଇରେ ଟ୍ରମ୍ଫ ପ୍ରଶାସନ ଯୋଗାଇବ ସମସ୍ତ ସଂଶାଧନ

ସୀମାରେ ସେନାର କଦମତାଲ, LOC ର କୋଣ ଅନୁକୋଣରେ ସତର୍କତା। ଭାରତର ପୁରା ପ୍ରସ୍ତୁତି...ପାକିସ୍ତାନ ଉପରେ ପଡିବ ଭାରି। ସିମାରେ ଏ କଦମତାଲ ଏମିତି ସେମିତି ନୁହେଁ। ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ପାକିସ୍ତାନକୁ ପାନେ ଦେବାର ସମୟ ଏବେ ଆସିଯାଇଛି। ଭାରତ କେମିତି ପ୍ରସ୍ତୁତ ଅଛି ଏହାର ଟ୍ରେଲର ପାକିସ୍ତାନ ଦେଖୁଛି। ପାକିସ୍ତାନର ହୋସ ଉଡିବାକୁ ବସିଲାଣି।

ପ୍ରତିଦିନ ପାକିସ୍ତାନରୁ କାହାର ନା କାହାର ଘାବରେଇବା ଭଳି ବୟାନ ଆସୁଛି। ପାକିସ୍ତାନ ଡରିବା ପଛର କାରଣ ମଧ୍ୟ ରହିଛି। ଭାରତର ପ୍ରସ୍ତୁତି ପାକିସ୍ତାନକୁ ଡରିବାକୁ ବାଧ୍ୟ କରୁଛି। ଗତ ସପ୍ତାହେ ମଧ୍ୟରେ ଭାରତର ଘନ ଘନ ବୈଠକ ଦେଖି ପାକିସ୍ତାନ ଛାନିଆ। ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ, ଏନଏସଏ, ସେନା ମୁଖ୍ୟଙ୍କ ସହିତ ବୈଠକ। ତିନି ସେନା ମୁଖ୍ୟଙ୍କ ସହିତ ଓ୍ବାନ ଟୁ ଓ୍ବାନ ବୈଠକ। ପ୍ରତିରକ୍ଷା ସଚିବଙ୍କ ସହିତ ଓ୍ବାନ ଟୁ ଓ୍ବାନ ବୈଠକ। ପ୍ରତିରକ୍ଷା ସହିତ ଜଡିତ କ୍ୟାବିନେଟ କମିଟି ବୈଠକ। ଆଉ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବୈଠକ। ସହଜରେ ବୁଝି ହେଉଥିବ ଏହି ବୈଠକରେ କଣ ଆଲୋଚନା ହୋଇଥିବ।

ପାକିସ୍ତାନ ଏହି ବୈଠକର ଅର୍ଥ ବେଶ ବୁଝିପାରୁଛି। ପାକିସ୍ତାନ ଏହା ମଧ୍ୟ ବୁଝୁଛି ଏହି ବୈଠକ ଗୋଟେ ବଡ଼ ପ୍ରସ୍ତୁତି ପାଇଁ ହେଉଛି। ଏପର୍ଯ୍ୟନ୍ତ ଭାରତ ଯାହା ବହି ଆକସନ ନେଇଛି ତାହା ପାକିସ୍ତାନ ଉପରେ ବେଶ ଭାରି ସାବ୍ୟସ୍ତ ହୋଇଛି। ଭାରତ ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିସାରିଛି। ପାକିସ୍ତାନ ପାଇଁ ଶୋଷରେଲ ମରିବାର ସମୟ ଆସିଯାଇଛି। ଭାରତ ଏୟାର ସ୍ପେଶ ବନ୍ଦ କଲା।

ପାକିସ୍ତାନ ବିମାନ କମ୍ପାନୀଗୁଡିକର ଅବସ୍ଥା ଖରାପ ହେବାରେ ଲାଗିଛି। ଆଉ ଭାରତ ଯେତେବେଳେ କୁଟନୈତିକ ଚାଲ ଖେଳିଲା ସେତେବେଳେ ସାରା ବିଶ୍ବରୁ ପାକିସ୍ତାନ ଆଡକୁ ଚେତାବନୀ ଆସିବା ଆରମ୍ଭ ହୋଇଗଲା। ଏପରିକି ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ପାକିସ୍ତାନକୁ ହାରର ସାମନା କରିବାକୁ ପଡିଲା। ଏବେ ଭାରତର ପ୍ରସ୍ତୁତି ଆହୁରି ବଢିଯାଇଛି। ସେନା ସହିତ ଭାରତର ସାଧାରଣ ଲୋକ ମଧ୍ୟ ସାମିଲ ହେବାରେ ଲାଗିଛନ୍ତି। ଆସନ୍ତାକାଲିର ମକଡ୍ରିଲ ମଧ୍ୟ ପାକିସ୍ତାନ ପାଇଁ ବଡ ଚେତାବନୀ।

ଖାଲି ସେତିକି ନୁହେଁ, ପାକିସ୍ତାନ ବିରୋଧୀ ଆତଙ୍କାବଦ ବିରୋଧୀ ଲଢେଇରେ ଭାରତକୁ କୁଟନୈତିକ ସ୍ତରରେ ଆଉ ଏକ ବଡ଼ ସଫଳତା। ଆମେରିକା କହିଛି, ଭାରତ ଆତଙ୍କବାଦ ବିରୋଧରେ ତାର ଲଢେଇ ଜାରିରଖୁ ଆମେ ତାକୁ ସମର୍ଥନ କରିବୁ। ଯଦି ଆବଶ୍ୟକ ପଡେ ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ଟ୍ରମ୍ଫ ପ୍ରଶାସନ ଭାରତକୁ ସବୁ ସଂଶାଧନ ଯୋଗାଇଦେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pahalgam-terror-attack-indias-big-preparations-for-a-big-response | Argus News