Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆତଙ୍କୀ ଆକ୍ରମଣ: ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ବନ୍ଦ ଡାକରା

National

ଆତଙ୍କୀ ଆକ୍ରମଣ: ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ବନ୍ଦ ଡାକରା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆତଙ୍କୀ ଆକ୍ରମଣ: ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ବନ୍ଦ ଡାକରା

ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣର ପ୍ରତିବାଦରେ ଜମ୍ମୁ-କାଶ୍ମୀରରେ ବନ୍ଦ ଡାକରା । ପୂରା ଜମ୍ମୁ-କାଶ୍ମୀରରେ ଏହି ଆହ୍ୱାନର ପ୍ରଭାବ ଦେଖିବାକୁ ମିଳିଛି । ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାଶ୍ମୀର ଉପତ୍ୟାକାରେ ଏଭଳି ବନ୍ଦ ଦେଖଇବାକୁ ମିଳିଛି । ଏହି ଡାକରାରେ ବିଶେଷକରି ବ୍ୟବସାୟିକ ସଂଗଠନ ଏବଂ ରାଜନୈତିକ ଦଳ ସାମିଲ ଅଛନ୍ତି । ଶ୍ରୀନଗରରେ ଅଧିକାଂଶ ସ୍କୁଲ,କଲେଜ ସହିତ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ସହ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଥିଲା । ସୂଚନା ଅନୁସାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲାଅଛି ।

କିଛି ସରକାରୀ ସ୍କୁଲ ମଧ୍ୟ ଖୋଲା ରହିଥିଲା । ରାସ୍ତାରେ ପରିବହନ ଯାନବାହନ ମଧ୍ୟ ବହୁତ କମ୍ ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବ ବିଶେଷକରି କାଶ୍ମୀର ଉପତ୍ୟାକାର ଜିଲ୍ଲା ମୁଖ୍ୟାଳୟରେ ଦେଖିବାକୁ ମିଳିଛି । ତେବେ ପହଲଗାମ୍‌ରେ ଗତ କାଲି ଯେଉଁ ବର୍ବର କାଣ୍ଡ ଘଟାଇଲେ ଆତଙ୍କବାଦୀ ସେଥିରେ ୨୬ଜଣଙ୍କ ନିରୀହ ଜୀବନ ଚାଲିଗଲା । ଏହି ଆକ୍ରମଣ ପରେ କାଶ୍ମୀର ଉପତ୍ୟାକାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆ ଯାଇଛି । ଅନ୍ୟପକ୍ଷରେ ଜମ୍ମୁରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସଂନ୍ଦିଗ୍ଧ ଅଞ୍ଚଳରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି ।

ପହଲଗାମ୍‌ ଆକ୍ରମଣରେ ସମ୍ପୃକ୍ତ ଥିଲେ ୬ ଆତଙ୍କବାଦୀ । ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କୀଙ୍କ ହାତ ଥିବା ସୂଚନା । ତେବେ ଏହି ଆତଙ୍କୀଙ୍କ ମଧ୍ୟରୁ ୪ ଜଣଙ୍କ ଫଟୋ ସାମ୍ନାକୁ ଆସିଛି । ୩ ଜଣଙ୍କ ଫଟୋ ଜାରି କରାଯାଇଛି । ଆତଙ୍କବାଦୀଙ୍କୁ ଡ୍ରୋନ୍ ଓ ହେଲିକପ୍ଟର ସାହାଯ୍ୟରେ ଖୋଜିବାକୁ ଉଦ୍ୟମ ଜାରି ରହିଛି। ଆତଙ୍କବାଦୀଙ୍କ ପାଖରେ AK-47 ବନ୍ଧୁକ ରହିଥିଲା । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଆତଙ୍କୀ କାଣ୍ଡ ଘଟାଇବା ପୂର୍ବରୁ ପ୍ରଥମେ ରେକି କରିଥିଲେ ୬ ଆତତାୟୀ ,ଏହାପରେ କରିଥିଲେ ଫାୟାରିଂ । ପୂରା ଘଟଣାର ତଦନ୍ତ କରୁଛି ଏନଆଇଏ ।

ଏବେ ସାରା ଦେଶରେ ଚହଳ। ପହଲଗାମ ଆତଙ୍କୀ ହମଲା। ସବୁଠି ଚର୍ଚ୍ଚା ଆଉ ଭୟ। ଯେଉଁଥିରେ ଯବାନ ନୁହେଁ ସାଧାରଣ ଲୋକଙ୍କ ଉପରେ ହମଲା କରିଛନ୍ତି ଆତଙ୍କବାଦୀ। ଆଉ ଏହି ଆକ୍ରମଣରେ ବିଶେଷ କରି ଭାରତୀୟ ଲୋକଙ୍କ ଜୀବନ ଯାଇଛି। ଆଉ ଏହା ଉପରେ କଡ଼ା ଆକ୍ସନ ନେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ହଁ ଆଜି ସନ୍ଧ୍ୟାରେ ବସିବ ସିସିଏସ୍ ବୈଠକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pahalgam-terror-attack-jandk-political-parties-call-for-shutdown-today | Argus News