ପହଲଗାମ ଆତଙ୍କବାଦୀ ଆକ୍ରମଣ: ପୀଡିତ ପରିବାରଙ୍କୁ ସହଯୋଗ କରିବ ବୋଲି NSEର ପ୍ରତିଶ୍ରୁତି
·1 year ago

ଏପ୍ରିଲ ୨୨ରେ କାଶ୍ମୀର ପହଲଗାମ ଜିଲ୍ଲାରେ ଆତଙ୍କବାଦୀ ହମଲାରେ ୨୬ ହିନ୍ଦୁ ପ୍ରାଣ ହରାଇଛନ୍ତି। ଏଥିପାଇଁ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି। ମୃତକଙ୍କ ପରିବାରକୁ ସହଯୋଗ କରିବାକୁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ଆଗେଇ ଆସି ସମର୍ଥନ ଜଣାଇଛି ଏବଂ ଏହି ନିଷ୍ଠୁର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସହାୟତା କରିବା ପାଇଁ ସମୁଦାୟ ୧ କୋଟି ଟଙ୍କା (ଅର୍ଥାତ୍ ପରିବାର ପିଛା ପାଖାପାଖି ୪ ଲକ୍ଷ ଟଙ୍କା) ଦେବାକୁ ପ୍ରତିଶ୍ରୁତି ଦେଇଛି।
ଏହି ଦୁଃଖ ଏବଂ ସଙ୍କଟ ସମୟରେ ଏନଏସଇ ଦେଶ ସହିତ ଛିଡ଼ା ହୋଇଛି । ଏନଏସଇର ଏମଡି ଏବଂ ସିଇଓ ଆଶିଷ କୁମାର ଚୌହାନ କହିଛନ୍ତି। ଏହା ଆମ ଦେଶ ପାଇଁ ଏକ ସାମୂହିକ ଶୋକର ମୁହୂର୍ତ୍ତ। ଆମର ସମବେଦନା ଏବଂ ପ୍ରାର୍ଥନା ପ୍ରଭାବିତ ପରିବାରମାନଙ୍କ ସହିତ ଅଛି ଏବଂ ଆମେ ଆଶା କରୁଛୁ ଯେ ସେମାନଙ୍କୁ ଯଥାସମ୍ଭବ ସହାୟତା କରିବୁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: