pahalgam terror attack: ବିମାନ ବନ୍ଦରରେ ମୋଦିଙ୍କ ଜରୁରୀ ବୈଠକ

ଜାମ୍ମୁକାଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କୀ। ଯିଏ କହିଲା ହିନ୍ଦୁ ତାକୁ ହେଲା ଗୁଳି। ରକ୍ତ ରଞ୍ଜିତ ହୋଇଗଲା ପହଲଗାମ। ସ୍ମୃତି ସାଉଣ୍ଟିବାକୁ ଯାଇଥିବା ଲୋକମାନେ ମୁହୁର୍ତ୍ତକେ ଶବ ହେଇଗଲେ। ଏ ବିଭତ୍ସକାଣ୍ଡକୁ ନେଇ ସ୍ତବ୍ଧ ହୋଇ ଯାଇଛି ସାରା ବିଶ୍ବ। ସାରା ବିଶ୍ବବ୍ୟାପି ଘଟଣାକୁ ନିନ୍ଦା କରାଯାଉଛି। ହମ୍ଲା ପଛରେ ହାପିଜ ସହଯୋଗୀ ଥିବା ସନ୍ଦେହ କରାଯାଉଛି। ପାକିସ୍ତାନ ଦ୍ୱାରା ପୋଷିତ ଜଣାଶୁଣା ‘ଦି ରେସିସ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ଭୟଙ୍କର ଆକ୍ରମଣ କରିଥିବା ଦାବି କରିଛି।
ସେପଟେ ସାଉଦୀ ଗସ୍ତ ଅଧାରୁ ଫେରିବା ପରେ ଆକ୍ସନ ମୋଡରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ କରିଛନ୍ତି ଜରୁରୀ ବୈଠକ। ଏୟାରପୋର୍ଟରେ ପହଞ୍ଚିବା ପରେ ତତ୍କ୍ଷଣାତ ସେଠାରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ। ପିଏମଙ୍କ ବୈଦେଶିକ ମନ୍ତ୍ରୀ ଏସ୍ . ଜୟଶଙ୍କର ଉପସ୍ଥିତ ଥିବା ଜଣା ପଡିଛି। ପହଲଗାମ୍ ଘଟଣା ନେଇ ଚାଲିଛି ବୈଠକ।
📱 Get Argus News App
✨ଡ୍ରୋନ୍ ଓ ହେଲିକପ୍ଟର ମାଧ୍ୟମରେ ଚାଲିଛି ସର୍ଚ୍ଚ ଅପରେସନ। ଏବେ ଭାରତ କେମିତି ଏହାର ପ୍ରତିଶୋଧ ନେବ ତା ଉପରେ ରହିଛି ସାଧାରଣ ଲୋକଙ୍କ ଠାରୁ ନେଇ ବିଶ୍ବର ବଡ଼ବଡ଼ ନେତାଙ୍କ ନଜର। ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବାକୁ ଆଜି ପହଲଗାମ ଯିବେ ଗୃହମନ୍ତ୍ରୀ ଅମିତ ଶାହା। ଗ୍ରାଉଣ୍ଡକୁ ଯାଇ ସମୀକ୍ଷା କରିବେ। ଏନଆଇଏ ଟିମ୍ ମଧ୍ୟ ପହଲଗାମ ଗସ୍ତ କରିବ।
ଗତକାଲି ଅପରାହ୍ନରେ ଜମ୍ମୁକାଶ୍ମୀର ପହଲଗାମରେ ଆକ୍ରମଣକାରୀ ପୁଲିସ ପୋଷାକ ପିନ୍ଧି ଆସିଥିଲେ। ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ‘ତୁମେ ହିନ୍ଦୁ ନା ମୁସଲ୍ମାନ’ ବୋଲି ପଚାରିବା ସହ ପରିଚୟପତ୍ର ଯାଞ୍ଚ କରିଥିଲେ। ଆଉ ଯାହାକୁ ହିନ୍ଦୁ ଦେଖୁଥିଲେ ତାଙ୍କୁ ଗୁଳି କରୁଥିଲେ। ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟ। ଦେହରେ ପୋଲିସ ପୋଷାକ ଥିବାରୁ ବନ୍ଧୁକ ଧରି ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବା, ତାଙ୍କ ପାଇଁ ସହଜ ହୋଇଥିଲା ।