Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Pahalgam Attack;ବଞ୍ଚିଯାଇଥିବା ପର୍ଯ୍ୟଟକଙ୍କ ମୁହଁରେ ଛାତିଥରା କାହାଣୀ

National

Pahalgam Attack;ବଞ୍ଚିଯାଇଥିବା ପର୍ଯ୍ୟଟକଙ୍କ ମୁହଁରେ ଛାତିଥରା କାହାଣୀ

Smruti Parija
Browse all articles by Smruti Parija
·1 year ago·3 min read
Pahalgam Attack;ବଞ୍ଚିଯାଇଥିବା ପର୍ଯ୍ୟଟକଙ୍କ ମୁହଁରେ ଛାତିଥରା କାହାଣୀ

ଏପ୍ରିଲ 22 ତାରିଖ । ମଙ୍ଗଳବାର । ସମୟ 2.45 ରୁ 3 ଟା ହେବ । ସ୍ଥାନ ପହଲଗମ୍ ର ବୈସରନ ଭ୍ୟାଲି । ଏହି ସ୍ଥାନକୁ ଗାଡି ମୋଟର ଯାଏନି । କେବଳ ପାଦରେ ଚାଲି ଚାଲି କିମ୍ବା ଘୋଡା ଉପରେ ବସି ଯିବାକୁ ପଡେ । ଯେହା ଆତଙ୍କବାଦୀଙ୍କ ପାଇଁ ସହଜ ହୋଇଥିଲା । ଆତଙ୍କବାଦୀଙ୍କ ପ୍ରଥମ ଅସ୍ତ୍ର ଥିଲା ସେନା ପୋଷାକ । ଆଉ ମୁଣ୍ଡରେ ହେଲମେଟ୍ । ହେଲମେଟ୍ ରେ ଲାଗିଥାଏ କ୍ୟାମେରା । ପ୍ରଥମେ ସେମାନେ ସୁରକ୍ଷାକର୍ମୀ ହେବାର ନାଟକ କରିଥିଲେ । ପରେ ଲୋକଙ୍କ ବିଶ୍ୱାସ ଜିତି ଅଞ୍ଚଳରେ ପ୍ରବେଶ କରିଥିଲେ । ଦେଖିଥିଲେ ସବୁକିଛି ଠିକ୍ ଠାକ୍ ଚାଲିଛି । ତାପରେ ଫାଙ୍କା ଗୁଳି ଚାଳନା କରିଥିଲେ ।


ବାହାରେ ଗୁଳି ବର୍ଷା ହେଉଥାଏ । ଟେଣ୍ଟ ଭିତରେ ଥରୁଥାନ୍ତି ପର୍ଯ୍ୟଟକ । ସେନା ପୋଷାକକୁ ହାତରେ ବନ୍ଧୁକ ଧରି ପଶି ଆସିଲେ ଆତଙ୍କବାଦୀ । ଆମକୁ କହିଲେ ତମେ ଇସଲାମର ପଦ ଅର୍ଥାତ୍ କଲମା ଗାଅ । ଯେତେବେଳେ କଲମା ଗାଇ ପାରିଲିନୁ ସେତେବେଳେ ଆଖିବୁଜା ଗୁଳି ଚଳାଇଥିଲେ । ଗୋଟେ ବାଜିଲା ମୁଣ୍ଡରେ...ଗୋଟେ କାନରେ । ଆଉ ଗୋଟିଏ ପିଠିରେ । ଯାହାକୁ ବଖାଣିଛନ୍ତି ସଦ୍ୟ ସଦ୍ୟ ବାପାକୁ ହରାଇଥିବା ଗୋଟେ ଝିଅ ।


ବୟସ 26 ବର୍ଷ । ବାପା ମା ଓ ପୁରା ପରିବାରର ମୋଟ୍ 5 ଜଣଙ୍କ ସହ ବୁଲି ଆସିଥିଲେ ଭାରତର ଭୂସ୍ୱର୍ଗକୁ । ବାପା ବିଜନେସ୍ ମ୍ୟାନ୍ । ଆତଙ୍କୀଙ୍କ ଗୁଳିରେ ସେ ଚିର ଦିନ ପାଇଁ ଶୋଇଯାଇଛନ୍ତି । ବୁକୁ ଫଟେଇ କାନ୍ଦୁଛନ୍ତି ଝିଅ ଓ ମା । ତାଙ୍କ ଆଖି ଆଗରେ ଖାଲି ବାପାଙ୍କର ମୃତ୍ୟୁ ହୋଇନି..ମୃ.ତାଙ୍କ ଦାଦାଙ୍କୁ ମଧ୍ୟ ସେ ହରାଇଛନ୍ତି । ପ୍ରଥମେ ବାପା ଟଳିପଡିବା ପରେ ଅତି ନିର୍ମମ ଭାବେ ଆତଙ୍କୀ ତାଙ୍କ ଦାଦାଙ୍କ ଉପରେ ଗୁଳି ବର୍ଷା କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଝିଅ କୁହନ୍ତି ଆମେ 5 ଜଣ ବୁଲିବାକୁ ଆସିଥିଲୁ । Mini Switzerlandରେ ବୁଲୁ ବୁଲୁ ହଠାତ୍ ହେଲା ଆକ୍ରମଣ । ପ୍ରଥମେ ଆମେ ଭାବିଲୁ ଏହା ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେଉଛି । ହେଲେ ଆତଙ୍କବାଦୀମାନେ ସେନା ପୋଷାକରେ ଆସିଥିଲେ । ହିନ୍ଦୁଙ୍କୁ ଖୋଜି ଖୋଜି ମାରିଥିଲେ । କିଏ ସ୍ୱାମୀକୁ ହରାଇ କାନ୍ଦି କାନ୍ଦି କହୁଥିଲା ଯେ ମୋ ସ୍ୱାମୀକୁ ମାରିଲ ତ ମତେ ମାର । ହେଲେ ଆତଙ୍କୀ ମାରିନଥିଲେ କହିଥିଲେ ଯାଅ ତମ ମୋଦିଙ୍କୁ କହିବ ଆମ କଥା । ଅର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିଥିବାରୁ ତୁମେ ମାନେ ଦୋଷୀ ବୋଲି କହିଥିଲେ । ଖାଲି ଏତିକି ନୁହେଁ ଆତଙ୍କବାଦୀମାନେ ନୀରିହ ଜନତା ଓ ପିଲାଙ୍କୁ ମାରନ୍ତି ନାହିଁ ଲୋକଙ୍କୁ କହିବାକୁ ତାଙ୍କୁ ବାଧ୍ୟ କରିଥିଲେ ।



ପହଲଗମ୍ ରେ ଆତଙ୍କବାଦୀ ଆକ୍ରମଣ ପୁରା ଦେଶକୁ ସ୍ତବ୍ଧ କରିଦେଇଥିବାବେଳେ ଏବେ ସାମନାକୁ ଆସୁଛି ବୈସରନ ଭ୍ୟାଲିର ସୁନ୍ଦର ସୁନ୍ଦର ଚିତ୍ର । ଯେଉଁମାନେ ପୂର୍ବରୁ ଏହି ସ୍ଥାନକୁ ବୁଲିବାକୁ ଯାଇଥିଲେ, ଫଟୋ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ବିଶ୍ୱାସ ମଧ୍ୟ କରି ପାରୁନାହାନ୍ତି ଯେ ଏତେ ସୁନ୍ଦର ପର୍ଯ୍ୟଟନ ସ୍ଥଳରେ ଏମିତି ହୃଦୟ ବିଦାରକ ଘଟଣା ଘଟିଯାଇଛି । ଯେଉଁଠି ସେମାନେ ସୁନ୍ଦର ସ୍ମୃତି ସାଉଁଟି ଫେରିଥିଲେ..ସେଠି କାହାର ସିନ୍ଦୁର ଲିଭିଯାଇଛି ତ କିଏ ଅନାଥ ହୋଇଯାଇଛି । ଆଉ କାହାର ସୁଖ ଛଡେଇ ନେଇଛି କାଶ୍ମୀର ।

Sponsored
pahalgam-terror-attack-read-the-strategy-terrorist | Argus News