Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପହଲଗାମ ଆତଙ୍କବାଦୀ ଆକ୍ରମଣର ଖୁବଶୀଘ୍ର କଡ଼ା ଜବାବ ଦିଆଯିବ

National

ପହଲଗାମ ଆତଙ୍କବାଦୀ ଆକ୍ରମଣର ଖୁବଶୀଘ୍ର କଡ଼ା ଜବାବ ଦିଆଯିବ

Ritu Das
Browse all articles by Ritu Das
·1 year ago·1 min read
ପହଲଗାମ ଆତଙ୍କବାଦୀ ଆକ୍ରମଣର ଖୁବଶୀଘ୍ର କଡ଼ା ଜବାବ ଦିଆଯିବ

ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନୃଶଂସ ଘଟଣାର ଜବାବ ଅତି ଶୀଘ୍ର ଦିଆଯିବ ଏବଂ ଆତଙ୍କବାଦୀମାନଙ୍କୁ କୌଣସି ଅବସ୍ଥାରେ ଛଡ଼ାଯିବ ନାହିଁ। ମଙ୍ଗଳବାର ଘଟିଥିବା ଏହି ଆକ୍ରମଣରେ ୨୯ ଜଣ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଯାହା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ପରେ ରାଜନାଥ ସିଂହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସିଂହ କହିଛନ୍ତି, “ଆମେ ଏହି ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବୁ। ଯେଉଁମାନେ ଏହା ପାଇଁ ଦାୟୀ, ସେମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡ ଦିଆଯିବ। ଆମର ସୁରକ୍ଷା ବାହିନୀ ଏହି ଆକ୍ରମଣର ମୂଳ ପର୍ଯ୍ୟନ୍ତ ପହଞ୍ଚି ଦୋଷୀମାନଙ୍କୁ ସମୂଳେ ନାଶ କରିବେ।”


ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ‘ଶୁନ୍ୟ ସହନଶୀଳ’ ନୀତି ଅନୁସରଣ କରୁଛନ୍ତି ଏବଂ ଜମ୍ମୁ ଓ କାଶ୍ମୀରରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଦୃଢ଼ପ୍ରତିଜ୍ଞ। ପହଲଗାମ ଆକ୍ରମଣରେ ନିହତଙ୍କ ପରିବାରକୁ ସମବେଦନା ଜଣାଇ ସିଂହ କହିଛନ୍ତି ଯେ ସରକାର ସେମାନଙ୍କ ପାଖରେ ଅଛି ଏବଂ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରାଯିବ। ଏହି ଘଟଣା ପରେ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସୁରକ୍ଷା ବାହିନୀମାନେ ଅଞ୍ଚଳରେ ତନାଘନା ଜାରି ରଖିଛନ୍ତି ଏବଂ ଆକ୍ରମଣ ସହ ଜଡ଼ିତ ସନ୍ଦିଗ୍ଧମାନଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ରାଜନାଥ ସିଂହଙ୍କ ଏହି ବୟାନ ଦେଶବାସୀଙ୍କୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ସରକାରର ଦୃଢ଼ ନିଷ୍ପତ୍ତି ଏବଂ ଦେଶର ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ପୁନର୍ବାର ସ୍ପଷ୍ଟ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pahalgam-terror-attack-will-be-given-a-strong-response-soon | Argus News