Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pahalgam Terrorist Attack: ଓଡ଼ିଆ ଯୁବକଙ୍କ ଶବ ଓଡ଼ିଶା ଆଣିବା ବ୍ୟବସ୍ଥା କରିବାକୁ CM ଦେଲେ ନିର୍ଦ୍ଦେଶ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Pahalgam Terrorist Attack: ଓଡ଼ିଆ ଯୁବକଙ୍କ ଶବ ଓଡ଼ିଶା ଆଣିବା ବ୍ୟବସ୍ଥା କରିବାକୁ CM ଦେଲେ ନିର୍ଦ୍ଦେଶ

ଜାମ୍ମୁ କାଶ୍ମୀର ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ହମଲାକୁ ଦୃଢ଼ ନିନ୍ଦା କରିଛନ୍ତି । ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ଉଗ୍ରପନ୍ଥୀ ମାନେ କାଶ୍ମୀରର ପହଲଗାମ ଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ଼ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ଜଣେ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାର ମଧ୍ୟ ସୂଚନା ମିଳିଛି । ସଂପୃକ୍ତ ଓଡିଆ ପର୍ଯ୍ୟଟକଙ୍କ ମର ଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ସଂପର୍କରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆତଙ୍କୀ ଗୁଳିରେ ପାଖାପାଖି ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଯାହାକି ସାରା ଦେଶରେ ଏବେ ଆଲୋଡ଼ନ ସୃଷ୍ଟି କରିଛି । ଜାମ୍ମୁ କାଶ୍ମୀରରେ ଗୁଳି ଫୁଟିବା ଖବର ପାଇ, ସାଉଦୀ ଆରବରେ ଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚିହିଁକି ଉଠିଛନ୍ତି । ସେଠାରୁ ଫୋନ କରି ଅମିତ ଶାହଙ୍କୁ ତୁରନ୍ତ କଡ଼ା ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ ମୋଦି କହିଛନ୍ତି କାହାରିକୁ ଛଡ଼ା ଯିବନି ।

୨୬ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ଥିବା ସୂଚନା । ବାଲେଶ୍ୱର ସରଗାଁ ପଞ୍ଚାୟତର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି । ପତ୍ନୀ ଓ ପୁଅ ସହ ବୁଲି ଯାଇଥିଲା ବେଳେ ଗୁଳିମାଡ଼ ହୋଇଛି । ସ୍ବାମୀଙ୍କ ମୁଣ୍ଡରେ ଗୁଳି ବାଜିଛି ବୋଲି କହୁଛନ୍ତି ପତ୍ନୀ । ବର୍ତ୍ତମାନ ସ୍ବାମୀ କେଉଁଠି ଅଛନ୍ତି ସେ ଜାଣି ପାରୁନାହାନ୍ତି ବୋଲି ମଧ୍ୟ କହିଛନ୍ତି । ହେଲ୍ପଲାଇନ୍‌ ନଂ ଯୋଗେ ଯୋଗାଯୋଗରୁ ସ୍ପଷ୍ଟ ହେଲା ମୃତ୍ୟୁ । ହେଲ୍ପଲାଇନ୍‌ ନଂ- ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦ ।

ଏହି ଗୁଳିକାଣ୍ଡ ପାଇଁ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ 'ଦି ରେଜିଷ୍ଟେନ୍ସ ଫ୍ରଣ୍ଟ' ତଥା 'ଟିଆରଏଫ୍' ନିଜକୁ ଦାୟୀ କରିଛି ।

ଅନ୍ୟପଟେ ଏହି ଆତଙ୍କୀ ଘଟଣାକୁ ନେଇ ଦୃଢ ନିନ୍ଦା କରିବା ସହ ନୀରିହ ଜନତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ସେପଟେ ଆତଙ୍କୀ ହମ୍‌ଲା ନେଇ ଭୀଷଣ ରାଗିଲେ ପ୍ରଧାନମନ୍ତ୍ରୀ ମୋଦି। କହିଲେ କାହାକୁ ଛାଡ଼ିବୁନି । ଜଣେ ବି ଆତଙ୍କବାଦୀ ତ୍ରାହି ପାଇବେନି, ଦୃଢ଼ ଜବାବ ଦିଆଯିବ । ଆତଙ୍କବାଦୀଙ୍କ ଏଜେଣ୍ଡା ସଫଳ ହେବ ନାହିଁ । ଏହାସହ ସେମାନଙ୍କ ମନ୍ଦ ଉଦେଶ୍ୟକୁ ସଫଳ କରିବାକୁ ଦିଆଯିବନି। ଆତଙ୍କବାଦୀଙ୍କୁ ଦମନ କରାଯିବ ଆଉ ତ୍ରାହି ପାଇବେନି ।

ଆତଙ୍କୀ ହମ୍‌ଲାକୁ ଦୃଢ଼ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଦୈପଦୀ ମୁର୍ମୁ । ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ସେମାନଙ୍କ ଅମାନବୀୟ କାର୍ଯ୍ୟ ନିନ୍ଦନୀୟ, ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pahalgam Terrorist Attack: CM orders arrangements to bring body of Odisha youth to Odisha | Argus News