Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pahalgam Terrorist Attack: ପ୍ରତି ରକ୍ତ ବିନ୍ଦୁର ବଦ୍‌ଲା ନେବାକୁ ଭାରତ ପ୍ରସ୍ତୁତ କଲାଣି ଅସ୍ତ୍ର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Pahalgam Terrorist Attack: ପ୍ରତି ରକ୍ତ ବିନ୍ଦୁର ବଦ୍‌ଲା ନେବାକୁ ଭାରତ ପ୍ରସ୍ତୁତ କଲାଣି ଅସ୍ତ୍ର !

Key Points


ଦମ୍ ଦେଖାଇବ ହିନ୍ଦୁସ୍ତାନ, ମାଟିରେ ମିଶିବ ପାକିସ୍ତାନ । ରଣଭୂମିରେ ସେନାଶକ୍ତିରେ ଅତୁଳନୀୟ ଭାରତ । ରାଫେଲ୍ ଗର୍ଜିବ, ପାକିସ୍ତାନ ହଜିବ । ଭାଙ୍ଗିବ ସରିଫ, ଦର୍, ଆସିଫ୍ ଓ ମୁନୀରଙ୍କ ମିଛ ଦମ୍ଭ। ଭାରତ ସାଙ୍ଗରେ ଆମେରିକା ସହ ବିଶ୍ବର ସୁପରପାୱାର ।

ଆକ୍ସନ ମୋଡରେ ମୋଦି ସରକାର । ପହଲଗାମରେ ନୀରିହ ପର୍ଯ୍ୟଟକଙ୍କ ହତ୍ୟାର ପ୍ରତିଶୋଧ ପାଇଁ କଡ଼ା ଆଭିମୂଖ୍ୟ । କୁଟନୈତିକ ସ୍ତରୀୟ କଠୋର ପଦକ୍ଷେପରେ ୫ ଦିନ ମଧ୍ୟରେ ଶୁଖିଛି ପାକିସ୍ତାନର ଗଳା । ଆକାଶରୁ ଖସି ଭୂଇଁରେ ଗଡୁଛି ପାକ୍ ସେନା । ପହଲଗାମ ଆତଙ୍କୀ ହମଲାକୁ ନେଇ ଭାରତର କଡ଼ା ପଦକ୍ଷେପକୁ ସମର୍ଥନ କରିଛନ୍ତି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ, ଇସ୍ରାଏଲ ପିଏମ ବେଞ୍ଜାମିନ ନେତାନ୍ୟାହୁ ପହଲଗାମ ହମଲାକୁ ନେଇ ପିଏମ ମୋଦିଙ୍କ ସହ କଥା ହେବା ସହ ଆତଙ୍କବାଦ ବିରୋଧରେ ଭାରତ ସହ ସ୍ବର ମିଳାଇଛନ୍ତି ।

ଏପଟେ ସମ୍ମୁଖ ଯୁଦ୍ଧ ଆଶଙ୍କାରେ ବିଚଳିତ ପାକିସ୍ତାନ । ମିଛ ଦମ୍ଭ ଦେଖାଇଛନ୍ତି ପାକ୍ ପିଏମ ଶେହେବାଜ ସରିଫ, ଡେପୁଟି ପିଏମ ଇଶାକ ଦର୍, ଡିଫେନସ୍ ମିନିଷ୍ଟର ଖ୍ବାଜା ଆସିଫ ଓ ଆର୍ମି ଚିଫ୍ ଅସୀମ ମୁନୀର । ପଠାନକୋଟ, ଉରୀ, ପୁଲୱାମା ଆତଙ୍କୀ ହମଲାର ଜବାବୀ କାର୍ଯ୍ୟାନୁଷ୍ଠାନର କ୍ଷତିଭରଣା ହୋଇନଥିବା ବେଳେ ପହଲଗାମ ଅପରାଧର କ୍ଷତି ହିସାବ କରୁଛି ଆତଙ୍କୀ ଫ୍ୟାକ୍ଟ୍ରି ପାକିସ୍ତାନ । ଲମ୍ବୁଛି କୁଟନୈତିକ ଷ୍ଟ୍ରାଇକ୍‌ର ତାଲିକା । ଇଣ୍ଡିଆନ ଆର୍ମିର ଗ୍ରାଉଣ୍ଡ ଆଟାକକୁ ନେଇ ପ୍ରମାଦ ଗଣୁଛି ପାକିସ୍ତାନ ।

-ବିଶ୍ୱର ଦ୍ୱିତୀୟ ବୃହତ୍ତମ ମିଲିଟାରୀ ଫୋର୍ସ, ତୃତୀୟ ସର୍ବାଧିକ ଡିଫେନସ୍ ବଜେଟ ବଳରେ ବଳୀୟାନ ଭାରତୀୟ ସେନାର ସିକ୍ରେଟ ପ୍ଲାନ ଉପରୁ ଏଯାଏ ହଟିନି ପରଦା ।


-ଭାରତର ସକ୍ରିୟ ସେନା ସଂଖ୍ୟା ୧୪ ଲକ୍ଷ ୫୫ ହଜାର ୫୫୦ ରହିଥିବା ବେଳେ ପାକିସ୍ତାନ ସେନା ସଂଖ୍ୟା ରହିଛି ମାତ୍ର ୬ ଲକ୍ଷ ୫୪ ହଜାର । ରିଜର୍ଭ ସେନା ସଂଖ୍ୟାରେ ମଧ୍ୟ ପାକିସ୍ତାନର ସେନା ସଂଖ୍ୟାଠାରୁ ଭାରତର ସେନା ସଂଖ୍ୟା ୨ ଗୁଣରୁ ଅଧିକ ।


-ପାକିସ୍ତାନର ରିଜର୍ଭ ସେନା ସଂଖ୍ୟା ୫ ଲକ୍ଷ ୫୦ ହଜାର ରହିଥିବାବେଳେ ଭାରତର ରିଜର୍ଭ ସେନା ସଂଖ୍ୟା ରହିଛି ୧୧ ଲକ୍ଷ ୫୫ ହଜାର । ଭାରତର ପାରା ମିଲିଟାରୀ ଫୋର୍ସ ୨୫ ଲକ୍ଷ ରହିଥିବାବେଳେ ପାକିସ୍ତାନର ମାତ୍ର ୫ ଲକ୍ଷ ପାରି ମିଲିଟାରୀ ଫୋର୍ସ ରହିଛି ।


-ଭାରତର ଏୟାରକ୍ରାଫ୍ଟ ସଂଖ୍ୟା ୨ ହଜାର ୨୨୯ ଥିବାବେଳେ ପାକିସ୍ତାନ ଯୁଦ୍ଧବିମାନ ସଂଖ୍ୟା ରହିଛି ୧ ହଜାର ୩୯୯ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


-ସେହିପରି ଭାରତ ପାଖରେ ୫୧୩ ଫାଇଟର୍ ଜେଟ୍ ରହିଥିବାବେଳେ ପାକିସ୍ତାନର ରହିଥି ମାତ୍ର ୩୨୮ ଫାଇଟର ଜେଟ ।


- ଭାରତର ଟ୍ୟାଙ୍କ ସଂଖ୍ୟା ୪ ହଜାର ୨୦୭ ରହିଥିବାବେଳେ ପାକିସ୍ତାନର ଟ୍ୟାଙ୍କ ସଂଖ୍ୟା ମାତ୍ର ୨ ହଜାର ୬୨୭ ।


-ଭାରତର ୩ଟି ନ୍ୟୁକ୍ଲିୟର ସବମେରିନ୍ ଓ ୧୩ଟି ଅତ୍ୟାଧୁନିକ ଯୁଦ୍ଧଜାହାଜ ରହିଥିବାବେଳେ ପାକିସ୍ତାନ ପାଖରେ ଗୋଟିଏ ବି ନ୍ୟୁକ୍ଲିୟର ସବମେରିନ୍ କିମ୍ବା ଅତ୍ୟାଧୁନିକ ଯୁଦ୍ଧଜାହାଜ ନାହିଁ ।

ସେହିପରି ଯୁଦ୍ଧାସ୍ତ୍ର ଉପରେ ନଜର ପକାଇଲେ ଭାରତ ଆଗରେ ଆଣ୍ଠୁମାଡ଼ି ବସିବା ବ୍ୟତୀତ ପାକିସ୍ତାନର ଚାରା ନାହିଁ । ପିନାକ ରକେଟ୍ ସିଷ୍ଟମ୍, ରାଫେଲ୍, ସୁଖୋଇ ଏୟାରକ୍ରାଫ୍ଟ, ମିସାଇଲ ଦ୍ରୋଣ, ବ୍ରହ୍ମୋସ୍, ପୃଥ୍ବୀ-୩, ବରାକ୍-୮, ଅଗ୍ନି-୫ ପାକିସ୍ତାନର ନିଦ ହଜାଇଛି । ପାକ ସେନା ଉପରେ ବର୍ଷିବାକୁ କେବଳ ଅର୍ଡର ଅପେକ୍ଷାରେ ରହିଛି ଟି-୯୦ ଭୀଷ୍ମ, କେ.୯ ବଜ୍ର ଟ୍ୟାଙ୍କ । ମୋଦି ସରକାରଙ୍କ ଇସାରାକୁ ଅପେକ୍ଷା କରିଛି ଜଳ, ସ୍ଥଳ ଓ ଆକାଶ ବାହୀନି । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତି ଏବଂ ଡିଫେନ୍ସ ମିନିଷ୍ଟର ରାଜନାଥ ସିଂହ, CDS ଜେନେରାଲ ଅନୀଲ ଚୌହ୍ବାନ, NSA ଅଜିତ ଡୋଭାଲଙ୍କ ଗୁପ୍ତ ରଣନୀତି ଉପରେ ସାରା ବିଶ୍ବର ନଜର ରହିଛି ।

Sponsored
Pahalgam Terrorist Attack: India has prepared weapons to avenge every drop of blood! | Argus News