ପ୍ରଥମେ CCS ମିଟିଂ, ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ ବୈଠକ

Key Points
ପହଲଗାମ ଆକ୍ରମଣ ପରେ ଯବାବ ପାଇଁ ମୋଦିଙ୍କ ଘନ ଘନ ବୈଠକ
ପ୍ରଥମେ CCS ମିଟିଂ, ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ ବୈଠକ
ପରେ CCPA ମିଟିଂ, ରାଜନୀତିକ ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକ
ପରେ CCEA ମିଟିଂ , ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ ବୈଠକ
ପୂର୍ବରୁ ମୋଦି କହିସାରିଛନ୍ତି ଆତଙ୍କୀ ଯାହା ଚିନ୍ତା କରିନଥିବେ ସେବିପରି ଆକସନ ନେବ ଭାରତ
ମୋଦି ଏହା ମଧ୍ୟ ଚେତାବନୀ ଦେଇଥିଲେ ପାତାଳରୁ ଖୋଜି ବାହାର କରି ନିପାତ କରାଯିବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା CCS ମିଟିଂ-ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ ବୈଠକ। । CCS ମିଟିଂ ରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବୈଠକ ଆରମ୍ଭରୁ ପ୍ରଥମେ ପହଲଗାମ ନରସଂହାରରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତର ଭବିଷ୍ୟତ ରଣନୀତି କଣ ରହିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।
CCS ମିଟିଂ ପରେ ଆରମ୍ଭ ହୋଇଥଲା CCPA ମିଟିଂ । କ୍ୟାବିନେଟ କମିଟି ଅନ ପଲିଟିକାଲ୍ ଆଫାୟାର୍ସ ବୈଠକ । ରାଜନୀତିକ ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକ । CCPA ମିଟିଂ-ରାଜନୀତିକ ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକ ପରେ କ୍ୟାବିନେଟ କମିଟି ଅନ ଇକୋନୋମିକ ଆଫାୟାର୍ସ CCEA ମିଟିଂ ବସିଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି, ଜିତନ ରାମ ମାନଝି, ରାମ ମୋହନ ନାଇଡ଼ୁ, ସର୍ବାନନ୍ଦ ସୋନେୱାଲଙ୍କ ସମେତ ଅନ୍ୟ ନେତା ବୈଠକରେ ଉପସ୍ଥିତ ଥିଲେ ।
ଏହି 3ଟି ବୈଠକ ପରେ ଆରମ୍ଭ ହୋଇଥିଲା କ୍ୟାବିନେଟ ବୈଠକ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିହାରର ମଧୁବନୀରେ ପ୍ରଧାନମନ୍ତ୍ରୀ ମୋଦି କହିସାରିଛନ୍ତି
ଆତଙ୍କବାଦୀ ଆକ୍ରମଣର ଦୋଷୀ ଓ ଷଡଯନ୍ତ୍ରକାରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଯାହା ସେମାନେ କେବେବି କଳ୍ପନା କରିନଥିବେ । ଆଜିର ଘନ ଘନ ବୈଠକରେ ଏ ସଂକ୍ରାନ୍ତୀୟ ଆଲୋଚନା ହୋଇଥାଏ ପାରେ ଆକଳନ କରାଯାଉଛି ।ସେ ଆତଙ୍କବାଦୀ ହୁଅନ୍ତୁ ଅବା ଆତଙ୍କୀଙ୍କ ଆକ୍କା ପାତାଳରେ ଲୁଚିଥିଲେ ମଧ୍ୟ ସେମାନଙ୍କୁ ଖୋଜି ବାହାର କରାଯିବ ବୋଳି ଚେତାବନୀ ଦେଇଥିଲେ ମୋଦି । ଆଜିର ବୈଠକରେ ସେ ସଂକ୍ରାନ୍ତୀୟ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି । କାରଣ ପୂର୍ବରୁ ରାଜନାଥ ସିଂହ ମଧ୍ୟ କହିଥିଲେ ଆତଙ୍କୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ପୂର୍ବରୁ ପାକିସ୍ତାନ ଏକ ଘରିକିଆ ହୋଇଯାଇଛି । ବିଶ୍ବ ସମୁଦାୟରୁ ପାକିସ୍ତାନକୁ କୌଣସି ସମର୍ଥନ ମିଳୁନାହିଁ । ଆତଙ୍କୀ ଆକ୍ରମଣ ପରେ ଭାରତର ଆଭିମୁଖ୍ୟକୁ ସାରା ବିଶ୍ବ ସମର୍ଥନ କରୁଛି । ଆଜି ହୋଇଥିବା 4ଟି ବୈଠକରେ ପହଲଗାମ ଦୋଷୀଙ୍କୁ ପ୍ରହାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି ।