Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Pahalgam Terrorist Attack: ଭୟରେ ଥରିଲାଣି ପାକିସ୍ତାନ, କାଳେ ରାତି ଅଧିଆ ଆକ୍ସନ ନେଇଯିବ କି ଭାରତ ?

National

Pahalgam Terrorist Attack: ଭୟରେ ଥରିଲାଣି ପାକିସ୍ତାନ, କାଳେ ରାତି ଅଧିଆ ଆକ୍ସନ ନେଇଯିବ କି ଭାରତ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Pahalgam Terrorist Attack: ଭୟରେ ଥରିଲାଣି ପାକିସ୍ତାନ, କାଳେ ରାତି ଅଧିଆ ଆକ୍ସନ ନେଇଯିବ କି ଭାରତ ?

ପାକିସ୍ତାନ ବାୟୁସେନାକୁ ହାଇଆଲର୍ଟ ଜାରି । ସୀମାରେ ଘୁରି ବୁଲୁଛି ପାକିସ୍ତାନର ଫାଇଟର ପ୍ଲେନ୍‌ । ତନ୍ନ ତନ୍ନ କରି ଯାଞ୍ଚ କରୁଛି, କାଳେ ଭାରତ ପଶିଯିବ କି ପାକିସ୍ତାନରେ । କାଳେ ଭାରତ ନେଇଯିବ କି ରାତି ଅଧିଆ ଆକ୍ସନ । ରିପିଟ୍‌ ହେବ କି ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରି ଘଟଣା।

ଏମିତି କିଛି ଭୟ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି । ସେଥିପାଇଁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ନିଜର ବାୟୁସେନାକୁ ହାଇ ଆଲର୍ଟ କରିଛି। ପାକିସ୍ତାନୀ ବାୟୁସେନାର ଅନୁସନ୍ଧାନ ବିମାନ ଭାରତୀୟ ସୀମା ନିକଟରେ ଥିବା ଅଞ୍ଚଳର ବାୟୁ ସ୍ଥାନ ଉପରେ ନଜର ରଖିଛି। ବାଲାକୋଟ ଏୟାର ଷ୍ଟ୍ରାଇକ ପରି ଭାରତ ପ୍ରତିଶୋଧ ନେଇପାରେ ବୋଲି ପାକିସ୍ତାନ ଭୟ କରୁଛି। ଭାରତୀୟ ସୁରକ୍ଷା ଏଜେନ୍ସିମାନେ ମଧ୍ୟ ସତର୍କ ଅଛନ୍ତି ଏବଂ ସୀମାନ୍ତ ଅଞ୍ଚଳରେ ସଚେତନତା ବୃଦ୍ଧି କରାଯାଇଛି।

ଭାରତର ପୂର୍ବତନ ପାକିସ୍ତାନୀ ହାଇ କମିଶନର ଅବଦୁଲ ବାସ୍ତ X ରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ମୁଁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ ଇସଲାମାବାଦ ଭାରତ ଦ୍ୱାରା କୌଣସି ଦୁଃସାହସକୁ ରୋକିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି। ଏଥର ପାକିସ୍ତାନର ପ୍ରତିକ୍ରିୟା ଅତ୍ୟନ୍ତ କଠୋର ହେବ।”



ଅନ୍ୟପଟେ ପାକିସ୍ତାନ ସେନା ପକ୍ଷରୁ ଭାରତ-ପାକ୍‌ ସୀମାରେ ଥିବା ସମସ୍ତ ଆତଙ୍କୀ ଅଡ୍ଡାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଭାରତୀୟ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି ।

ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଦୁଇଟା ବେଳେ ଆତଙ୍କବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଥିଲେ । ପହଲଗାମରେ ପୋଲିସ ବେଶରେ ପହଞ୍ଚି ପର୍ଯ୍ୟଟକଙ୍କ ଉପରେ ଗୁଳି ବର୍ଷା କରିଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା ଆତଙ୍କୀମାନେ ପ୍ରଥମେ ନାଁ ପଚାରୁଥିଲେ ତାପରେ ହିନ୍ଦୁ ବୋଲି ଜାଣିବା ପରେ ଗୁଳି ମାରୁଥିଲେ । ଏମିତିକି ପ୍ୟାଣ୍ଟ ଖୋଲି ମଧ୍ୟ ଚିହ୍ନଟ କରୁଥିଲେ । ପର୍ଯ୍ୟଟକ ହିନ୍ଦୁ ନା ମୁସଲିମ୍‌ ।

ଏହି ଖବର ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ । ସେତେବେଳେ ସେ ସାଉଦିଆରବ ଥିଲେ । ଖବର ଶୁଣି ଭୀଷଣ ରାଗି ଯାଇଥିଲେ ମୋଦି । ତୁରନ୍ତୁ ଅମିତ ଶାହଙ୍କୁ ଫୋନ କରି କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଶାହ ମଧ୍ୟ ଦିଲ୍ଲୀରୁ ବାହାରି ଜମ୍ମୁ କାଶ୍ମୀରରେ ପହଞ୍ଚିଥିଲେ । ତାପରେ ମୋଦି ମଧ୍ୟ ସାଉଦି ଆରବରୁ ତୁରନ୍ତୁ ଭାରତ ଫେରିଥିଲେ । ମୋଦି ଏହି ଘଟଣାକୁ ଖୁବ୍‌ ନିନ୍ଦା କରିବା ସହ କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଶାହ କାଶ୍ମୀରରେ ପହଞ୍ଚି ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଥିଲେ ।

ମୋଦି-ଶାହଙ୍କ ଏଭଳି ରୂପ ଦେଖି ପାକିସ୍ତାନ ଛାନିଆ ହେଲାଣି । ଏହି ଘଟଣା ପରେ ପାକିସ୍ତାନକୁ ମନେ ପଡ଼ିଯାଇଛି ସେଇ ପୁରୁଣା ସର୍ଜିକାଲ ଷ୍ଟ୍ରାଇକ କଥା । ଆଉ ଏବେ ସର୍ଜିକାଲ ଷ୍ଟ୍ରାଇକ୍ ଭୟ ମାଡ଼ି ବସିଛି । କାରଣ ଗତ ସର୍ଜିକାଲ ଷ୍ଟ୍ରାଇକ୍‌ ପୂର୍ବରୁ ମଧ୍ୟ ମୋଦି ଓ ଶାହଙ୍କୁ ମଧ୍ୟ ଠିକ୍‌ ଏମିତି କିଛି ଢ଼ଙ୍ଗରେ ଦେଖିବାକୁ ମିଳିଥିଲା । ତେଣୁ ଭୟରେ ଭାରତ-ପାକ ସୀମାରେ ଥିବା ଆତଙ୍କବାଦୀ ଟ୍ରେନିଂ ସେଣ୍ଟର ସବୁକୁ ତୁରନ୍ତ ଖାଲି କରିବା ପାଇଁ ପାକ ସେନା ନିର୍ଦ୍ଦେଶ ଦେଇଛି । ଗତକାଲି ବିଳମ୍ବିତ ରାତିରେ ସେଠାରେ ଥିବା ଆତଙ୍କବାଦୀଙ୍କୁ ତୁରନ୍ତ ଆଖପାଖ ଗାଁରେ ରହିବା ପାଇଁ କୁହା ଯାଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏବଂ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଲଗାତାର ବୈଠକ ଚାଲିଛି । ଏଲଓସି ସମେତ ଅନେକ ଇଲାକାରେ ପାକିସ୍ତାନ ହାଇ ଆଲର୍ଟ ଜାରି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଅନ୍ୟପଟେ ପହଲଗାମ୍‌ରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି କଡ଼ା ଚେତାବନୀ । 'ଆତଙ୍କବାଦ ଆଗରେ ମୁଣ୍ଡ ନୁଆଇଁବ ନାହିଁ ଭାରତ । ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ପହଲଗାମ୍‌ ଆକ୍ରମଣସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହ । ସେହିପରି ଶ୍ରୀନଗରରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହାସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆହତଙ୍କୁ ହସ୍ପିଟାଲ୍‌ରେ ଭେଟିଛନ୍ତି ଶାହ ।

Sponsored
Pahalgam Terrorist Attack: Pakistan is trembling with fear, will India take action at night? | Argus News