Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pahalgam Terrorist Attack: ବଦ୍‌ଲା ନେବା ମୁଡ୍‌ରେ ସ୍ଲିପର ସେଲ୍, NIA ରଖିଛି କଡ଼ା ନଜର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Pahalgam Terrorist Attack: ବଦ୍‌ଲା ନେବା ମୁଡ୍‌ରେ ସ୍ଲିପର ସେଲ୍, NIA ରଖିଛି କଡ଼ା ନଜର

କାଶ୍ମୀରରେ ସକ୍ରିୟ ସ୍ଲିପର ସେଲ୍ । ଆତଙ୍କୀ ଗତିବିଧି ଆରମ୍ଭ କରିବାକୁ ନିର୍ଦ୍ଦେଶ ମିଳିଥିବା ଗୁଇନ୍ଦା ସୂଚନା ପରେ ଘାଟିରେ ସୁରକ୍ଷା ଆଲର୍ଟ । ଆତଙ୍କବାଦୀଙ୍କ ଘର ଉଡ଼ାଯିବା ପରେ ପ୍ରତିଶୋଧ ନେଇପାରନ୍ତି ଆତଙ୍କୀ ସଂଗଠନ ।

NIA ରାଡାରରେ ସକ୍ରିୟ ସ୍ଲିପର ସେଲ୍ । ଦେଶର ବିଭିନ୍ନ ରାଜ୍ୟରେ NIA ଟିମ୍‌ର ତନାଘନା । ୫୩ ସେକେଣ୍ଡର ଭିଡିଓରେ ଆତଙ୍କୀଙ୍କ ନରସଂହାରର ପ୍ରମାଣ
ଜାମ୍ମୁ କାଶ୍ମୀରରେ ଅଶାନ୍ତି ବଢ଼ାଇବାକୁ ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ର ଗୁଇନ୍ଦା ସୂଚନା ପରେ ଘାଟିରେ ସୁରକ୍ଷା ଆଲର୍ଟ ।

ଲୁହ ଛଳଛଳ ଆଖିରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ । ଧର୍ମ ପଚାରି ନୀରିହ ପର୍ଯ୍ୟଟକଙ୍କୁ ଗୁଳିମାଡ଼ । ଆତଙ୍କୀ ଆକ୍ରମଣ ସମୟରେ ଧାର୍ମିକ ନାରା । ସାମ୍ନାକୁ ଆସୁଛି ୨୨ ତାରିଖରେ ପହଲଗାମ ଆତଙ୍କୀ ହାମଲାର ଗୋଟିଏ ପରେ ଭିଡିଓ । ପ୍ରମାଣ ଏକାଠି କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଡାର୍ଟି ଗେମ୍ ଉପରୁ ପରଦା ହଟାଇବା ସହ ଆତଙ୍କୀ ହାମଲାରେ ପାକିସ୍ତାନର ସଂପୃକ୍ତି ପ୍ରମାଣିତ କରିବାକୁ ଦେଶର ବିଭିନ୍ନ ରାଜ୍ୟରେ ତନାଘନା ଜୋରଦାର କରିଛି NIA । ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ବ୍ୟକ୍ତିଙ୍କୁ ପରଚାଉଚରା କରିସାରିଛି ତଦନ୍ତକାରୀ ଏଜେନ୍ସି ।

ସାମନାକୁ ଆସିଥିବା ଆତଙ୍କୀ ଆକ୍ରମଣର ନୂଆ ଭିଡିଓ ସନ୍ଦେହକୁ ଦୃଢ଼ କରୁଛି । ୫୩ ସେକେଣ୍ଡର ଭିଡିଓରେ ଆତଙ୍କୀଙ୍କ ନରସଂହାରର ପ୍ରମାଣ ରହିଛି । ଜିପ୍ ଲାଇନରୁ କ୍ୟାମେରାରେ କଏଦ ହୋଇଛି ଆତଙ୍କୀଙ୍କ ନରସଂହାର । ଜିପ ଲାଇନ ଅପରେଟର ଆଲ୍ଲା ହୋ ଆକବର କହିବା ପରେ ଆରମ୍ଭ ହୋଇଥିଲା ଫାୟାରିଂ । ଆକ୍ରମଣ ସମୟରେ ଲୋକଙ୍କ ଆକୁଳ ଚିତ୍କାର ମଧ୍ୟରେ ବି ଚାଲିଥିଲା ରୋପ୍ ୱେ । ଭିଡିଓ ସାମ୍ମାକୁ ଆସିବା ପରେ ଆଜି ସଂପୃକ୍ତ ଜିପ ଲାଇନ ଅପରେଟରଙ୍କୁ ଜେରା କରିଛି NIA । ଗୁଜରାଟୀ ପର୍ଯ୍ୟଟକ ଋଷି ଭଟ୍ଟଙ୍କୁ ମଧ୍ୟ ହୋଇପାରେ ପଚରାଉଚରା ।

ପହଲଗାମ୍‌ ଆତଙ୍କୀ ହମ୍‌ଲା ସ୍ଥଳରୁ ଜୀବନ ବଞ୍ଚାଇ ଫେରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରୁଛି NIA । ବାଲେଶ୍ବର ପରେ କଟକ ଦେଉଳସାହିର ରଞ୍ଜିତ ଭୋଳଙ୍କ ଘରେ ପହଞ୍ଚି ବାପା, ମାଆ, ପୁଅ, ବୋହୂ ୪ ଜଣଙ୍କୁ ପଚରାଉଚରା କରିଛି ଟିମ । ଏହାପୂର୍ବରୁ ବାଲେଶ୍ବରର ଇସାଣି ଗ୍ରାମର ପ୍ରଶାନ୍ତ ଶତପଥୀଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରିଥିଲା NIA ଟିମ । ପ୍ରଶାନ୍ତଙ୍କ ସ୍ତ୍ରୀ ଓ ୯ ବର୍ଷର ପୁଅଙ୍କ ନିକଟରୁ ମଧ୍ୟ ତଥ୍ୟ ସଂଗ୍ରହ କରିଛି ଟିମ । ୨୦୨୯ରେ ଧାରା ୩୭୦ ଉଚ୍ଛେଦ ପରେ ବଦଳୁଥିଲା ଜାମ୍ମୁ କାଶ୍ମୀରର ସ୍ଥିତି । ଆତଙ୍କୀ ଆକ୍ରମଣ ଘଟଣାରେ ହ୍ରାସ ସହ ଦ୍ରୁତ ବିକାଶ ଉପରେ ଲଗାମ ଲଗାଇବାକୁ ଆନ୍ତର୍ଜାତିକ ସ୍ତରରେ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କୀ ଆକ୍ରମଣକୁ ୭ ଦିନ ବିତିଥିବା ବେଳେ ଭାରତର ଆକ୍ସନକୁ ନେଇ ଭୟରେ ଥରହର ପାକିସ୍ତାନ। ବିସ୍ଫୋରଣରେ ଉଡୁଛି ଗୋଟିଏ ପରେ ଗୋଟିଏ ସ୍ଲିପର ସେଲ୍ ଓ ସନ୍ଦିଗ୍ଧଙ୍କ ଠିକଣା । ପ୍ରତିଶୋଧ ପରାୟଣ ହୋଇ ଆତଙ୍କବାଦୀ ଟାର୍ଗେଟ୍ କିଲିଂ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ନେଇ ଗୁଇନ୍ଦା ସୂଚନା ପରେ ଘାଟିରେ ଜାରି ହୋଇଛି ସୁରକ୍ଷା ଆଲର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pahalgam Terrorist Attack: Sleeper cell in revenge mood, NIA keeping a close watch | Argus News