Videos
|
National

Pahalgam Terrorist Attack: କେବଳ ୪ ନଥିଲେ ଆତଙ୍କବାଦୀ, କଭର ଦେବାକୁ ଜଙ୍ଗଲରେ ଲୁଚିଥିଲେ ଅନେକ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Pahalgam Terrorist Attack: କେବଳ ୪ ନଥିଲେ ଆତଙ୍କବାଦୀ, କଭର ଦେବାକୁ ଜଙ୍ଗଲରେ ଲୁଚିଥିଲେ ଅନେକ !

ଏପ୍ରିଲ ୨୨ ଆକ୍ରମଣରେ ୪ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଜାଣିବାକୁ ପାଇଛି ଯେ ପହଲଗାମ ହମଲାରେ ସାମିଲ ଥିବା ଆତଙ୍କବାଦୀମାନେ ଏବେ ବି ସକ୍ରିୟ ରହିଛନ୍ତି ଓ ସେମାନେ ଦକ୍ଷିଣ କଶ୍ମୀରରେ ଆତ୍ମଗୋପନ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଅଧିକରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏପ୍ରିଲ ୨୨ ବୈସାରନ ଭ୍ୟାଲି ଆକ୍ରମଣ ବେଳେ କିଛି ଆତଙ୍କବାଦୀ ହମଲା ସ୍ଥଳରୁ ସାମାନ୍ୟ ଦୂରରେ ରହିଥିଲେ।

ଆକ୍ରମଣରେ ସାମିଲ ଥିବା ୪ ଆତଙ୍କବାଦୀଙ୍କୁ ଯଦି ସୁରକ୍ଷାକର୍ମୀ ଗୁଳି ମାଡ଼ କରନ୍ତି, ତା’ହେଲେ ଅନ୍ୟ ଆତଙ୍କୀମାନେ ସେମାନଙ୍କୁ ସହାୟତା କରିବେ ବୋଲି ଯୋଜନା ହୋଇଥିଲା। ତେଣୁ କିଛି ଆତଙ୍କବାଦୀ ହମଲା ସ୍ଥଳ ଠାରୁ ସାମାନ୍ୟ ଦୂରରେ ଥିବା ଜଙ୍ଗଲ ଭିତରେ ଅପେକ୍ଷା କରି ରହିଥିଲେ। କିନ୍ତୁ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ନଥିବାରୁ ୪ ଆତଙ୍କବାଦୀ ସାଧାରଣ ଲୋକଙ୍କୁ ମାରିବା ପରେ ବେଶ ସହଜରେ ସେଠାରୁ ଖସି ଚାଲି ଯାଇଥିଲେ।

ଆକ୍ରମଣକାରୀ ବେଶ ଭଲ ଭାବେ ଯୋଜନା କରି ବୈସାରନ ଭ୍ୟାଲିରେ ପହଞ୍ଚିଥିଲେ। ସେମାନେ ନିଜ ସହ ଖାଦ୍ୟ ଓ ଅନ୍ୟ ଜରୁରୀ ଜିନିଷ ଆଣିଥିଲେ। ବାହ୍ୟ ସହାୟତାରେ ଯେମିତି ସେମାନେ ଘଞ୍ଚ ଜଙ୍ଗଲ ଓ ପଥୁରିଆ ସ୍ଥାନରେ ଅଧିକ ଦିନ ରହିପାରିବେ, ତା’ର ବ୍ୟବସ୍ଥା କରିଥିଲେ। ତେଣୁ ସେମାନେ ଆକ୍ରମଣ କରିବା ପରେ ଏବେ ଜଙ୍ଗଲ ମଧ୍ୟରେ ବେଶ ସହଜରେ ଲୁଚି ରହିଛନ୍ତି। ସେମାନେ ସେଠାରେ ନିଜ ସହ ଆଣିଥିବା ଖାଦ୍ୟ ଓ ଅନ୍ୟ ଜରୁରୀ ଜିନିଷର ବ୍ୟବହାର କରୁଛନ୍ତି।.

ଅନ୍ୟପଟେ ପହଲଗାମରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ବହୁତ ଉତ୍ତେଜନା ଦେଖାଦେଇଛି। ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହି ସମୟରେ, ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧରୀ ଭାରତକୁ ଚେତାବନୀ ଦେଇଛନ୍ତି।

ପାକିସ୍ତାନର ସାମରିକ ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ବୁଧବାର ଭାରତକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଭାରତ କୌଣସି ଆକ୍ରମଣ କରେ, ତେବେ ଏହାର କଡ଼ା ଏବଂ ସୁଚିନ୍ତିତ ଜବାବ ଦିଆଯିବ। ସେ କହିଥିଲେ ଯେ, “ଆକ୍ରମଣର ସ୍ଥାନ ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ।” ଇସଲାମାବାଦରେ ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅହମଦ ସରିଫ ଚୌଧୁରୀ ଏହି ବିବୃତ୍ତି ଦେଇଛନ୍ତି।

ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR)ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚୌଧୁରୀ କହିଛନ୍ତି ଯେ, ପାକିସ୍ତାନର ସେନା, ନୌସେନା ଏବଂ ବାୟୁସେନା ତିନୋଟି ମୋର୍ଚ୍ଚା – ସ୍ଥଳ, ବାୟୁ ଏବଂ ସମୁଦ୍ରରେ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି ଯେ, ପାକିସ୍ତାନ ପୂର୍ବ ଏବଂ ପଶ୍ଚିମ ସୀମା ଉଭୟରେ ନଜର ବୃଦ୍ଧି କରିଛି। ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷାକୁ ରକ୍ଷା କରିବା ପାଇଁ ଆମେ ଯେକୌଣସି ସୀମାକୁ ଯିବୁ। ସମସ୍ତ ପ୍ରତିଶୋଧମୂଳକ ପଦକ୍ଷେପ ପ୍ରସ୍ତୁତ। ଆମର ସେନା ସମ୍ପୂର୍ଣ୍ଣ ସତର୍କ ଏବଂ ସଜାଗ ଅଛନ୍ତି।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: