Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏବେ କ'ଣ କରିବ ପାକିସ୍ତାନ ? ଯାହାର ଶରଣ ପଶିଥିଲା ସିଏ ଗୋଇଠା ମାରିଲା

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
ଏବେ କ'ଣ କରିବ ପାକିସ୍ତାନ ? ଯାହାର ଶରଣ ପଶିଥିଲା ସିଏ ଗୋଇଠା ମାରିଲା

Key Points

ପହଲଗାମ ଆକ୍ରମଣ ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା ।

ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ହୋଇଥିଲା ।

ପାକିସ୍ତାନ ଉପରେ ଆମେରିକାର ବଡ଼ ଆକ୍ସନ । ପାକିସ୍ତାନକୁ ଲାଗିଲା ବଡ଼ ଝଟ୍‌କା । ଭାରତର ସିନ୍ଦୁର ଅପରେସନ୍‌ ପରେ ଯେଉଁ ଆମେରିକାର ଶରଣ ପଶିଥିଲା ପାକିସ୍ତାନ, ସେଇ ଆମେରିକା ଆଜି ଦେଇଛି ଗୋଇଠା । ଆମେରିକା କହିଲା TRF ହେଉଛି ଆତଙ୍କୀ ସଂଗଠନ । TRF ବା ଦ ରେଜିଷ୍ଟେନ୍ସ ଫୋର୍ସ ହେଉଛି ସେହି ଆତଙ୍କୀ ସଂଗଠନ ଯିଏ, ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।


ଏକ ବୟାନ ଜାରି କରି ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି, ଜମ୍ମୁ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପାଇଁ ଟିଆରଏଫ୍ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । ଯାହା ସାରା ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା । ତେଣ ଆମେରିକା ଏବେ ଟିଆରଏଫକୁ ବିଦେଶୀ ଆତଙ୍କୀ ସଂଗଠନ ଏବଂ ସ୍ପେସିଆଲି ଡେଜିନେଟେଡ୍ ଗ୍ଲୋବାଲ୍ ଟେରରିଷ୍ଟ ବୋଲି ଘୋଷଣା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି ୨୦୦୮ ମୁମ୍ବାଇ ଆଟାକ୍ ପରେ ଲସ୍କର ଦ୍ବାରା ହୋଇଥିବା ସବୁଠାରୁ ଘାତକ ହମଲା ଥିଲା ପହଲଗାମ୍ ଆଟାକ୍ । ସାରା ବିଶ୍ୱ ଏହି ଆକ୍ରମଣକୁ ନିନ୍ଦା କରିଥିଲା । ଆତଙ୍କବାଦ ବିରୋଧରେ ଲଢ଼େଇ ସ୍ବରୂପ ଟ୍ରଂପ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି।

ଗତ ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ହୋଇଥିଲା । ଏଥିରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କବାଦୀମାନେ ବାଛି ବାଛି ବା ନାଁ ପଚାରି ହିନ୍ଦୁଙ୍କୁ ମାରିଥିଲେ ।

ଅନ୍ୟପଟେ ଆମେରିକା ପ୍ରତି କୃତଜ୍ଞତା ପ୍ରକାଶ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଏହି ନିଷ୍ପତ୍ତି ପ୍ରମାଣ କରିଛି ଯେ ଭାରତ ଏବଂ ଆମେରିକା ଆତଙ୍କବାଦ ବିରୁଦ୍ଧରେ ଏକାଠି ଛିଡ଼ା ହୋଇଛନ୍ତି । ଟିଆର୍‌ଏଫ୍‌ ହେଉଛି ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଶାଖା । ଆମେରିକାର ଏହି ବଡ଼ ନିଷ୍ପତ୍ତି ପାକିସ୍ତାନ ପାଇଁ ବଡ଼ ଧକ୍କା ସଦୃଶ୍ୟ । ପାକିସ୍ତାନ ପ୍ରତିଦିନ ଭାରତ ବିରୁଦ୍ଧରେ ଷଡ୍‌ଯନ୍ତ୍ର କରିଚାଲିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ । ଟ୍ରମ୍ପ କହିଥିଲେ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ ଆମେରିକା ଛିଡ଼ା ହୋଇଛି ।

Sponsored
Pahalgam’s villain TRF added to US terror list, Pakistan isolated at global level | Argus News