Videos
|
National

ଟଙ୍କାରେ ଛାଉଣି କାର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଟଙ୍କାରେ ଛାଉଣି କାର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

 ଅର୍ଗସ ବ୍ୟୁରୋ : ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ "ପଇସାୱାଲା ଗାଡି" ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ଏହି ଭାଇରାଲ ଭିଡିଓକୁ ୫ ମିଲିୟନ ଲୋକ ଦେଖି ସାରିଛନ୍ତି । ଏକ୍ସପେରିମେଣ୍ଟ କିଙ୍ଗ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଏମିତି ଏକ ଭିଡିଓ ନିଜ ପେଜରେ ଶେୟାର କରିଛି । ଯେଉଁ କାରଟି ସମ୍ପୁର୍ଣ୍ଣ କଏନରେ ସଜାଇ ହୋଇଛି । ସୂର୍ଯ୍ୟକିରଣ ଏହି କାର ଉପରେ ପଡି କାରର ଚମକ ଖୁବ ଆକର୍ଷଣୀୟ ଦେଖାଯାଉଛି । ଏହି ଭିଡିଓର କ୍ୟାପସନରେ ସେ ପଇସାୱାଲା କାର ବୋଲି ଲେଖିଛନ୍ତି ।


ତେବେ ଭିଡିଓରେ କାରର ମାଲିକକୁ ନେଇ କୌଣସି ସୂଚନା ଦିଆଯାଇନାହିଁ । କାରର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅନେକ ୟୁଜର୍ସ ଏଥିରେ ମଜାଳିଆ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ସ ଏହାକୁ "ଚିଲର କାର" ବୋଲି ଲେଖିଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି, ପିଲାମାନଙ୍କ ପାଖରୁ ଏହି କାର ଦୂରେଇ ରଖନ୍ତି । ଅନେକ ଜଣ କାର ମାଲିକକୁ ଏହି କାର ସେମାନଙ୍କ ଗାଁକୁ ନେଇକି ଯିବାପାଇଁ କହିଛନ୍ତି । ତେବେ କାରଟି ସମ୍ପୁର୍ଣ୍ଣ କଏନରେ ଛାଉଣି ହୋଇଥିବାରୁ ଏହା ଏକ ସ୍ବତନ୍ତ୍ର ଏବଂ ନିଆରା ଦେଖାଯାଉଛି । ଯାହା ସବୁ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
paisawala car is going viral on social media | Argus News