Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସତ ମାନିଲା ପାକିସ୍ତାନ : ଭାରତ ଚଟାଇଥିଲା ଧୂଳି

National

ସତ ମାନିଲା ପାକିସ୍ତାନ : ଭାରତ ଚଟାଇଥିଲା ଧୂଳି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସତ ମାନିଲା ପାକିସ୍ତାନ : ଭାରତ ଚଟାଇଥିଲା ଧୂଳି

Key Points

  • ସତ ମାନିଲା ପାକିସ୍ତାନ
  • କହିଲା, କାର୍ଗିଲରେ ମରିଥିଲେ ହଜାର ହଜାର ପାକ୍‌ ସୈନ୍ୟ
  • ପ୍ରତିରକ୍ଷା ଦିବସରରେ ସତ କହିଦେଲେ ସେନା ମୁଖ୍ୟ

ଅର୍ଗସ ବ୍ୟୁରୋ : କଥାରେ ଅଛି ସତ ଦିନେ ନା ଦିନେ ସାମ୍ନାକୁ ଆସିବ । ଠିକ୍‌ ସେମିତି କିଛି ପାକିସ୍ତାନ କରିଛି । ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚା ଚାଲିଛି । କାରଣ ପ୍ରତିରକ୍ଷା ଦିବସରେ ପାକ୍‌ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କହିଛନ୍ତି, କାର୍ଗିଲ ଯୁଦ୍ଧରେ ଶହଶହ ପାକ୍‌ ସୈନ୍ୟ ପ୍ରାଣବଳି ଦେଇଥିଲେ । କାରଣ ପୂର୍ବରୁ କେବେ ବି ପାକିସ୍ତାନର ସୈନ୍ୟ ନିହତ ହୋଇଥିବା କଥାକୁ ସର୍ବାସାଧାରଣ ସ୍ଥାନରେ ମାନିନଥିଲା ପାକିସ୍ତାନ । ଏବେ କିନ୍ତୁ ସମସ୍ତଙ୍କ ସାମ୍ନାରେ ଦୋଷ ସ୍ଵୀକାର କରିଥିବାରୁ ଚର୍ଚ୍ଚା ଜୋର ।

ଆମେ ସମସ୍ତେ ଜାଣନ୍ତି, ୧୯୯୯ରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନୀ ସେନାର ଅନେକ ଯବାନ ମରିଥିଲେ ବି କେବେ ମାନିନଥିଲା । ହେଲେ ଏବେ ନିଜର ସମ୍ପୃକ୍ତିକୁ ପ୍ରଥମଥର ପାଇଁ ସର୍ବସାଧାରଣରେ ସ୍ୱୀକାର କରିଛି । ରାୱଲପିଣ୍ଡିରେ ଦେଶର ପ୍ରତିରକ୍ଷା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କହିଛନ୍ତି ଯେ ୧୯୬୫, ୧୯୭୧ ଏବଂ କାର୍ଗିଲରେ ୧୯୯୯ରେ ହୋଇଥିବା ଯୁଦ୍ଧରେ ପାକ୍‌ ସେନାର ଅନେକ ଯବାନ ସହିଦ ହୋଇଥିଲେ । ୧୯୪୮, ୧୯୬୫, ୧୯୭୧ ହେଉ କିମ୍ବା ୧୯୯୯ କାର୍ଗିଲ ଯୁଦ୍ଧରେ ହଜାର ହଜାର ସୈନିକ ପାକିସ୍ତାନ ଓ ଇସଲାମ ପାଇଁ ପ୍ରାଣବଳି ଦେଇଛନ୍ତି ବୋଲି ସେନା ମୁଖ୍ୟଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି ।

ଭାରତ ସହ ଯେବେଯେବେ ପାକିସ୍ତାନ ଯୁଦ୍ଧ କରିଛି ପ୍ରତିଥର ଧୂଳି ଚାଟିଛି । ଖାସ କରି କାର୍ଗିଲରେ ପାକିସ୍ତାନର ଅବସ୍ଥା ଯାହା ହୋଇଥିଲା ତାହା ପୁରା ବିଶ୍ଵ ଜାଣିଛି । ହେଲେ ବି ପାକ୍‌ କେବେ ବି ସ୍ଵୀକାର କରୁନଥିଲା । ଲଦାଖରେ ପାଖାପାଖି ୩ ମାସର ଲଢ଼େଇ ପରେ ଟାଇଗର ହିଲ୍ ସମେତ ଅନୁପ୍ରବେଶକାରୀଙ୍କ କବ୍‌ଜାରେ ଥିବା ଅନ୍ୟ ସ୍ଥାନଗୁଡ଼ିକୁ ଭାରତୀୟ ସୈନିକମାନେ ସଫଳତାର ସହ ନିଜ ନିୟନ୍ତ୍ରଣକୁ ନେଇଥିଲେ । କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କାର୍ଗିଲ ସେକ୍ଟରରୁ ସେନା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବାକୁ କହିଥିଲେ ।  ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ସହ ଲଢ଼େଇ କରି ସମୁଦାୟ ୫୪୫ ଜଣ ଯବାନ ସହିଦ ହୋଇଥିଲେ । କାର୍ଗିଲରେ ନିହତ ହୋଇଥିବା ପାକ୍‌ ସୈନିକଙ୍କ ମୃତଦେହକୁ ଗ୍ରହଣ କରିବାକୁ ପାକିସ୍ତାନ ସେନା ମନା କରିଦେଇଥିଲା । ତେବେ ପାକିସ୍ତାନୀ ଅଧିକାରୀଙ୍କ ମୃତଦେହକୁ ପାକ୍‌ କର୍ତ୍ତୃପକ୍ଷ ଗୁପ୍ତରେ ଭାରତକୁ ମାଗିଥିଲେ ବୋଲି ଜଣାପଡିଛି । ମୋଟ୍‌ ଉପରେ ପାକିସ୍ତାନ ଏବେ ସତ ମାନିଥିବାରୁ ଚର୍ଚ୍ଚା ଜୋର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kargil | Argus News