Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pahalgam Terrorist Attack: ଆକ୍ରମଣର କିଛି ଦିନ ପୂର୍ବରୁ ସେନା ମୁଖ୍ୟ କ'ଣ କହିଥିଲେ ଶୁଣନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Pahalgam Terrorist Attack: ଆକ୍ରମଣର କିଛି ଦିନ ପୂର୍ବରୁ ସେନା ମୁଖ୍ୟ କ'ଣ କହିଥିଲେ ଶୁଣନ୍ତୁ...

ଜମ୍ମୁ-କାଶ୍ମୀରର ପହଲଗାମସ୍ଥିତ ବୈସରନ ଘାଟିରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହଙ୍କ ଜୀବନ ଯାଇଛି। ଏହି ଆକ୍ରମଣର ପାଇଁ ଲସ୍କର-ଏ-ତୈୟବାର ଶାଖା ସଂଗଠନ 'ଦ ରେଜିଷ୍ଟାନ୍ସ ଫ୍ରଣ୍ଟ' ନିଜକୁ ଦାୟୀ କରିଛି । ଏହି ଘଟଣା ପରେ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିରଙ୍କର ଏକ ବୟାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।


ଆକ୍ରମଣର କିଛି ଦିନ ପୂର୍ବରୁ ଅର୍ଥାତ୍ ୧୬ ଏପ୍ରିଲରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ଇସଲାମାବାଦରେ ଏକ କାର୍ଯ୍ୟକ୍ରମ ଅବସରରେ କାଶ୍ମୀରକୁ ପାକିସ୍ତାନ ଗଳାର ଶିର ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସମେତ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ।

ସେ କହିଥିଲେ ଯେ ଆମର ସ୍ୱାଧୀନତା ସମୟରେ ଆମ ପୂର୍ବଜମାନେ ପାକିସ୍ତାନର ନିର୍ମାଣ ଏହି ବିଶ୍ୱାସରେ କରିଥିଲେ ଯେ ଆମେ ହିନ୍ଦୁମାନଙ୍କଠାରୁ ସବୁ ଦୃଷ୍ଟିରୁ ଭିନ୍ନ। ଆମର ପରମ୍ପରା, ଧର୍ମ, ରୀତିନୀତି, ଚିନ୍ତାଧାରା ସବୁକିଛି ଭିନ୍ନ । ସେ ଦୁଇ-ରାଷ୍ଟ୍ର ସିଦ୍ଧାନ୍ତର ସମର୍ଥନ କରି ହିନ୍ଦୁ ଓ ମୁସଲମାନଙ୍କୁ ପୃଥକ ବୋଲି ବର୍ଣ୍ଣନା କରିଥିଲେ ଏବଂ ଭାରତ-ପାକିସ୍ତାନ ବିଭାଜନକୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ କାଶ୍ମୀରୀ ଭାଇ ଓ ଭଉଣୀମାନଙ୍କୁ ଆମେ ଏକା ଛାଡ଼ିବା ନାହିଁ। ପାକିସ୍ତାନୀ ସେନା ମୁଖ୍ୟଙ୍କ ଏହି ବୟାନ ପରେ ଭାରତ ଉପରେ ଯେଉଁ ଆକ୍ରମଣ ହୋଇଛି, ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତର ତୀବ୍ର ପ୍ରତିକ୍ରିୟା


ପାକିସ୍ତାନୀ ସେନା ମୁଖ୍ୟଙ୍କ ବିଷାକ୍ତ ବୟାନ ଉପରେ ଭାରତ କଡ଼ା ଜବାବ ଦେଇଥିଲା। ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ କୌଣସି ବିଦେଶୀ ଶକ୍ତି ଏହାକୁ 'ଗଳାର ଶିର' ବୋଲି କହିପାରିବ ନାହିଁ। ଭାରତ ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ ପାକିସ୍ତାନର ଉଦ୍ଦେଶ୍ୟ ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିବା ନୁହେଁ, ବରଂ ନିଜର ଆଭ୍ୟନ୍ତରୀଣ ସଙ୍କଟରୁ ଧ୍ୟାନ ହଟାଇବା ମୂଳ ଲକ୍ଷ୍ୟ ।

ଆକ୍ରମଣ ପରେ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ମୋଟ ୪ ଜଣଙ୍କର ପରିଚୟ ମିଳିଛି। ଆକ୍ରମଣକାରୀଙ୍କ ମଧ୍ୟରେ ଦୁଇ ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ, ଯେଉଁମାନେ ପଶ୍ତୁ ଭାଷାରେ କଥାବାର୍ତ୍ତା କରୁଥିଲେ। ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କର ମଧ୍ୟ ପରିଚୟ ମିଳିଛି। ଜଣକର ନାଁ ଆଦିଲ ଅହମଦ, ଯିଏ ଲସ୍କର-ଏ-ତୈୟବା ସହ ଜଡ଼ିତ ଏବଂ ବିଜବେହଡ଼ାର ବାସିନ୍ଦା। ଅନ୍ୟ ଆତଙ୍କବାଦୀର ନାଁ ଆସିଫ ଶେଖ, ଯାହାର ଜୈଶ-ଏ-ମୋହମ୍ମଦ ସହ ସମ୍ପର୍କ ରହିଛି ଏବଂ ସେ ତ୍ରାଲ ଅଞ୍ଚଳର ବାସିନ୍ଦା। ଏମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣ ଆତଙ୍କବାଦୀ ଦେହରେ କ୍ୟାମେରା ଲଗାଇ ପୂରା ଆକ୍ରମଣର ଭିଡିଓ ରେକର୍ଡ କରିଥିଲେ।

ସୁରକ୍ଷା ବାହିନୀ ଜାରି କଲା ସ୍କେଚ


ଭାରତର ସୁରକ୍ଷା ଏଜେନ୍ସିମାନେ ତିନି ଜଣ ଆତଙ୍କବାଦୀଙ୍କ ସ୍କେଚ ଜାରି କରିଛନ୍ତି। ସେହି ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଆକ୍ରମଣ ସ୍ପଷ୍ଟ କରିଛି ଯେ ଆତଙ୍କବାଦୀ ନେଟୱାର୍କ ଏବେ ମଧ୍ୟ ଘାଟିରେ ସକ୍ରିୟ ରହିଛି ଏବଂ ପାକିସ୍ତାନର ସମର୍ଥନ ପାଉଛି।

Sponsored
Pak Army Chief's "Jugular Vein" Speech Viral Again After J&K Terror Strike | Argus News