Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ରାଜି ହେଲା ପାକିସ୍ତାନ

Ritu Das
Browse all articles by Ritu Das
·1 year ago·1 min read
ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ରାଜି ହେଲା ପାକିସ୍ତାନ

ଚାରିଆଡୁ ଚାପ ପରେ ନଇଁଲା ପାକିସ୍ତାନ । ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ରାଜି ହୋଇଛି ପାକିସ୍ତାନ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜି ହୋଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଏପରିକି ତଦନ୍ତରେ ପାକିସ୍ତାନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ସେ କହିଛନ୍ତି । ପାକିସ୍ତାନ ଆତଙ୍କୀବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ସଂଗଠନକୁ ଲସ୍କର ଇ ତୋଇବା ଆତଙ୍କୀ ସଂଗଠନ ପକ୍ଷରୁ ସମର୍ଥନ ମିଳୁଛି ।


ପହଲଗାମ୍ ଆତଙ୍କୀ ଆକ୍ରମଣରେ ଦୁଇଜଣ ପାକ୍ ଆତଙ୍କବାଦୀଙ୍କ ହାତ ଥିବା ଠୋସ୍ ପ୍ରମାଣ ମିଳିଛି । ସେପଟ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନିନ୍ଦା କରାଯାଇଛି । ସେମାନଙ୍କୁ ପ୍ରୋତ୍ସାହନ, ଆର୍ଥିକ ସହାୟତା, ସଂଗଠିତ କରିବାକୁ ଉଦ୍ୟମ କରିଥିବା ଆତଙ୍କୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସୁରକ୍ଷା ପରିଷଦର ସଦସ୍ୟମାନେ ପ୍ରସ୍ତାବ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pakistan-agrees-to-probe-pahalgam-terror-attack | Argus News