Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୀମାବର୍ତ୍ତି ଇଲାକାରେ ଫାୟାରିଂ ଜାରି ରଖିଛି ପାକ୍‌ ସେନା

Ritu Das
Browse all articles by Ritu Das
·1 year ago·2 min read
ସୀମାବର୍ତ୍ତି ଇଲାକାରେ ଫାୟାରିଂ ଜାରି ରଖିଛି ପାକ୍‌ ସେନା

ଅମାନିଆ ପାକିସ୍ତାନ ଏପର୍ଯ୍ୟନ୍ତ ରାଗରେ ତାଟିଆ କାମୁଡ଼ୁଛି। ସେପଟେ ସୀମାରେ ପାକିସ୍ତାନର ଫାୟାରିଂ ଜାରି ରଖିଛି। ସୀମାବର୍ତ୍ତି ଇଲାକାରେ ଫାୟାରିଂ ଜାରି ରଖିଛି ପାକ୍‌ ସେନା। ଉରିରେ ପ୍ରବଳ ଗୁଳି ବର୍ଷା ଜାରି ରହିଛି। ସେପଟେ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତୀୟ ସେନା। ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ପାକିସ୍ତାନର ୮ ଟି ମିସାଇଲକୁ ଧ୍ବଂସ କରିଛି ଭାରତ। ଏହା ସହିତ ପାକିସ୍ତାନର ୫୦୦ ଡ୍ରୋନ ନଷ୍ଟ କରାଯାଇଛି। ଗତକାଲି ରାତିରେ ଭାରତକୁ ୫୦୦ ଡ୍ରୋନ ଛାଡିଥିଲା ପାକିସ୍ତାନ। ପାକ୍ ଟାର୍ଗେଟରେ ଥିଲା ଭାରତର ୨୪ ସହର। ଜମ୍ମୁକାଶ୍ମୀର, ପଞ୍ଜାବ, ରାଜସ୍ଥାନ ଟାର୍ଗେଟରେ ରହିଛି । ଗୁଜୁରାଟରେ ଡ୍ରୋନ୍‌ ଉଡାଣ ଉପରେ କଟକଣା ଜାରି ହୋଇଛି।


India-Pakistan Tension ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରି ମେ ୭, ୨୦୨୫ରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ୨୪ଟି ପ୍ରେସିଜନ କ୍ରୁଜ ମିସାଇଲ ନିକ୍ଷେପ କରିଥିଲା। ଏହି ଆକ୍ରମଣରେ ଲସ୍କର-ଏ-ତୈବା (LeT) ଏବଂ ଜୈଶ-ଏ-ମହମ୍ମଦ (JeM) ଭଳି ନିଷିଦ୍ଧ ସଂଗଠନର ମୁଖ୍ୟାଳୟ ଏବଂ ତାଲିମ ଶିବିରଗୁଡ଼ିକୁ ଧ୍ୱଂସ କରାଯାଇଥିଲା। ମାତ୍ର ୨୫ ମିନିଟ ମଧ୍ୟରେ ଏହି ଅଭିଯାନ ସମ୍ପନ୍ନ ହୋଇଥିଲା, ଯାହା ଭାରତର ଅତ୍ୟାଧୁନିକ ସାମରିକ କ୍ଷମତାକୁ ପ୍ରଦର୍ଶନ କରିଥିଲା। India-Pakistan Tension ଅପରେଶନ ସିନ୍ଦୂର ପରେ ପାକିସ୍ତାନ ମେ ୮-୯, ୨୦୨୫ ରାତିରେ ଭାରତର ୧୫ଟି ସହର ଯଥା ଜମ୍ମୁ, ଶ୍ରୀନଗର, ପଠାନକୋଟ, ଅମୃତସର, ଚଣ୍ଡୀଗଡ଼, ଜୟସଲମେର ଏବଂ ଭୁଜ ଆଦି ସ୍ଥାନରେ ଡ୍ରୋନ ଓ ମିସାଇଲ ଆକ୍ରମଣ ଚେଷ୍ଟା କରିଥିଲା। ଭାରତୀୟ ସେନାର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ, ଯେପରିକି S-୪୦୦, ଆକାଶ, MRSAM ଏବଂ Zu-୨୩ ସିଷ୍ଟମ, ଏହି ଆକ୍ରମଣକୁ ବିଫଳ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତୀୟ ସେନା କେବଳ ଜାମ୍ମୁ ଅଞ୍ଚଳରେ ୮ଟି ମିସାଇଲ ଏବଂ ୫୦ରୁ ଅଧିକ ଡ୍ରୋନକୁ ନଷ୍ଟ କରିଥିଲା। ଏହା ସହିତ ଭାରତୀୟ ଏୟାର ଡିଫେନ୍ସ ୟୁନିଟ ଉଧମପୁର, ସମ୍ବା, ଅଖନୂର, ନାଗରୋଟା ଏବଂ ପଠାନକୋଟ ଅଞ୍ଚଳରେ ମଧ୍ୟ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ଖସାଇଥିଲା। India-Pakistan Tension ପାକିସ୍ତାନର ଏହି ଆକ୍ରମଣ ଚେଷ୍ଟା ପରେ ଭାରତୀୟ ସେନା ପାକିସ୍ତାନର ଲାହୋରରେ ଥିବା ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଥିଲା। ଇସ୍ରାଏଲ ନିର୍ମିତ HARPY ଡ୍ରୋନ ବ୍ୟବହାର କରି ଭାରତ ଏହି ଆକ୍ରମଣ କରିଥିଲା। ଏହା ସହିତ ଭାରତୀୟ ନୌସେନା ମଧ୍ୟ ଆରବ ସାଗରରେ ପାକିସ୍ତାନ ବିରୁଦ୍ଧରେ ଏକ ପ୍ରତିଶୋଧମୂଳକ ଅଭିଯାନ ଆରମ୍ଭ କରିଛି।

Sponsored
pakistan-army-continues-firing-in-border-areas | Argus News