ପ୍ରବଳ ଝଡ଼ ତୋଫାନରେ ଇଣ୍ଡିଗୋ ବିମାନକୁ ଏରୋସ୍ପେସ୍ ବ୍ୟବହାର କରିବାକୁ ଦେଲାନି ପାକିସ୍ତାନ

Key Points
୨୨୭ ଲୋକଙ୍କ ଜବୀନ ବିପଦରେ ଥିଲା
ଇଣ୍ଡିଗୋ ବିମାନକୁ ଏରୋସ୍ପେସ୍ ବ୍ୟବହାର କରିବାକୁ ମନା କରିଥିଲା ପାକିସ୍ତାନ
୨୨୭ ଲୋକଙ୍କ ଜବୀନ ବିପଦରେ ଥିଲା। କିନ୍ତୁ ପାକିସ୍ତାନ ତ ଏବେ ଈର୍ଷାରେ ଜଳୁଛି। ଏବେ ବି ଭାରତ-ପାକିସ୍ତାନ ଉତ୍ତେଜନା ପରେ ସିଜଫାୟାର ଜାରି ରହିଛି। ଏଭଳି କହିବାର କାରଣ ରହିଛି ଇଣ୍ଡିଗୋ ବିମାନକୁ ନିଜର ଏରୋସ୍ପେସ୍ ବ୍ୟବହାର କରିବାକୁ ମନା କରିଦେଇଛି। ଗତ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଅଚାନକ ପାଗ ବଦଳି ଯାଇଥିଲା। ଭୀଷଣ ଝଡ଼ ତୋଫାନ ସହ କୁଆପଥର ବର୍ଷା ଯୋଗୁ ମଝି ଆକାଶରେ ଥିବା ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ଫ୍ଲାଇଟ ନମ୍ବର ୬ଇ-୨୧୪୨ପ୍ରଭାବିତ ହୋଇଥିଲା। ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ, ପାଇଲଟ ପାକିସ୍ତାନ ଏରୋସ୍ପେସ୍ ଉପଯୋଗ କରିବାକୁ ଅନୁମତି ମାଗିଥିଲେ ହେଲେ ମିଳିନଥିଲା। ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ କୌଣସି ଅପ୍ରିୟ ଘଟଣାରୁ ବର୍ତ୍ତିବା ଲାଗି ପାଇଲଟ ଲାହୋର ଏୟାରଟ୍ରାଫିକ କଣ୍ଟ୍ରୋଲ (ଏଟିସି)କୁ ଯୋଗାଯୋଗ କରିଥିଲେ ଓ ଏରୋସ୍ପେସ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ।
ତେବେ ପାକିସ୍ତାନ ଅସ୍ୱୀକାର କରିଦେଇଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ବିମାନ ଅମୃତସର ଉପରେ ଉଡୁଥିଲା। ପାଇଲଟ ବିମାନରେ ଟର୍ବୁଲାନ୍ସ ଅନୁଭବ କରିଥିଲେ। ଏଣୁ ପାଇଲଟ ଲାହୋର ଏଟିସିକୁ ମାର୍ଗ ବଦଳାଇ ପାକିସ୍ତାନ ଏରୋସ୍ପେସ୍ ଦେଇ ଯିବାକୁ ଅନୁମତି ମାଗିଥିଲେ। ତେବେ ପାକିସ୍ତାନ ଏଟିସି ଅନୁରୋଧକୁ ଟାଳି ଦେଇଥିଲା। ଏଣୁ ବିମାନକୁ ନିଜ ମାର୍ଗରେ ଯିବାକୁ ପଡିଥିଲା ଓ କୁଆ ପଥର ମାଡ଼ରେ ବିମାନର ନୋଜ୍ ଭାଙ୍ଗିଯାଇଥିଲା। ଏହି ବିମାନରେ ତୃଣମୂଳ କଂଗ୍ରେସର ୫ ସଦସୀୟ ପ୍ରତିନିଧି ଦଳଙ୍କ ସହିତ ୨୨୦ରୁ ଅଧିକ ଯାତ୍ରୀ ଥିଲେ। ବିମାନ ଶ୍ରୀନଗର ଏଟିସିକୁ ସୂଚନା ଦେବା ପରେ ସୁରକ୍ଷିତ ଲ୍ୟାଣ୍ଡିଂର ବ୍ୟବସ୍ଥା କରାଯାଇଥିଲା। ଲ୍ୟାଣ୍ଡିଂ ପରେ ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଏଓଜି ଘୋଷଣା କରିଥିଲା। ସୂତ୍ର ଅନୁସାରେ ଫ୍ଲାଇଟ୍ ୬ଇ-୨୧୪୨କୁ ଗୁରୁତର ଟର୍ବୁଲାନ୍ସର ସମ୍ମୁଖୀନ ହେବାକୁ ପଡିଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।