ଖୋଜିଖୋଜି ମରାଯିବ ଆତଙ୍କବାଦୀଙ୍କୁ

ଭାରତର ଆକ୍ରମଣକୁ ନେଇ ପ୍ରମାଦ ଗଣୁଥିବା ପାକିସ୍ତାନ ନିଜ ଦେଶର ନଗରିକଙ୍କ ଉପରେ ବି ଭରଷା କରି ପାରୁନି। ଭାରତ ଛାଡି ପାକିସ୍ତାନ ଯାଉଥିବା ପାକିସ୍ତାନୀ ନାଗରିକଙ୍କୁ ଦେଶ ଭିତରକୁ ଛଡା ଯାଉନି। ଆଜି ପାକିସ୍ତାନ ଅଟାରୀ- ଓ୍ବାଘା ସୀମାନେ ନିଜର କାଉଣ୍ଟର ବନ୍ଦ କରି ଦେଇଛି। ଯାହା ଫଳରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ନିଜ ଦେଶକୁ ଯିବାକୁ ଅପେକ୍ଷା କରି ରହିଛନ୍ତି।
ପାକିସ୍ତାନ ପକ୍ଷରୁ ସେମାନଙ୍କ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ମଧ୍ୟ କରା ଯାଇନାହିଁ। ଘଟଣାକୁ ପାକିସ୍ତାନରେ ମଧ୍ୟ ନିନ୍ଦା କରାଯାଉଛି। ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
📱 Get Argus News App
✨ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଭାରତରେ ଥିବା ପାକିସ୍ତାନୀ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ଏପ୍ରିଲ ୩୦ ତାରିଖକୁ ଅନ୍ତିମ ଦିନ ଭାବେ ଧାର୍ଯ୍ୟ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଜାରି ହେବାର ଏକ ସପ୍ତାହ ମଧ୍ୟରେ, ପ୍ରାୟ ୮୦୦ ପାକିସ୍ତାନୀ ଅଟାରୀ-ୱାଗାହ ସୀମା ଦେଇ ଭାରତ ଛାଡ଼ିଥିଲେ। ଏହାସହ, ପ୍ରାୟ ୧,୫୦୦ ଭାରତୀୟ ନାଗରିକ ପାକିସ୍ତାନରୁ ଭାରତ ଫେରି ଆସିଥିଲେ।
ନିର୍ଦ୍ଦିଷ୍ଟ ଅବଧି ପରେ କୌଣସି ପାକିସ୍ତାନୀ ନାଗରିକ ଅତିରିକ୍ତ ସମୟ ରହି ନ ପାରନ୍ତି ସେଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପାକିସ୍ତାନୀ ନିଜ ଦେଶକୁ ଫେରୁଥିବା ବେଳେ ଦେଶରେ ପୁରାଇବାକୁ ନାରାଜ ପାକିସ୍ତାନ।
ଅନ୍ୟପଟେ ଭାରତ ନିଜର ସେନାକୁ ନିଷ୍ପତ୍ତି ନେବାର କ୍ଷମତା ଦେବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ପାକିସ୍ତାନୀ ନେତାମନ୍ତ୍ରୀଙ୍କ ସହ ସେନା ଅଧିକାରୀ। ଏପରିକି ପାକିସ୍ତାନ ସେନାରେ ସୈନ୍ୟ ଓ ଅଧିକାରୀମାନେ ଇସ୍ତଫା ଦେଉଥିବା ଖବର ଆସୁଛି।
ସେପଟେ ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରିବୁ। ଆତଙ୍କବାଦ ଲଢେଇରେ ସାରା ବିଶ୍ବ ଆମ ସହିତ ଅଛି। ଆତଙ୍କବାଦୀ ଶେଷ ନହେବା ଯାଏ ଭାରତର ଲଢେଇ ଜାରି ରହିବ।