Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶେଷରେ ସତ କହିଲା ପାକିସ୍ତାନ, ଭାରତ ମାନି ନଥିଲା ଆମେରିକାର 'ମଧ୍ୟସ୍ଥତା' ପ୍ରସ୍ତାବ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଶେଷରେ ସତ କହିଲା ପାକିସ୍ତାନ, ଭାରତ ମାନି ନଥିଲା ଆମେରିକାର 'ମଧ୍ୟସ୍ଥତା' ପ୍ରସ୍ତାବ

Key Points

'ମଧ୍ୟସ୍ଥତା' ନେଇ ଆମେରିକାର ପ୍ରସ୍ତାବକୁ ଖାତିର୍ କରି ନଥିଲା ଭାରତ । ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଇଛି ପାକିସ୍ତାନ । ଏଥିସହ ଖୋଲି ଯାଇଛି ନିଜକୁ ଶାନ୍ତିର ଦୂତ କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହା ମିଛ ।

ନୂଆଦିଲ୍ଲୀ: ପାକିସ୍ତାନ ଖୋଲିଲା ଟ୍ରମ୍ପଙ୍କ ମୁଖା । 'ମଧ୍ୟସ୍ଥତା' ନେଇ ଆମେରିକାର ପ୍ରସ୍ତାବକୁ ଖାତିର୍ କରି ନଥିଲା ଭାରତ । ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଇଛି ପାକିସ୍ତାନ । ଏଥିସହ ଖୋଲି ଯାଇଛି ନିଜକୁ ଶାନ୍ତିର ଦୂତ କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହା ମିଛ । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା କହି ଟ୍ରମ୍ପ ବାହା ବାହା ନେବାକୁ ଚାହୁଁଥିବା ବେଳେ ଭାରତ ମନା କରି ଆସୁଛି ।

ଆଉ ଏବେ ପାକିସ୍ତାନ ମଧ୍ୟ ସମାନ କତା ଦୋହରାଇ ଟ୍ରମ୍ପଙ୍କୁ ଧରା ପକାଇଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଇଶାକ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ କହିଛନ୍ତି, `ଅସ୍ତ୍ରବିରତି ନେଇ ତୃତୀୟ ପକ୍ଷର ମଧ୍ୟସ୍ଥତା ଭାରତ ଚାହିଁ ନଥିଲା । ଆମେରିକାର ପ୍ରସ୍ତାବରେ କଦାପି ରାଜି ହୋଇନଥିଲା ଭାରତ । ମଧ୍ୟସ୍ଥତା ନେଇ ଭାରତ କୌଣସି ସମୟରେ ସହମତ ନଥିଲା । ଇଶାକ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ଏକାଧିକ ଥର ମଧ୍ୟସ୍ଥତା ଲାଗି ପ୍ରସ୍ତାବ ଦେଇଥିଲେ । ଟ୍ରମ୍ପଙ୍କ ମଧ୍ୟସ୍ଥତା ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ରୁବିୟୋଙ୍କୁ ପଚାରିଥିଲେ ଈଶାକ ଡାର ।

ରୁବିୟୋ ସ୍ପଷ୍ଟ କରିଥିଲେ, `ଭାରତ ସର୍ବଦା ଏହାକୁ ଦ୍ଵିପାକ୍ଷିକ ପ୍ରସଙ୍ଗ କହି ଆସୁଛି । ମେ ୭ରେ ଅପରେସନ୍ ସିନ୍ଦୂର ଆରମ୍ଭ ହେବାର ମାତ୍ର ୪ ଦିନ ପରେ ପାକିସ୍ତାନ DGMO ଭାରତର DGMOଙ୍କୁ ଫୋନ୍ କରି ଯୁଦ୍ଧ ବିରତି ପ୍ରସ୍ତାବ ଦେଇଥିଲେ । ଗୋଟିଏ ଦିନ ପୂର୍ବରୁ ଜୈଶ ନେତା ମାସୁଦ ଇଲିୟାସ କାଶ୍ମୀରୀ ଏକ ଭାଇରାଲ୍ ଭିଡିଓରେ ଅପରେସନ୍ ସିନ୍ଦୂରରେ କ୍ଷତି ବିଷୟରେ ସ୍ୱୀକାର କରିଥିଲେ ।

ଇଶାକ ଆହୁରି କହିଛନ୍ତି, ଆମେ କୌଣସି ଜିନିଷ ଭିକ ଭାବେ ମାଗୁ ନାହୁଁ । ଯଦି କୌଣସି ଦେଶ ଆଲୋଚନା ଚାହୁଁଛି ତ ପାକିସ୍ତାନ ଖୁସି ହେବ, ଆମେ ସ୍ଵାଗତ କରିବୁ । ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ । ଆମେ ଭାବୁଛୁ ଆଲୋଚନା ହିଁ ହେଉଛି ଆଗକୁ ବଢ଼ିବାର ରାସ୍ତା । କିନ୍ତୁ ଆଲୋଚନା ପାଇଁ ଉଭୟଙ୍କ ଇଚ୍ଛା ଆବଶ୍ୟକ । ଏଥିପାଇଁ ଭାରତ ଯେ ପର୍ଯ୍ୟନ୍ତ ଆଲୋଚନା ଚାହୁଁ ନାହିଁ, ସେ ପର୍ଯ୍ୟନ୍ତ ଏହା ହୋଇ ପାରିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan Exposes Trump’s Mediation Claim । Operation Sindoor | Argus News | Argus News