Videos
|
National

ଭାରତରେ ଅନ୍‌ଲାଇନ୍ ଯୋଗେ ପାକିସ୍ତାନୀ ପତାକା ବିକ୍ରି ମନା

Smruti Parija
Browse all articles by Smruti Parija
·1 year ago·1 min read
ଭାରତରେ ଅନ୍‌ଲାଇନ୍ ଯୋଗେ ପାକିସ୍ତାନୀ ପତାକା ବିକ୍ରି ମନା

Key Points

ଭାରତରେ ଅନ୍‌ଲାଇନ୍‌ରେ ପାକିସ୍ତାନୀ ପତାକା ବିକ୍ରି ମନା

ଭାରତରେ ଅନ୍‌ଲାଇନ୍‌ରେ ପାକିସ୍ତାନୀ ପତାକା ବିକ୍ରି ମନା । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ `X' ପୋଷ୍ଟ । ଆମାଜନ୍ ଇଣ୍ଡିଆ, ଫ୍ଲିପ୍‌କାର୍ଟ, ୟୁବାଏ ଇଣ୍ଡିଆ, Etsyକୁ CCPAର ନୋଟିସ୍ । ପାକିସ୍ତାନୀ ପତାକା ଏବଂ ଏହା ସହ ଜଡ଼ିତ ସାମଗ୍ରୀ ବିକ୍ରି କରିପାରିବେନି । ଇ-କମର୍ସ ପ୍ଲାଟ୍‌ଫର୍ମରୁ ଏହି ସବୁ ଜିନିଷ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।


ସେପଟେ ମାତ୍ର 15 ଦିନରେ ଅଣନିଶ୍ବାସୀ ହୋଇ ପାକିସ୍ତାନ ସିନ୍ଧୁ ଜଳ ସନ୍ଧି ରଦ୍ଦ ନିଷ୍ପତ୍ରିର ପୁନର୍ବିଚାର କରିବାକୁ ଭାରତ ସରକାରଙ୍କୁ କରିଛି ଅପିଲ । ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପରେ ପାକିସ୍ତାନ ଏବେ ଭିକ୍ଟିମ କାର୍ଡ ଖେଳିବା ଆରମ୍ଭ କରିଛି । ସିସିଏସ ବୈଠକରେ ସିନ୍ଧୁ ଜଳ ସନ୍ଧି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଭାରତ ସରକାର ସ୍ପଷ୍ଟ କରିଥିଲେ ବି ପାକିସ୍ତାନ ଜଳଶକ୍ତି ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖିଛି । ଭାରତର ଏହି ନିଷ୍ପତ୍ତିରେ ପାକିସ୍ତାନରେ ବଡ଼ ଧରଣର ଜଳ ସଂକଟ ସୃଷ୍ଟି ହେବ ବୋଲି ପାକିସ୍ତାନ କହିଛି । ଜଳ ମନ୍ତ୍ରଣାଳୟ ପାକିସ୍ତାନର ଚିଠିକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପଠାଇ ଦେଇଛି । ପହଲଗାମ ହମଲା ପରେ ସବୁଠାରୁ ବଡ଼ ପଦକ୍ଷେପ ଭାବେ ସିନ୍ଧୁ ଜଳ ସନ୍ଧି ବାତିଲ କରି ପାକିସ୍ତାନକୁ ବଡ଼ ସନ୍ଦେଶ ଦେଇଥିଲେ ମୋଦି ସରକାର । ଭାରତର କୁଟନୈତିକ ଷ୍ଟ୍ରାଇକରେ ଥରହର ହୋଇଥିଲା ପାକିସ୍ତାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pakistan-flag-banned-from-sale-online-in-india | Argus News