Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜଣା ପଡ଼ିଲା ସତ, ଏଥିପାଇଁ ପାକିସ୍ତାନରେ ଭିଡିଓ କରୁଥିଲେ

National

ଜଣା ପଡ଼ିଲା ସତ, ଏଥିପାଇଁ ପାକିସ୍ତାନରେ ଭିଡିଓ କରୁଥିଲେ

Jyoti Prakash Mallick
Browse all articles by Jyoti Prakash Mallick
·11 months ago·1 min read
ଜଣା ପଡ଼ିଲା ସତ, ଏଥିପାଇଁ ପାକିସ୍ତାନରେ ଭିଡିଓ କରୁଥିଲେ

Key Points

୪ ଅଧିକାରୀଙ୍କ ସହ ଥିଲେ ଯୋଗାଯୋଗରେ 

ଦାନିସଙ୍କର ନିକଟତର ଥିଲେ 

ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ମାମଲାରେ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ। ଯେଉଁଥିରୁ ସ୍ପଷ୍ଟ ହୋଇଛି ଜାଣି ଶୁଣି ଆଇଏସଆଇ ପାଇଁ କାମ କରୁଥିଲେ ଜ୍ୟୋତି। କାରଣ ଜ୍ୟୋତିଙ୍କୁ ପାକିସ୍ତାନ ପକ୍ଷରୁ ଦିଆଯାଇଥିଲା ସ୍ବତସ୍ତ୍ର ଭିସା। ଏହାକୁ ISI ଏବଂ ପାକିସ୍ତାନୀ ଗୃହ ମନ୍ତ୍ରଣାଳୟ ଏହାକୁ ଅନୁମୋଦନ କରିଥିଲେ। ଯାହାଦ୍ବାରା ତାଙ୍କୁ ପାକିସ୍ତାନରେ ସ୍ବତନ୍ତ୍ର ସୁବିଧା ଏବଂ ଭିଆଇପି ଚିକିତ୍ସା ପାଇପାରିଥାନ୍ତେ। ଜ୍ୟୋତି ମାଲହୋତ୍ରା ତାଙ୍କର ପ୍ରଥମ ପାକିସ୍ତାନ ଗସ୍ତ ପରେ ତାଙ୍କୁ ପାକିସ୍ତାନ ଏହି ସ୍ବତନ୍ତ୍ର ଭିସା ଜାରି କରିଥିଲେ।


ଜାଣି ଶୁଣି ଉଦ୍ଦେଶ୍ୟ ମୂଳକ ଭାବେ ପାକିସ୍ତାନ ପାଇଁ ସକରାତ୍ମକ ଭିଡିଓ ପ୍ରସ୍ତୁତ କରୁଥିଲେ ଜ୍ୟୋତି। ଯାହାଦ୍ବାରା ଭାରତୀୟ ହିନ୍ଦୁଙ୍କର ପାକିସ୍ତାନ ପ୍ରତି ସକରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ। କୁହାଯାଉଛି ଜ୍ୟୋତି ୪ ଜଣ ପାକିସ୍ତାନୀ ଅଧିକାରୀଙ୍କ ସହିତ ସମ୍ପର୍କରେ ଥିଲେ। ଯାହା ବାବଦରେ ସମ୍ପୂର୍ଣ୍ଣ ଅବଗତ ଥିଲେ ଜ୍ୟୋତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜିଡିଟାଲ ଅନୁସନ୍ଧାନରୁ ଏକଥା ସ୍ପଷ୍ଟ ହୋଇଛି। ଜ୍ୟୋତି ଦାନିସଙ୍କ ନିକଟତ୍ତର ଥିଲେ। ତେବେ ସେ କେଉଁ ସୂଚନା ଦେଇଛନ୍ତି ସେନେଇ କୌଣସି ପ୍ରମାଣ ଏଯାବତ୍ ମିଳିନାହିଁ ।ଜ୍ୟୋତି ମାଲହୋତ୍ରାଙ୍କ ମୋବାଇଲ-ଲାପଟପରୁ ୧୨ ଟେରାବାଇଟ୍ (ଟିବି) ଡାଟା ଉଦ୍ଧାର କରାଯାଇଛି। ଏଥିରେ ଅନେକ ଭିଡିଓ ଅଛି। ଯାହାକୁ ଯାଞ୍ଚ କରି ଆଗକୁ ବଢୁଛି ତଦନ୍ତ।

Sponsored
Pakistan granted special visa to Jyoti | Argus News