Videos
|
National

ଚାଲିଛି ଘମାଘୋଟ ଲଢେଇ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଚାଲିଛି ଘମାଘୋଟ ଲଢେଇ

ଆଜି ସନ୍ଧ୍ୟାରୁ ଜମ୍ମୁ-କାଶ୍ମୀରକୁ ମିଜାଇଲ୍‌ ମାଡ କରୁଛି ପାକିସ୍ତାନ। ଯାହାର କଡ଼ା ଜବାବ ଦେଉଛି ଭାରତ। ଭାରତ ପାକ୍‌ର ସବୁଡ୍ରୋନକୁ ଖସାଇ ଦେଇଛି। ଆକ୍ରମଣକୁ ଦୃଷ୍ଟିରେ ଜମ୍ମୁ କାଶ୍ମୀରରେ ବ୍ଲାକ ଆଉଟ୍ କରାଯାଇଛି।


ଜମ୍ମୁକାଶ୍ମୀରର ଏକାଧିକ ସ୍ଥାନରେ ଆକ୍ରମଣ କରାଯାଉଛି। ଏହାକୁ ପ୍ରତିରୋଧ କରିବାକୁ ଭାରତୀୟ ବାୟୁସେନା ଉଡାଣ ଆରମ୍ଭ କରିଛି। ପାକିସ୍ତାନର ଫାଇଟର ପ୍ଲେନକୁ ଭାରତ ଖସାଇ ଦେଇଛି। ଡ୍ରୋନ୍ ଓ ଆର୍ଟିଲାରୀ ଜରିଆରେ ଆକ୍ରମଣ କରୁଛି ପାକିସ୍ତାନ। ପାକିସ୍ତାନର ଲଢୁଆ ବିମାନ ଏଫ୍ ୧୬ କୁ ଭାରତ ଖସାଇ ଦେଇଛି ଭାରତ। କେବଳ ଜମ୍ମୁକାଶ୍ମୀର ନୁହେଁ ରାଜସ୍ଥାନରେ ମଧ୍ୟ ଆକ୍ରମଣ କରିଛି। ପାକିସ୍ତାନ ଭାରତର ସାଧାରଣ ଲୋକ ଓ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ବିମାନ ବନ୍ଦରକୁ ଟାର୍ଗେଟ କରାଯାଉଛି। ତେବେ ଜମ୍ମୁ ଓ ପଠାନକୋର୍ଟ ଏୟାରପୋର୍ଟ ସୁରକ୍ଷିତ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବାଜିଛି ଯୁଦ୍ଧ ସାଇରନ। ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରିଛି ସେନା। ଭାରତର ଏସ୍ ୪୦୦ ସୁଦର୍ଶନ ଚକ୍ର ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି। ଜମ୍ମୁରେ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ୍ ରହିଛି। ଏପର୍ଯ୍ୟନ୍ତ ପାକିସ୍ତାନର ୮ ଟି ଡ୍ରୋନକୁ ଭାରତ ନଷ୍ଟ କରିଥିବା ଜଣା ପଡିଛି।

Pakistan has attacked Jammu and Kashmir | Argus News