Videos
|
National

ଗାଈ ଚରାଇବାକୁ ଯାଇଥିଲେ ଆଉ ଫେରିଲେନି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଗାଈ ଚରାଇବାକୁ ଯାଇଥିଲେ ଆଉ ଫେରିଲେନି

Key Points

ସ୍ବାମୀ ଡେଇଁଥିଲେ ସୀମା

୪୦ ବର୍ଷ ହେଲା ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ

ବାପାଙ୍କୁ ଫେରାଇ ଆଣିବାକୁ ପୁଅ ଏବେ ବି କରୁଛି ପ୍ରୟାସ

ନିର୍ଦ୍ଦୟ ପାକିସ୍ତାନ ଶୁଣୁନି ଅଭିଯୋଗ

ନା ମିଳୁଛି ସୂଚନା, ନା ମିଳୁଛି ଉତ୍ତର

ଖାଲି ଅପେକ୍ଷା ଅପେକ୍ଷା ଅପେକ୍ଷା ...

ନାଁ ତାଙ୍କର ଭାଗୁ ସିଂ। ରାଜସ୍ଥାନ ବାରମେର ଜିଲ୍ଲାର ଧନୌର ବାସିନ୍ଦା। ୧୯୮୫ ମସିହାରେ ସୀମାନ୍ତ ଗୋହର କା ତାଲା ଗାଁକୁ ଗୋରୁ ଚରାଇବାକୁ ଯାଇଥିଲେ। ଗାଈ ଚରାଉ ଚରାଉ ସେ କେତେବେଳେ ପାକିସ୍ତାନର ସୀମାକୁ ଚାଲି ଯାଇଥିଲେ ସେ ନିଜେ ବି ଜାଣି ନଥିଲେ। ସେବେ ଠାରୁ ଯାଇଛନ୍ତି ଯେ, ଆଉ ଘରକୁ ଫେରି ନାହାନ୍ତି। ଏଇ ଭିତରେ ବିତି ଗଲାଣି ୪୦ ବର୍ଷ ...। ପିଲାମାନେ ବଡ ହୋଇ ଗଲେଣି, ଆଜି ବଡ ପୁଅର ପୁଅ ବାହାଘର। ଘରେ ବିବାହର ଆୟୋଜନ, ସମସ୍ତଙ୍କ ଆଖିରେ କୋଉଠି ନା କୋଉଠି ଲୁହ। ଆଜି ହାପି ଫ୍ୟାମିଲି ଫଟୋ ଉଠାଇବା ବେଳେ ମିସ୍ କରିବେ ଘରର ମୁରବୀଙ୍କୁ। ସେ ଜୀବିତ ନା ମୃତ କାହା ପାଖରେ ନାହିଁ କିଛି ଉତ୍ତର। 


ଭାଗୁଙ୍କ ପରିବାର ଲୋକେ କୁହନ୍ତି ଭାଗୁ ପାକିସ୍ତାନ ସୀମାକୁ ଚାଲିଯିବାରୁ ପାକିସ୍ତାନୀ ରେଞ୍ଜର୍ସମାନେ ତାଙ୍କୁ ନେଇ ଯାଇଥିଲେ। ପରିବାର ତାଙ୍କୁ ଫେରାଇ ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ସେ ସମୟରେ ହେଲେ କୌଣସି ସୁଫଳ ମିଳିନଥିଲା। ସେ ପାକିସ୍ତାନରେ କେଉଁଠି ଅଛନ୍ତି, ତାଙ୍କର ଅବସ୍ଥା କ’ଣ? ଏନେଇ ଆଜି ବି କୌଣସି ସଠିକ ସୂଚନା ନାହିଁ ପରିବାର ପାଖରେ। ଚାରି ଦଶନ୍ଧିର ଲମ୍ବା ଅପେକ୍ଷା, କୌଣସି ଖବର ନାହିଁ, କୌଣସି ଠିକଣା ନାହିଁ । ତଥାପି ଆଜି ବି ଏକ ଅଜଣା ଅପେକ୍ଷାରେ ଅଛନ୍ତି ପରିବାର ଲୋକେ। ସୀମା ଆଡକୁ ଚାହିଁ ରହିଛନ୍ତି କାଳେ ଫେରି ଆସିବେ ଭାଗୁ।


ଭାଗୁ ସିଂହଙ୍କ ପରିବାରରେ ଏବେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କନୱର, ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଝିଅ ବିବାହ କରି ସାରିଥିବା ବେଳେ ଦୁଇ ପୁଅ ମଧ୍ୟ ବିବାହ କରି ସାରିଛନ୍ତି। ସେମାନଙ୍କ ପିଲାମାନେ ମଧ୍ୟ ବଡବଡ ହେଶି ଗଲେଣି। ଆଜି ଭାଗୁ ସିଂହଙ୍କ ବଡ଼ ପୁଅ ପ୍ରତାପ ସିଂହଙ୍କ ପୁଅ ଜଗଦୀଶଙ୍କ ବିବାହ। ଘରେ ଖୁସିର ମାହୋଲ ଭିତରେ କିନ୍ତୁ ସମସ୍ତେ ମନେ ପକାଉଛନ୍ତି ଭାଗୁଙ୍କୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:





pakistan-has-been-detaining-a-cowherd-for-40-years | Argus News