Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ଭାରତୀୟ ଘନ ଘନ ମିଶାଇଲ୍‌ ମାଡ଼, ଭୟରେ ନୌସେନାର ଜାହାଜ ଲୁଚାଇ ରଖିଥିଲା ପାକିସ୍ତାନ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Operation Sindoor: ଭାରତୀୟ ଘନ ଘନ ମିଶାଇଲ୍‌ ମାଡ଼, ଭୟରେ ନୌସେନାର ଜାହାଜ ଲୁଚାଇ ରଖିଥିଲା ପାକିସ୍ତାନ !

Key Points

ପାକ ନୌସେନା ଯୁଦ୍ଧଜାହାଜଗୁଡ଼ିକୁ ଇରାନ ସୀମା ନିକଟରେ ଥିବା ପଶ୍ଚିମ ଗ୍ୱାଦର ବନ୍ଦରକୁ ସ୍ଥାନାନ୍ତର କରିଥିଲା।

ଯେଉଁଠାରୁ ସୀମା ମାତ୍ର ୧୦୦ କିଲୋମିଟର ଦୂରରେ।

ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ପଚାରି ପର୍ଯ୍ୟଟକମାନଙ୍କୁ ହତ୍ୟା କରିବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ମେ ୬ ଓ ୭ ତାରିଖ ରାତିରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରି ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ଆତଙ୍କବାଦୀ ଆଡ୍ଡା ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଭାରତୀୟ ବାୟୁସେନା ଆକାଶ ମାର୍ଗରୁ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡା ଗୁଡିକୁ ଧ୍ବସ୍ତ ବିଧ୍ବସ୍ତ କରିଥିଲା । ଏହା ପରେ, ପାକିସ୍ତାନୀ ସେନା ଭାରତୀୟ ସହରଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏହା ସଫଳ ହୋଇନଥିଲା । ସେହି ସମୟରେ, ଭାରତୀୟ ସେନା ପୁଣି ଥରେ ପ୍ରତିଶୋଧ ନେଇ ଜୋରଦାର ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ଆତଙ୍କିତ ହୋଇପଡିଥିଲା। ଭୟରେ ପାକିସ୍ତାନ ନୌସେନା ଏହାର ଯୁଦ୍ଧଜାହାଜଗୁଡ଼ିକୁ ଲୁଚାଇ ରଖିଥିଲା।

ଅପରେଶନ ସିନ୍ଦୂର ସମୟରେ ଭାରତୀୟ ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏଥିରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ଏହି ଅପରେଶନ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନୀ ନୌସେନା ଏହାର ଯୁଦ୍ଧଜାହାଜ ଗୁଡିକୁ ଲୁଚାଇ ରଖିଥିଲା। ସେମାନେ ଭାରତୀୟ ମିଶାଇଲ୍‌ ମାଡ ପ୍ରତି ଏତେ ଭୟଭୀତ ହୋଇ ପଡିଥିଲେ ଯେ, ସେମାନଙ୍କୁ ଇରାନ ସୀମା ନିକଟରେ ଆଶ୍ରୟ ନେବାକୁ ପଡିଥିଲା।

ଏବେ ସେହି ସମୟର ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଛି। ଆମେରିକୀୟ ମହାକାଶ ପ୍ରଯୁକ୍ତି କମ୍ପାନୀ ମ୍ୟାକ୍ସାର ଅପରେଶନ ସିନ୍ଦୂର ସମୟର ଏକ ଫଟୋ ଜାରି କରିଛି। ରିପୋର୍ଟରେ ପ୍ରକାଶ ପାଇଛି, ପାକିସ୍ତାନୀ ନୌସେନା କରାଚିର ନୌସେନା ଗୋଦାମରୁ ଏହାର ଯୁଦ୍ଧଜାହାଜକୁ ହଟାଇ ବାଣିଜ୍ୟିକ ଟର୍ମିନାଲକୁ ସ୍ଥାନାନ୍ତର କରିଥିଲା। ପାକ ନୌସେନା ଯୁଦ୍ଧଜାହାଜଗୁଡ଼ିକୁ ଇରାନ ସୀମା ନିକଟରେ ଥିବା ପଶ୍ଚିମ ଗ୍ବାଦର ବନ୍ଦରକୁ ସ୍ଥାନାନ୍ତର କରିଥିଲା। ଯେଉଁଠାରୁ ସୀମା ମାତ୍ର ୧୦୦ କିଲୋମିଟର ଦୂରରେ। ଅପରେସନ୍ ସିନ୍ଦୂରରେ ଭାରତର ଭୟଙ୍କର ଆକ୍ରମଣ ଦେଖି ପାକିସ୍ତାନ ସେନା ଏକପ୍ରକାର ଆଣ୍ଠୁମାଡ଼ି ବସିଥିଲା, ଆଉ ଶେଷରେ ଯୁଦ୍ଧବିରତି ପାଇଁ ନିବେଦନ କରିଥିଲା। ସାମରିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି, ସାଟେଲାଇଟ ଚିତ୍ର ଦର୍ଶାଉଛି ଯେ, ପାକିସ୍ତାନର ସାମରିକ ପ୍ରସ୍ତୁତିରେ ବହୁତ ଅଭାବ ଥିଲା। ଏହା ପାକିସ୍ତାନର ପରାଜୟକୁ ଦର୍ଶାଉଛି, କାରଣ ତାକୁ ଇରାନ ସୀମା ନିକଟରେ ଆଶ୍ରୟ ନେବାକୁ ପଡିଥିଲା।

ତେବେ ଅପରେଶନ ସିନ୍ଦୂର ପରେ ମଧ୍ୟ ଆତଙ୍କବାଦୀମାନେ ଅନେକ ଥର ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭାରତୀୟ ସେନା ସେମାନଙ୍କ ପ୍ରୟାସକୁ ବିଫଳ କରିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan hid its naval ships in fear after seeing India's heavy missile Strike during Operation Sindoor! | Argus News