Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏବେବି ଅପରେସନ ସିନ୍ଦୂର କଥା ଭାବି କାନ୍ଦୁଛି ପାକିସ୍ତାନ

National

ଏବେବି ଅପରେସନ ସିନ୍ଦୂର କଥା ଭାବି କାନ୍ଦୁଛି ପାକିସ୍ତାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଏବେବି ଅପରେସନ ସିନ୍ଦୂର କଥା ଭାବି କାନ୍ଦୁଛି ପାକିସ୍ତାନ

Key Points

ଭାରତ ଭୟରେ ନୂଆ ଅସ୍ତ୍ରଶସ୍ତ୍ର ତିଆରି କରୁଛି ପାକିସ୍ତାନ

ସିନ୍ଦୂର ଡର ଛାଡିନି ପାକିସ୍ତାନକୁ 

ଭାରତକୁ ଭୟ କରୁଛି ପାକିସ୍ତାନ। ନିଜ ଅସ୍ତିତ୍ବର ବଡ଼ ବିପଦ ବୋଲି ଭାରତକୁ ବିବେଚନା କରୁଛି ପାକିସ୍ତାନ। ଭାରତର ସାମରିକ ଶକ୍ତିର ମୁକାବିଲା କରିବା ପାଇଁ ନିଜକୁ ଏବଂ ନିଜର ସେନାକୁ ବିକଶିତ କରୁଛି। 'ଗ୍ଲୋବାଲ୍ ଥ୍ରେଟ୍ ଆସେସମେଣ୍ଟ ରିପୋର୍ଟ ୨୦୨୫' ଅନୁସାରେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି। ଆହୁରି ମଧ୍ୟ ଜଣାପଡ଼ିଛି ଭାରତର ଅପରେସନ ସିନ୍ଦୂର ପାଇଁ ବର୍ତ୍ତମାନ ବି ଭୟବୀତ ଅବସ୍ଥାରେ ରହିଛି ପାକିସ୍ତାନ। ସେଥିପାଇଁ ପାକିସ୍ତାନ ଏବେ ଚୀନ ସହାୟତାରେ ନିଜର ପରମାଣୁ ଅସ୍ତ୍ରାଗାରକୁ ଅଧିକ ବିକଶିତ କରୁଛି। ଆମେରିକାର ଏକ ରିପୋର୍ଟରେ ଏଭଳି ଦାବି କରାଯାଉଛି।


ରବିବାର ଦିନ ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ଦ୍ୱାରା ପ୍ରକାଶିତ 'ଗ୍ଲୋବାଲ୍ ଥ୍ରେଟ୍ ଆସେସମେଣ୍ଟ ରିପୋର୍ଟ ୨୦୨୫ରେ ପାକିସ୍ତାନ ବିଷୟରେ ଏଭଳି ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ପାକିସ୍ତାନ ଚୀନର ସାମରିକ ଏବଂ ଆର୍ଥିକ ସହାୟତାରେ ତାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରୁଛି। ଏହି ରିପୋର୍ଟ ଆମେରିକା ପ୍ରତିନିଧି ସଭାର ସଶସ୍ତ୍ର ସେବା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି।


ଏହି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଆଗାମୀ ଦିନରେ ପାକିସ୍ତାନ ସର୍ବୋଚ୍ଚ ପ୍ରାଥମିକତା ଦେବ ସାମରିକ ଭିତ୍ତିଭୂମି ବିକାଶକୁ। କେବଳ ଭାରତ ସହ ସାମରିକ ମୁକାବିଲା କରିବା ପାଇଁ ନିଜ ସେନାକୁ ବିକଶିତ କରୁଛି ପାକିସ୍ତାନ। ଏଥିପାଇଁ ବିଦେଶୀ ଯୋଗାଣକାରୀ ଏବଂ ମଧ୍ୟସ୍ଥିଙ୍କଠାରୁ (WMD) ସହ ଜଡିତ ସାମଗ୍ରୀ କ୍ରୟ କରୁଛି। ଏଥିରେ ଆର୍ଥିକ ସହଯୋଗ କରୁଛି ଚୀନ। ଏମିତିକି ସାମଗ୍ରୀ ଓ ପ୍ରଯୁକ୍ତିବିଦ୍ୟା ମଧ୍ୟ ଚୀନ ଯୋଗାଇ ଦେଉଛି ପାକିସ୍ତାନକୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ - ପହଲଗାମ ଆକ୍ରମଣର ପ୍ରତିଶୋଧରେ ଅପରେସନ ସିନ୍ଦୂର କରି ପାକିସ୍ତାନ ଭିତରେ ପଶି ଆତଙ୍କୀ ଆଡ୍ଡାକୁ ଉଡେଇ ଦେଇଛି ଭାରତ। ଏହାର ଜବାବରେ ପାକିସ୍ତାନ ୮, ୯ ଏବଂ ୧୦ ମେରେ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଯାହାର କଡା ଜବାବ ଦେଇଥିଲା ଭାରତ।


ଭାରତୀୟ ବାୟୁସେନା ପାକିସ୍ତାନର ସାମରିକ ଘାଟି ଉପରେ ବିମାନ ଆକ୍ରମଣ କରି ବିମାନବନ୍ଦର, ରାଡାର ୟୁନିଟ୍ ଏବଂ ଗୋଳାବାରୁଦ ଡିପୋକୁ ନଷ୍ଟ କରି ଦେଇଥିଲା। ଦାବି କରାଯାଉଛି ଯେ ପାକିସ୍ତାନ କିରାଣା ପାହାଡ଼ରେ ଥିବା ପରମାଣୁ ଅସ୍ତ୍ରାଗାର ଉପରେ ଆକ୍ରମଣ କରିଛି ଭାରତ। ପାକିସ୍ତାନରେ ପରମାଣୁ ଲିକ୍ ହୋଇଛି। ତେବେ ଏଥିରେ ସତ୍ୟତା କେତେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।

Sponsored
Pakistan is developing new weapons out of fear of India | Argus News