Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର Operation Sindoor ପରେ ଛାନିଆ ପାକିସ୍ତାନ

Ritu Das
Browse all articles by Ritu Das
·1 year ago
ଭାରତର Operation Sindoor ପରେ ଛାନିଆ ପାକିସ୍ତାନ

ଭାରତ-ପାକ ସୀମାରେ ପାକିସ୍ତାନ ପଟୁ ଘନ ଘନ ଆକ୍ରମଣ । ଭାରତର ଅପରେସନ ‘ସିନ୍ଦୂର’କୁ ନେଇ ଛାନିଆ ପାକିସ୍ତାନ। ସାଧାରଣ ନାଗରିକ ଏବଂ ଗୁରୁଦ୍ୱାର ଉପରେ ପାକ ସେନାର ଲକ୍ଷ୍ୟଭେଦି ଆକ୍ରମଣ କରିଥିବା ସୂଚନା ମିଳିଛି। ଏଲଓସି ନିକଟରେ ଥିବା ଗୁରଦ୍ୱାର ଉପରେ ପାକିସ୍ତାନର ଆକ୍ରମଣ କରିବା ଫଳରେ କାଶ୍ମୀର ପୁଞ୍ଛରେ ଥିବା ଗୁରୁଦ୍ୱାରକୁ ଧ୍ୱଂସ କରିଥିବାବେଳେ ୪ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ସେନା ପକ୍ଷରୁ ରାତିରୁ ଗୁଳିଗୋଳା ବର୍ଷଣ ଜାରି ରଖାଯାଇଛି।


ଏହି ଆକ୍ରମଣରେ ରଜୋରି, ପୁଞ୍ଚ ଓ ତଙ୍ଗଧରରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ବହୁ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ସେନାର ଗୁରୁଦ୍ୱାର ଉପରେ ଆକ୍ରମଣକୁ ଶିଖ ସମ୍ପ୍ରଦାୟ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି। ଅପରପକ୍ଷରେ ପାକ ସେନାର ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pakistan-is-in-fear-after-indias-operation-sindoor | Argus News