Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛି ପାକିସ୍ତାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛି ପାକିସ୍ତାନ

ଭାରତର ଅପରେସନ୍ ‘ସିନ୍ଦୂର’କୁ ନେଇ ଛାନିଆ ପାକିସ୍ତାନ । ଯୁଦ୍ଧ କରିନପାରି ଔଷଧ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ । ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ୍ । LOCରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରି ଲଗାତାର୍ ୧୫ ଦିନ ହେଲା ଗୁଳିମାଡ଼ କରି ଚାଲିଛି । ପାକ୍ ପକ୍ଷରୁ ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ଘରକୁ ଟାର୍ଗେଟ କରୁଛନ୍ତି । ଭାରତୀୟ ସେନା ଏହାର କଡା ଜବାବ ଦେଉଛି ।

ଜମ୍ମୁ-କାଶ୍ମୀରର କୁପୱାଡା, ବାରାମୁଲ୍ଲା, ଉରି, ପୁଞ୍ଝ, ମେନ୍ଧାର, ରାଜୌରୀ ଓ ଅଖନୁର ସେକ୍ଟରରେ ପାକ୍ ସେନା ଗୁଳି ଓ ମୋର୍ଟାର ମାଡ଼ କରୁଥିବା ସୂଚନା ମିଳିଛି । ଏଲଓସି ନିକଟ ପୁଞ୍ଚରେ ଥିବା ଗୁରୁଦ୍ୱାର ଉପରେ ପାକିସ୍ତାନ ଆକ୍ରମଣ କରିଛି । ଫଳରେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ପାକ୍ ଗୁଳିମାଡ଼ରେ ୧୬ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୫୯ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ବୈଦେଶିକ ସଚିବ ସୂଚନା ଦେଇଛନ୍ତି । ସେପଟେ ପାକିସ୍ତାନ ସେନାର ଗୁରୁଦ୍ୱାର ଉପରେ ଆକ୍ରମଣକୁ ଶିଖ୍ ସମ୍ପ୍ରଦାୟ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pakistan-is-targeting-ordinary-people | Argus News