ଭାରତର ସରକାରୀ ଓ୍ବେବସାଇଟ୍କୁ ହ୍ୟାକ୍ କରିବାକୁ ଚାଲିଛି ଉଦ୍ୟମ

Key Points
ସରକାରୀ ଓ୍ବେବସାଇଟକୁ ହ୍ୟାକ କରିବାକୁ ଉଦ୍ୟମ
୧୫ ଲକ୍ଷରୁ ଅଧିକ ଓ୍ବେବସାଇଟ୍ ହ୍ୟାକ୍ କରିବାକୁ ଉଦ୍ୟମ
୧୫୦ ଓ୍ବେବସାଇଟ୍ ହ୍ୟାକ୍ କରିବାରେ ସଫଳ
ଅସ୍ତ୍ରଶସ୍ତ୍ରରେ ନ ପାରିବାରୁ ଏବେ ହ୍ୟାକର୍ସଙ୍କୁ ହାତ କରିଛି ପାକିସ୍ତାନ। ପହଲଗାମ ଅକ୍ରମଣର ଭାରତ ପ୍ରତିଶୋଧ ନେବା ପରେ ଏବେ ସକ୍ରିୟ ହୋଇ ପଡ଼ିଛନ୍ତି ପାକିସ୍ତାନୀ ହ୍ୟାକର୍ସ। ଅପରେସନ ସିନ୍ଦୂର ପରେ ପାକ୍ ହ୍ୟାକର୍ସ ଭାରତର ୧୫ ଲକ୍ଷରୁ ଅଧିକ ଓ୍ବେବସାଇଟକୁ ଆକ୍ରମଣ କରି ସାରିଛନ୍ତି। ଏହି ଘଟଣାରେ ମହାରାଷ୍ଟ୍ରର ସାଇବର ଟିମ୍ ପାକିସ୍ତାନର ୭ ଟି ହ୍ୟାକର୍ସ ଗ୍ରୁପକୁ ଚିହ୍ନଟ କରିଛନ୍ତି। ଯେଉଁମାନେ ୧୫୦ ଟି ଓ୍ବେବ୍ ସାଇଟକୁ କୌଣସି ପ୍ରକାରେ ହ୍ୟାକ୍ କରିବାରେ ସଫଳ ହୋଇ ପାରିଛନ୍ତି।
ଅସ୍ତ୍ରବିରତି ହେବା ପରେ ପାକିସ୍ତାନର ସାଇବର ଆଟାକ୍ ସାମନ୍ୟ ହ୍ରାସ ପାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଏହି ଆକ୍ରମଣ ପାକିସ୍ତାନ, ବାଂଲାଦେଶ, ଇଣ୍ଡୋନେସିଆ, ମରକ୍କୋ ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡିକରୁ ଜାରି ରହିଛି।
📱 Get Argus News App
✨ଖବରଦାତା ସମ୍ମିଳନୀରେ ସମ୍ଭୋଧିତ କରିଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବିଭିନ୍ନ ସରକାରୀ ବିଭାଗର ଓ୍ବେବ ସାଇଟରୁ ଡାଟା ଚୋରି କରିବାକୁ ଉଦ୍ୟମ କରାଯାଇଛି।
ହ୍ୟାକର ଖାଲି ସରକାରୀ ଓ୍ବେବସାଇଟକୁ ଟାର୍ଗେଟ କରୁଛନ୍ତି ତା ନୁହେଁ ଭାରତୀୟ ୟୁଜର୍ସଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ସୋସିଆଲ ମିଡିଆ ଓ ଇମେଲ ମାଧ୍ୟମରେ ଲିଙ୍କ୍ ପଠାଉଛନ୍ତି। ଏହି ଲିଙ୍କରେ କ୍ଲିକ୍ କଲେ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଯିବା ସହ ବ୍ୟକ୍ତିଗତ ତଥ୍ୟ ମଧ୍ୟ ହାତେଇ ନେଉଛନ୍ତି ହ୍ୟାକର୍ସ। ତେଣୁ ଯେତେବେଳେ ବି କୌଣସି ଅଜଣା ଲିଙ୍କ୍ ଆସୁଛି, ଏଥିରେ କ୍ଲିକ୍ ନ କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।