Videos
|
National

ତୁର୍କୀ ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ତୁର୍କୀ ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ

ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ପାକିସ୍ତାନର ୮ ଟି ମିସାଇଲକୁ ଧ୍ବଂସ କରିଛି ଭାରତ। ଏହା ସହିତ ପାକିସ୍ତାନର ୫୦୦ ଡ୍ରୋନ ନଷ୍ଟ କରାଯାଇଛି। ଗତକାଲି ରାତିରେ ଭାରତକୁ ୫୦୦ ଡ୍ରୋନ ଛାଡିଥିଲା ପାକିସ୍ତାନ। ପାକ୍ ଟାର୍ଗେଟରେ ଥିଲା ଭାରତର ୨୪ ସହର। ଜମ୍ମୁକାଶ୍ମୀର, ପଞ୍ଜାବ, ରାଜସ୍ଥାନ ଟାର୍ଗେଟରେ ରହିଛି । ଗୁଜୁରାଟରେ ଡ୍ରୋନ୍‌ ଉଡାଣ ଉପରେ କଟକଣା ଜାରି ହୋଇଛି।


ଆତଶବାଜି ଓ ବାଣ ଫୁଟାକୁ ବାରଣ କରିଛି ପ୍ରଶାସନ। ଆସନ୍ତା ମେ ୧୫ ଯାଏଁ ପ୍ରଶାସନର କଟକଣା ଜାରି ରହିଛି। ସେପଟେ ଉରୀରେ ପ୍ରବଳ ଗୁଳି ବର୍ଷା କରୁଛି ପାକିସ୍ତାନ। ସୀମାବର୍ତ୍ତୀ ଅଞ୍ଚଳରେ ପାୟାରିଂ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ସୈନ୍ୟ ଠିକଣାକୁ ଟାର୍ଗେଟ କରୁଛି ପାକିସ୍ତାନ। ଗତକାଲି ରାତିର ଘଟଣାକୁ ନେଇ ବିଦେଶମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପଶ୍ଚିମସୀମାରେ ପାକିସ୍ତାନ ସୀମା ଉଲ୍ଲଂଘନ କରିଥିଲା। ଭାରତ ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାକିସ୍ତାନର ଗୁଳିମାଡରେ ଭାରତର ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ତୁର୍କୀ ଡ୍ରୋନ ବ୍ୟବହାର କରୁଛି।

Pakistan is using Turkish drones | Argus News