Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର ପରବର୍ତ୍ତୀ ପଦକ୍ଷେପକୁ ନେଇ ପାକିସ୍ତାନ ଛାନିଆ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭାରତର ପରବର୍ତ୍ତୀ ପଦକ୍ଷେପକୁ ନେଇ ପାକିସ୍ତାନ ଛାନିଆ

ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ନେବ ବଡ ପଦକ୍ଷେପ । କିନ୍ତୁ କଣ ପଦକ୍ଷେପ ନେବ ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । ସେପଟେ କିନ୍ତୁ ପାକିସ୍ତାନ ପୁରା ଛାନିଆ । ଆସନ୍ତା ୨୪ରୁ ୩୬ଘଣ୍ଟା ଭିତରେ ଇସଲାମବାଦ ବିରୋଧରେ ଭାରତ ସାମରିକ ଆକ୍ରମଣ କରିପାରେ ବୋଲି ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲା ତରାର କହିଛନ୍ତି । ଭାରତର ଯେ କୌଣସି ଆକ୍ରମଣ ପାଇଁ ପାକିସ୍ତାନ ପ୍ରସ୍ତୁତ ବୋଲି ସେ କହିଛନ୍ତି । ପୂର୍ବରୁ ପାକିସ୍ତାନ ପହଲଗାମ୍ ଆତଙ୍କୀ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ଦାବି କରି ଆସୁଥିଲା ।

ସେପଟେ ପହଲଗାମ ବର୍ବରକାଣ୍ଡ ନେଇ ଆଜି ବସୁଛି ବଡ଼ ବୈଠକ । ଦିନ ୧୧ଟାରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏହା ସହ ଆଉ ଦୁଇଟି ବଡ଼ ବୈଠକ ହେବ । ସିସିପିଏ ଓ କ୍ୟାବିନେଟ୍ ବୈଠକ ମଧ୍ୟ ଆଜି ହେବ । ଏହା ପୂର୍ବରୁ ଗତକାଲି ମୋଦୀଙ୍କ ବାସଭବନରେ ବସିଥିବା ବୈଠକରେ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ, ଏନ୍‌ଏସ୍‌ଏ, ସିଡିଏସ୍‌ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ୍‌ ମୋଡ୍‌ରେ ଅଛନ୍ତି କେନ୍ଦ୍ର ସରକାର ।

ଭାରତ-ପାକିସ୍ତାନ ବିବାଦକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି । ପହଲଗାମ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରିଛି ୟୁଏନ୍ । ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରେସ୍ । ବୁଧବାର ସକାଳେ ଏ ସମ୍ପର୍କରେ ଦୁଇ ଦେଶର ନେତାଙ୍କ ସହ କଥା ହୋଇଛନ୍ତି ଆଣ୍ଟୋନିଓ ଗୁଟେରେସ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ୍ ଏବଂ ଭାରତର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସେ ଫୋନ୍ ଯୋଗେ ଅଲଗା ଅଲଗା କଥା ହୋଇଛନ୍ତି । ଏନେଇ ଜାତିସଂଘ ପକ୍ଷରୁ ନ୍ୟୁୟର୍କରେ ସୂଚନା ଦିଆଯାଇଛି । ଗତ ଏପ୍ରିଲ ୨୨ରେ ହୋଇଥିବା ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କୀ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ନ୍ୟାୟିକ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ଜାତିସଂଘ ମହାସଚିବ । ପରସ୍ପର ମୁହାଁମୁହିଁ ହେବାଠୁ ଦୂରେଇ ନରହିଲେ ସ୍ଥିତି ଜଟିଳ ହୋଇପାରେ ବୋଲି କହିଛନ୍ତି ଆଣ୍ଟୋନିଓ ଗୁଟେରେସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pakistan-is-worried-about-indias-next-move | Argus News