Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ଆତଙ୍କିତ ଲୋକେ

Smruti Parija
Browse all articles by Smruti Parija
·1 year ago·2 min read
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ଆତଙ୍କିତ ଲୋକେ

OpSindoor ର ଗୋଟିଏ ଦିନ ପରେ ଲାହୋରରେ ବଡ଼ ଧରଣର ବିସ୍ଫୋରଣ । ପାକିସ୍ତାନର ଲାହୋର ସହରରେ ଆଜି ସକାଳୁ ପ୍ରଚଣ୍ଡ ଶବ୍ଦ କରି ବଡ଼ ଧରଣର ବସ୍ଫୋରଣ ହୋଇଛି । ସହରରେ ସାଇରନ ବାଜିବା ସହ ଲୋକଙ୍କୁ ସତର୍କ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିବା ସୂଚନା ଆସୁଛି । ଭାରତର ଅପରେସନ ସିନ୍ଦୂର ପରେ ଏହି ବିସ୍ଫୋରଣ ହୋଇଛି । ତେବେ ଏହାର ପ୍ରକୃତ କାରଣ ଜଣାପଡ଼ିନାହିଁ ।


ସେପଟେ ଅପରେସନ ସିନ୍ଦୂର ପରେ ୨୭ଟି ବିମାନ ବନ୍ଦରରୁ ଉଡାଣ ବନ୍ଦ ରହିଛି । ୪୩୦ ଟି ବିମାନର ଉଡାଣ ବାତିଲ କରାଯାଇଛି । ୧୦ ତାରିଖ ପର୍ଯ୍ୟନ୍ତ ଉଡାଣ ବାତିଲ ହୋଇଛି । ପଞ୍ଜାବ ପୋଲିସ ପକ୍ଷରୁ ଛୁଟି ବାତିଲ୍ କରାଯାଇଛି । ପଞ୍ଜାବ ପୋଲିସର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।


ଚଣ୍ଡିଗଡରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ ହୋଇଛି । ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ କାମ କରିବାକୁ ପଡିବ । ଜରୁରୀକାଳୀନ ପରିସ୍ଥିତିରେ ୨୪ ଘଣ୍ଟିଆ କାମ କରିବାକୁ ପଡିପାରେ ବୋଲି ସ୍ୱାସ୍ଥ୍ୟକର୍ମୀଙ୍କୁ ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ଅପରେସନ ‘ସିନ୍ଦୂର’କୁ ନେଇ ଛାନିଆ ପାକିସ୍ତାନ । ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ପାକ୍ ସେନାର ଗୁଳିମାଡ଼ । ଲଗାତର ୧୫ ଦିନ ଧରି ପାକ୍ ସେନାପକ୍ଷରୁ ବିଳମ୍ବିତ ରାତିରେ ଗୁଳିମାଡ ହେଉଛି । ଅପରେସନ ସିନ୍ଦୂର ପରେ ଗତକାଲି ରାତିରେ ପାକ୍ ପକ୍ଷରୁ ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ଘରକୁ ଟାର୍ଗେଟ କରୁଛନ୍ତି । ଭାରତୀୟ ସେନା ଏହାର କଡା ଜବାବ ଦେଉଛି । କୁପଓ୍ବାରା, ବାରମୁଲ୍ଲା, ଉରି ଓ ଅଖନୁର ସେକ୍ଟରରେ ପାକ୍ ସେନା ଗୁଳି ଓ ମୋର୍ଟାର ମାଡ କରୁଥିବା ସୂଚନା ମିଳିଛି ।


ଏଲଓସି ନିକଟରେ ଥିବା ଗୁରୁଦ୍ୱାର ଉପରେ ପାକିସ୍ତାନର ଆକ୍ରମଣ କରିବା ଫଳରେ କାଶ୍ମୀର ପୁଞ୍ଚରେ ଥିବା ଗୁରୁଦ୍ୱାର ଧ୍ୱଂସ ପାଇଥିବାବେଳେ ୪ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଛି । ରଜୋରି, ପୁଞ୍ଚ ଓ ଟଙ୍ଗଧରରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ବହୁ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ପାକିସ୍ତାନ ସେନାର ଗୁରୁଦ୍ୱାର ଉପରେ ଆକ୍ରମଣକୁ ଶିଖ ସମ୍ପ୍ରଦାୟ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି ।


Sponsored
pakistan-lahore-blasts-multiple-series-of-explosions | Argus News