Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେତେବେଳେ ଭାରତ ଆକ୍ରମଣ କରିବ ତାକୁ ନେଇ ପାକିସ୍ତାନରେ କାଉଣ୍ଟଡାଉନ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 କେତେବେଳେ ଭାରତ ଆକ୍ରମଣ କରିବ ତାକୁ ନେଇ ପାକିସ୍ତାନରେ କାଉଣ୍ଟଡାଉନ୍

ଭାରତ କେତେବେଳେ ପାକିସ୍ତାନ ଉପରେ ଆକ୍ରମଣ କରିବ ତାର ପ୍ରମାଦ ଗଣୁଛନ୍ତି ପାକିସ୍ତାନ ନେତାମନ୍ତ୍ରୀ। କିଏ କହୁଛି ୩୬ ଘଣ୍ଟାରେ ହେବ ତ ଆଉ କିଏ କହୁଛି ୪୬ ଘଣ୍ଟା ଭିତରେ ଆକ୍ରମଣ କରିପାରେ ଭାରତ। ବୁଧବାର ପାକିସ୍ତାନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଆତାଉହ୍ଲାହ ତରାର ଏକ ବୟାନରେ କହିଛନ୍ତି ଭାରତ ପାକିସ୍ତାନ ଉପରେ ଆସନ୍ତା ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆକ୍ରମଣ କରିପାରେ।


ଭାରତୀୟ ସମୟ ଅନୁସାରେ ରାତି ୩ ଟା ବେଳେ ଉର୍ଦ୍ଦୁରେ ଏକ ପୋଷ୍ଟ କରିଛନ୍ତି। ସେହିଭଳି ପାକିସ୍ତାନର ରକ୍ଷାମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଭାରତ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଯାହାକୁ ଦୃଷ୍ଟିରେ ରଖି ପାକିସ୍ତାନ ନିଜ ସେନାକୁ ଆକ୍ଟିଭ୍ ମୋଡରେ ରଖିଛି। ଏକ ପାକିସ୍ତାନୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଏମିତି କହିଛନ୍ତି ପାକିସ୍ତାନ ରକ୍ଷାମନ୍ତ୍ରୀ। ୨୦୦୮ ମୁମ୍ବାଇ ଆଟାକ୍ ପରେ ଭାରତର ସାଧାରଣ ନରାଗରିକଙ୍କ ଉପରେ ପହଲଗାମ ସବୁଠୁ ବଡ ଆକ୍ରମଣ। ଗଣମାଧ୍ୟମରେ ପାକିସ୍ତାନ ମନ୍ତ୍ରୀ ଓ ନେତା ଯୁଦ୍ଧ ଭୟରେ ଏମିତି ପ୍ରତିକ୍ରିୟା ଦେଉଥିବା ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପହଲଗାମ ଘଟଣା ପରଠାରୁ ଭାରତ ଓ ପାକିସ୍ତାନ ସୀମାରେ ଉଭୟ ପକ୍ଷ ସେନାଙ୍କ ମଧ୍ୟ ଗୁଳି ବିନିମୟ ହେଉଛି। ପାକିସ୍ତାନରୁ ଆସୁଥିବା ବୟାନରୁ ଏହା ସ୍ପଷ୍ଟ ହେଉଛି, ଭାରତ ଆକ୍ରମଣ କରିବା ନେଇ ପାକିସ୍ତାନ ଜାଣି ସାରିଥିବାରୁ ଏମିତି ବୟାନ ଦେଇ ଦେଶବାସୀଙ୍କ ମନୋବଳ ଦୃଢ କରିବାକୁ ପ୍ରଚେଷ୍ଟା କରାଯାଉଛି। କାରଣ ପାକିସ୍ତାନ ଜାଣିଛି ଭାରତ ସହ ଯୁଦ୍ଧ କଲେ ସେନା ବଳଠାରୁ ନେଇ ଅର୍ଥବଳ ପର୍ଯ୍ୟନ୍ତ ସବୁଥିରେ କ୍ଷତି ସହିବ ନିଜେ।


ସେପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ବସିଥିବା ପ୍ରଥମ କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ବୈଠକରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା, ଅଟାରୀ ସୀମା ବନ୍ଦ କରିବା, ପାକିସ୍ତାନୀ ତୁରନ୍ତ ଭାରତ ଛାଡ଼ିବା ଆଦି ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Sponsored
pakistan-on-countdown-to-when-india-will-attack | Argus News