ଅପରେସନ୍ ସିନ୍ଦୂର'ରେ ପାକିସ୍ତାନର ସାଂଘାତିକ କ୍ଷତି ଘଟିଛି ବୋଲି ସ୍ବୀକାର କଲେ ପାକ୍ ପିଏମ୍

Key Points
ଶେଷରେ ସତ ମାନିଲା ପାକିସ୍ତାନ
ସହବାଜ ସ୍ବୀକାର କରିଛନ୍ତି ଭାରତର ଜବାବୀ ଆକ୍ରମଣ ଥିଲା ସାଂଘାତିକ
ଶେଷରେ ସତ ମାନିଲା ପାକିସ୍ତାନ । ଭାରତର `ଅପରେସନ୍ ସିନ୍ଦୂର' ରେ ପାକିସ୍ତାନର ସାଂଘାତିକ କ୍ଷତି ଘଟିଛି ବୋଲି ସ୍ବୀକାର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ । ସହବାଜ ସରିଫଙ୍କ ଏକ ସଦ୍ୟତମ ଭିଡିଓ ଏହି ସତକୁ ପ୍ରମାଣ କରିଛି । ସହବାଜ ସ୍ବୀକାର କରିଛନ୍ତି ଭାରତର ଜବାବୀ ଆକ୍ରମଣ ଥିଲା ସାଂଘାତିକ । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ଏକାଧିକ ଏୟାର ବେସ୍ ଧ୍ବସ୍ତ ହୋଇଛି । ପାକିସ୍ତାନର ନୂର ଖାନ୍ ଏୟାରବେସ୍ରେ ମିସାଇଲ୍ ମାଡ଼କୁ ସ୍ବୀକାର କଲା ପାକିସ୍ତାନ । ଭାରତ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଥିବା ଜଣାଇଥିଲେ ସେନା ମୁଖ୍ୟ ଅସିମ୍ ମୁନିର୍ ।
📱 Get Argus News App
✨ପହଲଗାମରେ ଧର୍ମ ପଚାରୀ ଯେତେବେଳ ୨୬ ନୀରିହ ଭାରତୀୟଙ୍କ ଜୀବନ ନେଲେ ପାକିସ୍ତାନ ପ୍ରେରିତ ଆତଙ୍କବାଦୀ, ଭାରତ ନିଶ୍ଚିତ ହୋଇଯାଇଥିଲା ଏଥର ଭୟ ଦେଖାଇବାକୁ ପଡ଼ିବ । ନହେଲେ ବାଟକୁ ଆସିବନି ଆତଙ୍କୀସ୍ତାନ । ଆଉ ମେ' ୭ରୁ ୧୦ ତାରିଖ ମଧ୍ୟରେ ଭାରତ ତାହାହିଁ କଲା । ଯାହା ଫଳରେ ସିଜ ଫାୟର ପାଇଁ ଅନୁନୟ ବିନୟ କରିବାକୁ ବାଧ୍ୟ ହେଲା ପାକିସ୍ତାନ । ୭ ମେ'ରେ ଭାରତର ଅପରେସନ୍ ସିନ୍ଦୁରରେ ଧ୍ୱସ୍ତ ହୋଇଗଲା ପାକିସ୍ତାନରେ ଥିବା ୯ ଆତଙ୍କୀ ଆଡ୍ଡା ଆଉ ବିନାଶ ହୋଇଗଲେ ଲସ୍କର ଓ ଜୈସର ୪ ଟପ୍ କମାଣ୍ଡରଙ୍କ ସମେତ ୧୦୦ରୁ ଅଧିକ ଆତଙ୍କବାଦୀ ।