Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ ଫେରିଲେ ଯବାନ୍‌, ହାର୍‌ ମାନିଲା ପାକିସ୍ତାନ

National

ଭାରତ ଫେରିଲେ ଯବାନ୍‌, ହାର୍‌ ମାନିଲା ପାକିସ୍ତାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭାରତ ଫେରିଲେ ଯବାନ୍‌, ହାର୍‌ ମାନିଲା ପାକିସ୍ତାନ

Key Points

ଭାରତର BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ
BSF ଯବାନ ପୂର୍ଣ୍ଣମ କୁମାର ସ'ଙ୍କୁ ଛାଡ଼ିଲା ପାକିସ୍ତାନ
ଦୀର୍ଘ ୨୦ ଦିନ ପରେ ଛାଡ଼ିଲା ପାକିସ୍ତାନ
ଏପ୍ରିଲ ୨୩ ତାରିଖରେ ପାକିସ୍ତାନ ରେଞ୍ଜରଙ୍କ ହେପାଜତରେ ଥିଲେ

ଭାରତର BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ। BSF ଯବାନ ପୂର୍ଣ୍ଣମ କୁମାର ସା'ଙ୍କୁ ଆଜି ପାକିସ୍ତାନ ମୁକ୍ତ କରିଛି। ଦୀର୍ଘ ୨୦ ଦିନ ପରେ ପୂର୍ଣ୍ଣମ କୁମାରକୁ ଛାଡ଼ିଛି ପାକିସ୍ତାନ। ଏପ୍ରିଲ ୨୩ ତାରିଖରେ ପାକିସ୍ତାନ ରେଞ୍ଜରଙ୍କ ହେପାଜତରେ ଥିଲେ। ଅଟାରୀ-ୱାଘା ବୋର୍ଡର ଦେଇ ଫେରିଲେ ଭାରତୀୟ ଯବାନ। ଫିରୋଜପୁର ସେକ୍ଟରରେ କାର୍ଯ୍ୟରତ ବେଳେ ଭୁଲବଶତଃ ସୀମା ଅତିକ୍ରମ କରିଯାଇଥିଲେ।


୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ୨୩ ଏପ୍ରିଲରେ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସା'ଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଥିଲେ । ଗତ ୨୧ ଦିନ ଭିତରେ ପୂର୍ଣ୍ଣମ କୁମାର ସା'ଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ପାକ୍‌ ତରଫରୁ କୌଣସି ଉତ୍ତର ଆସିନଥିଲା ।


ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପୂର୍ଣ୍ଣମ କୁମାର ସା ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍‌ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା ଥିଲା ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ । ଶେଷରେ ସେଇଆ ହିଁ ହେଲା,ଭାରତ ଫେରିଲେ ଯବାନ୍‌ । ହାର୍‌ ମାନିଲା ପାକିସ୍ତାନ,ଭାରତର ବଡ଼ କୂଟନୈତିକ ବିଜୟ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
pakistan-releases-indian-bsf-jawan | Argus News