Videos
|
National

ଭାରତର ମିସାଇଲ୍ ମାଡ଼କୁ ରୋକି ପାରବନି ପାକିସ୍ତାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଭାରତର ମିସାଇଲ୍ ମାଡ଼କୁ ରୋକି ପାରବନି ପାକିସ୍ତାନ

ପାକିସ୍ତାନ ଭିତରେ ପଶି ପାକିସ୍ତାନରେ ମିସାଇଲ୍ ମାଡ କରିଛି ଭାରତ। ମଙ୍ଗଳବାର ବିଳମ୍ବିତ ରାତିରେ ୯ ଟି ସ୍ଥାନରେ ଆତଙ୍କୀ ଆଡ୍ଡା ବିଧ୍ବସ୍ତ କରି ଦେଇଛି ଭାରତ। ତେବେ ଏଠି ଲୋକମାନଙ୍କ ମଧ୍ୟରେ ଏକ ଦ୍ବନ୍ଦ ରହିଥାଏ, ଯେତେବେଳେ ଆକାଶ ମାର୍ଗରେ ଶତୃ ରାଷ୍ଟ୍ରରେ ପଶି ଆକ୍ରମଣ କରାଯାଏ, ସେତେବେଳେ କାହିଁକି ପ୍ରତିରୋଧ କରି ହୁଏନି ?


ପାକିସ୍ତାନୀ ସେନାର କହିବା ଅନୁଯାୟୀ, ମେ ୬ ତାରିଖ ରାତି ୧:୦୫ ରୁ ୧:୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେସନରେ ପାକିସ୍ତାନ ଏବଂ ପାକିସ୍ତାନ-ଶାସିତ କାଶ୍ମୀରର ମସଜିଦ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଥିଲା। ପାକିସ୍ତାନୀ ସାମରିକ ମୁଖପାତ୍ର କହିଛନ୍ତି କ୍ଷେପଣାନ୍ତ୍ର ଆକ୍ରମଣର ଜବାବରେ ପାକିସ୍ତାନ ଭାରତୀୟ ବାୟୁସେନାର ପାଞ୍ଚଟି ଲଢ଼ୁଆ ବିମାନ ଏବଂ ଏକ ଡ୍ରୋନକୁ ଗୁଳି କରିଛି। ତେବେ ପାକିସ୍ତାନ କରିଥିବା ଏଦାବି ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନ ବାୟୁସେନାର ପୂର୍ବତନ ଭାଇସ୍ ଏୟାର ମାର୍ଶାଲ୍ ଇକ୍ରାମୁଲ୍ଲା ଭଟ୍ଟି କହିଛନ୍ତି ଯେ ପାକିସ୍ତାନ ଏହାର ପ୍ରତିରକ୍ଷା ପାଇଁ ବହୁ ଉନ୍ନତ କ୍ଷେପଣାସ୍ତ୍ର ସାମିଲ କରିଛି। ଯେଉଁଥିରେ ଚୀନ୍ ନିର୍ମିତ HQ-16FE ରହିଛି। ହେଲେ ଆକାଶରୁ ଭୂମିକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରକୁ ତତ୍‌କ୍ଷଣାତ ପ୍ରତିରୋଧ କରିବା ପାଇଁ ପାକିସ୍ତାନ ପାଖରେ ସେମିତି ଭିତ୍ତିଭୂମି ନାହିଁ। କେବଳ ରାଡାରରେ ଚିହ୍ନଟ କରାଯାଇପାରେ। ତେବେ ଏହାର ଗତି ଏତେ କ୍ଷୀପ୍ର ରହିଥାଏ ଏହାକୁ ତତ୍‌କ୍ଷଣାତ ପ୍ରତିରୋଧ କରିବା ସମ୍ଭବ ନୁହେଁ।

Pakistan successfully thwarts India's missile strike | Argus News