Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅପରେସନ ସିନ୍ଦୁରରେ ଭାଙ୍ଗିଛି ଆତଙ୍କବାଦୀଙ୍କ ମେରୁଦଣ୍ଡ

Smruti Parija
Browse all articles by Smruti Parija
·11 months ago·2 min read
ଅପରେସନ ସିନ୍ଦୁରରେ ଭାଙ୍ଗିଛି ଆତଙ୍କବାଦୀଙ୍କ ମେରୁଦଣ୍ଡ

Key Points

ଅପରେସନ ସିନ୍ଦୁରରେ ପାକିସ୍ତାନକୁ ଲାଗିଛି ଶକ୍ତ ଝଟକା
ଏୟାର ଚିଫ୍ ମାର୍ଶଲ ଏ.ପି. ସିଂଙ୍କ ବଡ଼ ଖୁଲାସା
S-400ରେ ଖସିଥିଲା F-16 ସମେତ ୫ ପାକିସ୍ତାନୀ ଫାଇଟର ଜେଟ୍
ଅପରେସନକୁ ନେଇ ସରକାରଙ୍କ ପକ୍ଷରୁ ନଥିଲା କୌଣସି ପ୍ରତିବନ୍ଧକ
ଅପରେସନ ସିନ୍ଦୁରରେ ଭାଙ୍ଗିଛି ଆତଙ୍କବାଦୀଙ୍କ ମେରୁଦଣ୍ଡ

ଅପରେସନ ସିନ୍ଦୁରକୁ ପ୍ରଶଂସା କରୁଛି ବିଶ୍ବ । ଭାଙ୍ଗିଛି ଆତଙ୍କବାଦୀଙ୍କ ମେରୁଦଣ୍ଡ । ଭାରତର କୌଣସି ବି ସ୍ଥାନରେ ରକ୍ତର ଖେଳ ଖେଳିବା ପୂର୍ବରୁ ପରିଣାମ ଭାବି ଥରୁଛି ଆତଙ୍କବାଦୀଙ୍କ ପାଦ । ଏହାକୁ ହିଁ ଅପରେସନ ସିନ୍ଦୁରର ସବୁଠାରୁ ବଡ଼ ସଫଳତା ବୋଲି କହିଛନ୍ତି ଏୟାର ଚିଫ୍ ମାର୍ଶଲ ଅମରପ୍ରୀତ ସିଂହ । ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅପରେସନ ସିନ୍ଦୁରକୁ ନେଇ ବଡ଼ ଖୁଲାସା କରିଛନ୍ତି ବାୟୁସେନା ମୁଖ୍ୟ । ଅପରେସନ ଆରମ୍ଭ ହେବା ପୂର୍ବରୁ ଭାରତକୁ ନାଲିଆଖି ଦେଖାଉଥିବା ପାକିସ୍ତାନ ମାତ୍ର ୪ ଦିନରେ ମାଟି କାମୁଡ଼ିଥିଲା । ପାକିସ୍ତାନର ୫ଟି ଫାଇଟର ଜେଟ୍ କୁ ମାରି ଖସାଇଥିଲା ଭାରତର ବାୟୁ ସୁରକ୍ଷା ପ୍ରଣାଳୀ S-400 । ୩୦୦କିମି ଦୂରରୁ ଟାର୍ଗେଟ୍ କରି ଭାରତୀୟ ବାୟୁସେନା ପାକିସ୍ତାନର ଏୟାରକ୍ରାଫ୍ଟ ୱାର୍ଣ୍ଣିଂ ସିଷ୍ଟମ AEW&Cକୁ ଧ୍ବଂସ କରିଥିଲା । ଯାହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁବାରେ ସବୁଠାରୁ ବଡ଼ ରେକର୍ଡ । S400କୁ ପ୍ରଶଂସା କରିବା ସହ ଏହାକୁ ଗେମ୍ ଚେଞ୍ଜର ବୋଲି କହିଛନ୍ତି ଏୟାର ଚିଫ୍ ମାର୍ଶଲ ।


ଅପରେସନ ସିନ୍ଦୁରକୁ ନେଇ ସରକାରଙ୍କ ପକ୍ଷରୁ ସେନା ପାଇଁ ନଥିଲା କୌଣସି ପ୍ରତିବନ୍ଧକ । ଏପ୍ରିଲ ୨୨ ପହଲଗାମ ହମଲାର ପ୍ରତିଶୋଧ ନେବାପାଇଁ ସେନାକୁ ସବୁ ପ୍ରକାର ନିଷ୍ପତ୍ତି ନେବାକୁ ପୂର୍ଣ୍ଣ କ୍ଷମତା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅପରେସନ ଆରମ୍ଭ ପୂର୍ବରୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ଅନୀଲ ଚୌହ୍ବାନଙ୍କ ସମେତ ୩ ସେନାମୁଖ୍ୟଙ୍କ ସହ ଏକାଧିକ ଥର ଆଲୋଚନା କରିଥିଲେ ପିଏମ୍ । ତିନି ସେନା ମଧ୍ୟରେ ଉତ୍ତମ ସମନ୍ବୟ ଫଳରେ ଅପରେସନ ଆରମ୍ଭର ମାତ୍ର ୮୦ରୁ ୯୦ ଘଣ୍ଟା ଭିତରେ ଆଣ୍ଟେଇ ପଡ଼ିଲା ଶତ୍ରୁ । ବାହାବଲପୁରରେ ଥିବା ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଆକ୍ରମଣର ପୂର୍ବ ଓ ପରବର୍ତ୍ତୀ ଚିତ୍ର ଦେଖାଇ ଭାରତୀୟ ସେନା ପରାକ୍ରମର ପ୍ରମାଣ ଦେଇଛନ୍ତି ବାୟୁସେନା ମୁଖ୍ୟ।

ଅପରେସନ ସିନ୍ଦୂରରେ ଶତାଧିକ ଆତଙ୍କବାଦୀ ନିପାତ ହେବା ସହ ପାକିସ୍ତାନ ଓ ପାକ୍ ଅଧୀକୃତ କାଶ୍ମୀରରେ ୯ଟି ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଛି । ପରେ ଅପରେସନ ମହାଦେବରେ ଖୋଜି ଖୋଜି ପହଲଗାମ ଆତଙ୍କୀଙ୍କୁ ନିପାତ କରିଛି ସେନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored