Videos
|
National

ଚାଇନାର PL 15 ମିସାଇଲ ବ୍ୟବହାର କରିଥିଲା ପାକିସ୍ତାନ, କିନ୍ତୁ ଉଡାଇ ଦେଲା ଭାରତୀୟ ବାୟୁସେନା

Ritu Das
Browse all articles by Ritu Das
·1 year ago·2 min read
ଚାଇନାର PL 15 ମିସାଇଲ ବ୍ୟବହାର କରିଥିଲା ପାକିସ୍ତାନ, କିନ୍ତୁ ଉଡାଇ ଦେଲା ଭାରତୀୟ ବାୟୁସେନା

ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ପାଇଁ ଚୀନ୍ ଏବଂ ତୁର୍କୀର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏହା ସତ୍ତ୍ୱେ ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସାମ୍ନାରେ ଏହା ହାର ମାନିଥିଲା। ସୋମବାର ଦିନ ଡିଜିଏମଓ ପ୍ରେସ ବ୍ରିଫିଂ ସମୟରେ ଏୟାର ମାର୍ଶାଲ ଏ କେ ଭାରତୀ କହିଥିଲେ, ‘ପାକିସ୍ତାନ ଚୀନ ନିର୍ମିତ PL-15 କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା ​​କିନ୍ତୁ ଏହା ନିଜ ଲକ୍ଷ୍ୟସ୍ଥଳକୁ ଛୁଇଁପାରିଲା ନାହିଁ। ଆମର ବାୟୁ ପ୍ରତିରକ୍ଷା ଏହାକୁ ଆକାଶରେ ଧ୍ୱଂସ କରିଦେଇଥିଲା।’ ଏୟାର ମାର୍ଶାଲ ଏ.କେ. ଭାରତୀ କହିଛନ୍ତି ଯେ, ଆମର ସଶସ୍ତ୍ର ବାହିନୀ ଦ୍ୱାରା ଏହାର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ଏୟାର ମାର୍ଶାଲ ଏ.କେ. ଭାରତୀ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଦୀର୍ଘ ଦୂରଗାମୀ ରକେଟ, Long Range Rocket, Unmanned Aerial System ମଧ୍ୟ ବ୍ୟବହାର କରାଯାଇଥିଲା, ଯାହାକୁ ଆମର Air Defense System ଦ୍ୱାରା ମଧ୍ୟ ନଷ୍ଟ କରାଯାଇଥିଲା।


ସେ କହିଛନ୍ତି ଯେ, ପାକିସ୍ତାନ ବହୁ ସଂଖ୍ୟକ ଡ୍ରୋନ୍ ଏବଂ Unmanned Combat Aerial Vehicles ବ୍ୟବହାର କରି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର ସ୍ୱଦେଶୀ Soft and Hard Kill Counter UAS System ଏବଂ ପ୍ରଶିକ୍ଷିତ ବାୟୁ ପ୍ରତିରକ୍ଷା ସୈନିକମାନେ ସେଗୁଡ଼ିକୁ ଧ୍ୱଂସ କରିଦେଇଥିଲେ। ଡିଜିଏମଓର ପ୍ରେସ ବ୍ରିଫିଂ ସମୟରେ ଏକ ପ୍ରଶ୍ନ ପଚରାଯାଇଥିଲା ଯେ, ତୁର୍କୀର ଡ୍ରୋନ୍‌ଗୁଡ଼ିକୁ ନେଇ ଦୁନିଆରେ ହଇଚଇ ସୃଷ୍ଟି ହୋଇଥିଲା, କିନ୍ତୁ ଏହି ତୁର୍କୀ ଡ୍ରୋନ ଭାରତରେ ଧ୍ୱଂସ ପାଇଥିଲା ଏବଂ ଦୁନିଆକୁ ଏକ ମେସେଜ ଯାଇଛି ଭାରି ଯେ, ଏବେ ହାଇବ୍ରିଡ୍ ୱାରଫାୟାରରେ ତାର ଔକାତ ନାହିଁ? ଏହାର ଉତ୍ତରରେ ଏୟାର ମାର୍ଶାଲ ଏକେ ଭାରତୀ କହିଛନ୍ତି ଯେ, ତୁର୍କୀ ଡ୍ରୋନ ହେଉ କି ଅନ୍ୟ କୌଣସି ଡ୍ରୋନ ହେଉ, ଆପଣ ଦେଖିତିବେ ଏହି ଡ୍ରୋନର ଭଗ୍ନାବଶେଷର ଫଟୋ ସାମ୍ନାକୁ ଆସିଛି। ଆମେ ଦେଖାଇଦେଇଛୁ ଯେ, ଆମ କାଉଣ୍ଟର ଡିଫେନ୍ସ ସିଷ୍ଟମ ଏବଂ ଆମ ଟ୍ରେଣ୍ଡ ଡିଫେନ୍ସ ଅପରେଟର୍ସ ସଂପୂର୍ଣ୍ଣ ଭାବେ ସକ୍ଷମ। ଆମ ଦେଶର ସ୍ୱଦେଶୀ ଟେକ୍ନିକ୍ କୌଣସି ପ୍ରକାରର ଡ୍ରୋନ ଆକ୍ରମଣ ବା କୋଣସି ପ୍ରକାର ଟେକ୍ନିକ ସହ ଲଢିବା ଲାଗି ପ୍ରସ୍ତୁତ ଅଛି। ଆମେ ଏଠାରେ ଅଧିକ କିଛି କହିବାକୁ ବାହୁଁନୁ। ଯାହା ହେଇଛି ତାହା ସାରା ଦେଶ ଦେଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pakistan-used-chinese-pl-15-missile-but-indian-air-force-shot-it-down | Argus News