Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନଠୁ ବଦଲା ନେବ ଆମେରିକା, ଏଫ୍‌-୧୬ ଫେରାଇନେବାକୁ ବିଚାର କରୁଛି ଆମେରିକା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାକିସ୍ତାନଠୁ ବଦଲା ନେବ ଆମେରିକା, ଏଫ୍‌-୧୬ ଫେରାଇନେବାକୁ ବିଚାର କରୁଛି ଆମେରିକା

ପାକିସ୍ତାନର ବଡ ଭୁଲ। ଏବେ ଭୋଗିବାକୁ ପଡିବ। ଆମେରିକା ନେବ ବଦଲା। ଭାରତ ବିରୋଧରେ ଏଫ-୧୬ ଯୁଦ୍ଧବିମାନ ବ୍ୟବହାର କରି ପାକିସ୍ତାନ ବଡ଼ ଭୁଲ କରିଦେଇଛି । କାରଣ ଏହି ବିମାନ ଏବେ ପାକିସ୍ତାନ ଠାରୁ ଆମେରିକା ଫେରାଇ ନେବା ଉପରେ ବିଚାର କରୁଥିବା ନେଇ ସୂଚନା ମିଳିଛି । ଏଫ-୧୬କୁ ପାକିସ୍ତାନୀ ବାୟୁସେନାର ସବୁଠାରୁ ଶ୍ରେଷ୍ଠ ସ୍କ୍ୱାଡ୍ରନ ବୋଲି ବିବେଚନା କରାଯାଏ । ପାକିସ୍ତାନ ଏହି ବିମାନ ଆମେରିକା ଠାରୁ କିଣିଛି । ବିମାନ କ୍ରୟ-ବିକ୍ରୟ ବେଳେ ଦୁଇଦେଶ ମଧ୍ୟରେ ଏକ ସର୍ତ୍ତ ରହିଥିଲା । ଯାହାକୁ ଏଣ୍ଡ ୟୁଜ ମନିଟରିଂ ଏଗ୍ରିମେଣ୍ଟ କୁହାଯାଉଛି ।

ସେଥିରେ କୁହାଯାଇଥିଲା କି ଏହି ଯୁଦ୍ଧବିମାନକୁ ପାକିସ୍ତାନ ଆତଙ୍କବାଦୀ ବିରୋଧୀ ଅଭିଯାନ ଓ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ବ୍ୟବହାର କରିବ। କୌଣସି ପରିସ୍ଥିତିରେ ଭାରତ ବିରୋଧରେ ଏହାକୁ ବ୍ୟବହାର କରିବ ନାହିଁ । ଆମେରିକା ମଧ୍ୟ ପାକିସ୍ତାନର ଏହି ଏଫ-୧୬ ବିମାନ ବ୍ୟବହାର ଉପରେ ନଜର ରଖିଆସିଛି । ହେଲେ ପାକିସ୍ତାନ ଲଗାତାର ଭାବେ ସର୍ତ୍ତ ଉଲ୍ଲଂଘନ କରି ଭାରତ ବିରୋଧରେ ବ୍ୟବହାର କରିଆସୁଛି । ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭାରତ ବିରୋଧରେ ଏଫ-୧୬ ବ୍ୟବହାର କରିଥିଲା।

ଭାରତ ବିରୋଧରେ ଏହାକୁ ବ୍ୟବହାର ନ କରିବା ସର୍ତ୍ତରେ ହିଁ ଆମେରିକା ଏହି ଅତ୍ୟାଧୁନିକ ଲଢ଼ୁଆ ବିମାନ ପାକିସ୍ତାନକୁ ଦେଇଥିଲା । ଏହା କେବଳ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅଣାଯାଇଥିଲା । ହେଲେ ପାକିସ୍ତାନ ଭାରତ ବିରୋଧରେ ତାର ବ୍ୟବହାର କରିଛି । ଭାରତର ମିଗ୍‌-୨୧ ବିମାନ ତାକୁ ଗୁଳିକରି ଖସାଇ ଦେଇଥିଲା । ଏକଥା ସାମ୍‌ନାକୁ ଆସିବା ପରେ ଭାରତ ଆମେରିକାକୁ ତାହା ଜଣାଇଥିଲା । ଆମେରିକା ଚିଠି ଲେଖି ପାକିସ୍ତାନକୁ ତାଗିଦ ମଧ୍ୟ କରିଥିଲା ।

ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ଏଫ- ୧୬କୁ ବ୍ୟବହାର କରିଥିଲା । ଯାହାକୁ ଭାରତୀୟ ସେନା ଖସାଇ ଦେଇଥିଲେ । କେବଳ ଏଫ- ୧୬ ନୁହେଁ, ଚୀନ୍‌ ନିର୍ମିତ ଜେଏଫ-୧୭ ଭଳି ଆଧୁନିକ ବିମାନ ମଧ୍ୟ ଭାରତୀୟ ସେନା ହାତରେ ଚିତ୍‌ ମାରିଥିଲା । ବର୍ତ୍ତମାନ ଏହା ସାମ୍‌ନାକୁ ଆସିବା ପରେ ଆମେରିକା ଏବେ ପାକିସ୍ତାନ ନିକଟରୁ ଏଫ-୧୬ ଫେରାଇନେବା ଉପରେ ବିଚାର କରୁଛି । ନଚେତ ଏଫ- ୧୬ ବ୍ୟବହାର ନେଇ ପାକିସ୍ତାନ ଉପରେ କଟକଣା ଲଗାଇବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pakistan-violated-us-rules-by-using-f-16s-against-india | Argus News