Videos
|
National

କାଶ୍ମୀର ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କାଶ୍ମୀର ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଜମ୍ମୁକାଶ୍ମୀର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ । ଆଜି ଦିନ ୧୧ ଟା ବେଳେ ପାକିସ୍ତାନୀ ସୈନିକ ଜାମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ଥିବା ନିୟନ୍ତ୍ରଣରେଖା ଅତିକ୍ରମ କରି ଭାରତୀୟ ପୋଷ୍ଟ ଉପରକୁ ଗୁଳି ଚାଳନା କରିଥିଲେ। ଯାହାର କଡା ଯବାବ ଦେଇଛନ୍ତି ଭାରତୀୟ ସେନା।


ପୂର୍ବରୁ ଗତ ବୁଧବାର ଅର୍ଥାତ ଫେବୃୟାରୀ ୧୨ ତାରିଖରେ ଏଲଓସି ନିକଟରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ବିନା କାରଣରେ ଗୁଳି ଚାଳନା କରିଥିଲେ, ଯାହାର ମୁହଁତୋଡ ଜବାବ ଦେଇଥିଲେ ଭାରତୀୟ ସୁରକ୍ଷା କର୍ମୀ। ଭାରତୀୟ ସେନା ପ୍ରତିରକ୍ଷା ପାଇଁ ୬୦ ରାଉଣ୍ଡ ଗୁଳି ଚାଳନା କରିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ କେହି ମୃତାହତ ହୋଇ ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ: ୨୦୨୧ ମସିହା ୨୫ ଫେବୃଆରୀରେ ଦୁଇଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମାକୁ ନବୀକରଣ ହେବା ପରେ ଦୁଇଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଘଂନ ଯଥେଷ୍ଟ ହ୍ରାସ ପାଇଥିଲା। ହେଲେ ଚଳିତ ବର୍ଷ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ପୁଣି ହେଉଛି। ଗତ ସୋମବାର ରାଜୌରୀ ଜିଲାର ନୌଶେରା ସେକ୍ଟରରେ ଜଣେ ନିୟାଜିତ ସୈନିକକଙ୍କୁ ସୀମା ଆରପାରିରୁ ଗୁଳି କରାଯାଇଥିଲା। ସେହିଭଳି ୮ ତାରିଖରେ ରାଜୌରୀ କେରି ସେକ୍ଟରରେ ସେନା ପାଟ୍ରୋଲିଂ ଟିମକୁ ଆତଙ୍କବାଦୀ ଗୁଳି ଚାଳନା କରିଥିଲେ।

pakistan-violates-ceasefire-in-kashmirs-poonch | Argus News