ହାଇ ଆର୍ଲଟରେ ଭାରତୀୟ ସେନା

Key Points
ଯୁଦ୍ଧ ହେଲେ ଆଣ୍ଠେଇବ ପାକିସ୍ତାନ
ନାକରେ ପିଇବ ପାଣି
ହାଇ ଆର୍ଲଟରେ ଭାରତୀୟ ସେନା
ଭୋଗିବ ପରିଣାମ
ଅତୀତର ପୃଷ୍ଠାକୁ ଲେଉଟାଇଲେ ଭାରତ ଉପରେ ଯେତେବେଳେ ବି ଆକ୍ରମଣ କରିଛି ପାକିସ୍ତାନ, ତାର କଡା ଯବାବ ଦେଇ ଆସିଛି ଭାରତ। ରକ୍ତର ଯବାବ ଦିଆଯାଇଛି ରକ୍ତରେ। ଏବେ ପହଲଗାମ ଆତଙ୍କୀ ହମଲାର ବଦଲା ନବାକୁ ଗୋଟେ ପ୍ରକାର ସବୁଜ ସଙ୍କେତ ଦେଇ ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆତଙ୍କୀଙ୍କୁ ମିଳିବ କଳ୍ପନା ବାହାରେ ଦଣ୍ଡ। ପାତାଳରେ ଲୁଚିଥିଲେ ବି ବାହାର କରାଯିବ ଖୋଜିଖୋଜି। ସମୂଳେ ଧ୍ବସଂ ହେବ ଆତଙ୍କୀ ଆଡ୍ଡା। ଏମିତି କହି ପାକିସ୍ତାନକୁ ଚେତାବନି ଦେଇଛନ୍ତି ମୋଦି। ଏବେ ଭାରତର ତିନି ସେନା ଅପେକ୍ଷା କରି ରହିଛନ୍ତି ପରବର୍ତ୍ତୀ ନିର୍ଦ୍ଦେଶକୁ। ଅର୍ଡର ମିଳିଲେ ବର୍ଡର ଭାଙ୍ଗି ଶ୍ମଶାନ କରିଦେବେ ଆତଙ୍କୀ ଠିକଣାକୁ। ଗୁଇନ୍ଦା ରିପୋର୍ଟରୁ ଜଣା ପଡିଛି ଜମ୍ମୁ-କାଶ୍ମୀରର ଦୁଇ ସ୍ଥାନୀୟ ଲୋକଙ୍କୁ ପାକିସ୍ତାନରେ ଦିଆଯାଇଥିଲା ଆତଙ୍କବାଦୀ ତାଲିମ।
ସେପଟେ ପାକିସ୍ତାନବି ନିଜ ସେନାକୁ ହାଇ ଆର୍ଲଟରେ ରଖିଛି। ସୀମାରେ ଘୁରି ବୁଲୁଛି ପାକିସ୍ତାନର ଫାଇଟର ପ୍ଲେନ୍ । କେତେବେଳେ ବି ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇପାରେ ଯୁଦ୍ଧ ପରିସ୍ଥିତି। ଆଉ ସତରେ ଯଦି ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତାହେଲେ କିଏ ଜିତିବ ? ତାକୁ ନେଇ ଚାଲିଛି ଦୁଇ ଦେଶର ସାଧାରଣ ଲୋକଙ୍କ ଭିତରେ କଳ୍ପନାଜଳ୍ପନା।
📱 Get Argus News App
✨ଯଦି ଆମେ ଅର୍ଥନୀତି କଥା ଦେଖିବା ତେବେ ପାକିସ୍ତାନ ଠାରୁ ଅର୍ଥ ବଳରେ ବହୁ ଶକ୍ତିଶାଳୀ ଭାରତ। ଅର୍ଥନୀତିରେ ସାରା ବିଶ୍ବରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ୧୨ ନମ୍ବରରେ ରହିଛି ପାକିସ୍ତାନ। ସେହିଭଳି ପାକିସ୍ତାନ ଅପେକ୍ଷା ଭାରତ ପାଖରେ ରହିଛି ଦୁଇ ଗୁଣରୁ ଅଧିକ ସୈନିକ। ଭାରତ ପାଖରେ ୧୯୪ ଲକ୍ଷ ୫୫ ହଜାରରୁ ଅଧିକ ସୈନିକ ଥିବା ବେଳେ ପାକିସ୍ତାନ ପାଖରେ ରହିଛନ୍ତି ମାତ୍ର ୬ ଲକ୍ଷ ୫୪ ହଜାର ସୈନିକ। ସ୍ଥଳସେନା ଭଳି ନୌସେନାରେ ମଧ୍ୟ ଶକ୍ତିଶାଳୀ ଭାରତ। ସମୁଦ୍ର ପଥରେ ଶତୃଙ୍କୁ ନିପାତ କରିବାକୁ ବହୁ ଅତ୍ୟାଧୁନିକ ଜ୍ଞାନ କୌଶଳ ରହିଛି ଭାରତ ପାଖରେ। ୧୫୦ଟି ଯୁଦ୍ଧପୋତ , ୧୮ଟି ବୁଡାଜାହଜ ଏବଂ ୨ଟି ଏୟାରକ୍ରାଫ୍ଟ କ୍ୟାରିୟର ରହିଛି।
ହେଲେ ପାକିସ୍ତାନ ନୌସେନା ପାଖରେ ରହିଛି ମାତ୍ର ୮ ଟି ବୁଡା ଜାହାଜ। ଯାହା ସମୁଦ୍ରକୁ ଶଙ୍ଖେ। ସେହଭଳି ବାୟୁସେନା କଥା ଯଦି ଦେଖିବା ଭାରତୀୟ ବାୟୁସେନା ପାଖରେ ୨୨୨୯ ବିମାନ ଅଛି। ଯେଉଁଥିରେ ରହିଛି ୬୦୦ ରୁ ଅଧିକ ଲଢୁଆ ବିମାନ, ୮୯୯ ହେଲିକପ୍ଟର। ଯେମିତିକି କି ରାଫେଲ , ସୁଖୋଇ , ମିରାଜ-୨୦୦୦, ଏମଆଇଜି ୨୯ ଭଳି ଅତ୍ୟାଧୁନିକ ଓ ଶକ୍ତିଶାଳୀ ବିମାନ। ଏହା ସହିତ ଭାରତୀୟ ବାୟୁସେନା ବ୍ରହ୍ମୋସ, ଅସ୍ତ୍ର, ରୁଦ୍ରମ ଏବଂ ଆକାଶ ଭଳି କ୍ଷେପଣାସ୍ତ୍ର ରଖିଛି। ସେହି ଅନୁପାତରେ ପାକିସ୍ତାନ କଥା ଯଦି ଦେଖିବା ପାକିସ୍ତାନ ପାଖରେ ୧୩୯୯ ବିମାନ ଅଛି, ଯେଉଁଥିରୁ ୩୨୮ ଲଢ଼ୁଆ ବିମାନ, ୬୪ ପରିବହନ ବିମାନ, ୫୬୫ ଟ୍ରେନିଂ ବିମାନ ଏବଂ ୩୭୩ ଟି ହେଲିକପ୍ଟର ରହିଛି। ତେବେ ଯଦି ଭିବଷ୍ୟତରେ କେବେ ଯୁଦ୍ଧ ହୁଏ ଭାରତୀୟ ସେନା କବଳରୁ ମୁକୁଳିବା କଷ୍ଟକର ହୋଇଯିବ ପାକିସ୍ତାନ ପାଇଁ।